କନକ ବ୍ୟୁରୋ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଏକ ହାଇଭୋଲଟେଜ୍ ଟି-ଟ୍ୱେଣ୍ଟି ମ୍ୟାଚ୍ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟଚ୍ ଜିତି ଭାରତକୁ ବ୍ୟାଟିଂ କରିବାର ସୁଯୋଗ ଦେଇଛି ।
ଅଧିକ ପଢ଼ନ୍ତୁ: ଦିବ୍ୟାଙ୍ଗ ଦମ୍ପତିଙ୍କ ଅନନ୍ୟା ପ୍ରତିଭା ; କ୍ରିକେଟରେ କରୁଛନ୍ତି କମାଲ
ମ୍ୟାଚ୍ ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ଟ୍ବିନ୍ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ ଅତ୍ୟନ୍ତ କଡ଼ାକଡ଼ି କରାଯାଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୋଟ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ସେହିପରି କଟକ ରେଳ ଷ୍ଟେସନରେ ମଧ୍ୟ ଜିଆରପି ଓ ଆରପିଏଫ୍ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ଅଛନ୍ତି । ଦର୍ଶକଙ୍କ ଗମନାଗମନ ସୁବିଧା ପାଇଁ ‘ମୋ ବସ୍’ ବା ‘ଆମ ବସ୍’ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଅପରାହ୍ଣ ସାଢ଼େ ୩ଟାରୁ ଭୁବନେଶ୍ବର ଓ କଟକର ବିଭିନ୍ନ ସ୍ଥାନରୁ ୨୦ଟି ସ୍ୱତନ୍ତ୍ର ବସ୍ ଚଳାଚଳ କରୁଛି । ବରମୁଣ୍ଡା, ଜୟଦେବବିହାର, ନନ୍ଦନକାନନ ଏବଂ ରେଳ ଷ୍ଟେସନରୁ ସିଧା ବାରବାଟୀକୁ ବସ୍ ସେବା ଯୋଗାଇ ଦିଆଯାଇଛି ।ଆଉ କିଛି ସମୟର ଅପେକ୍ଷା, ତା’ପରେ ଛକା ଓ ଚୌକା ବର୍ଷାରେ କମ୍ପି ଉଠିବ ବାରବାଟୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/cricket-2025-12-09-18-43-43.jpg)