India VS Pakistan- ଭାରତ ପାଖରେ ଯାହା ଅଛି ପାକିସ୍ତାନ ପାଖରେ ନାହିଁ, ହେଲେ କେବଳ...

ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ଆଦୌ ଚୁପ୍‌ ବସିବ ନାହିଁ ବୋଲି ପୂରା ବିଶ୍ବ ଜାଣିଛି

India Pakistan War Modi

India Pakistan War Modi Photograph: (kanak News)

କନକ ବ୍ୟୁରୋ: ଏବେ ସୀମାରେ ମୁହାଁମୁହିଁ ହେଲେଣି ଭାରତ ଓ ପାକିସ୍ତାନ । ପହଲଗାମ୍‌ରେ ଆତଙ୍କୀ ହମଲା ପରେ ଏବେ ସ୍ଥିତି ପୂରା ସଙ୍ଗୀନ ହେଲାଣି । ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ପରେ ଭାରତ ଆଦୌ ଚୁପ୍‌ ବସିବ ନାହିଁ ବୋଲି ପୂରା ବିଶ୍ବ ଜାଣିଛି । ଏହାରି ଭିତରେ ସ୍ଥଳସେନା, ବାୟୁସେନା ଓ ନୌସେନା ଆକ୍ସନ ମୋଡ୍‌କୁ ଆସିବା ପରେ ସ୍ଥିତି ଗମ୍ଭୀର ବୋଲି କୁହାଯାଉଛି ।  ତେବେ ଆସନ୍ତୁ ନଜର ପକାଇବା ସମ୍ଭାବ୍ୟ ଯୁଦ୍ଧ ସ୍ଥିତି ହେଲେ କଣ ହେବ । 
ଯୁଦ୍ଧ ହେଲେ କିଏ ଜିତିବ?
ମିଲିଟାରି ସୈନ୍ୟ ରାଙ୍କିଂରେ ଭାରତ ୪, ପାକ୍‌ ୧୨
ଏରିୟଲ୍‌ ରାଙ୍କିଂରେ ଭାରତ ୬, ପାକିସ୍ତାନ ୪
ଅସ୍ତ୍ରଶସ୍ତ୍ର ଭାରତ ପାକିସ୍ତାନ
ପରମାଣୁ ଅସ୍ତ୍ର - ଭାରତ ୧୭୨, ପାକିସ୍ତାନ ୧୭୦
ଟ୍ୟାଙ୍କ- ଭାରତ ୪୨୦୧, ପାକିସ୍ତାନ ୨୬୨୭
ସଶସ୍ତ୍ର ଯାନ- ଭାରତ ୧,୪୮,୫୯୪, ପାକିସ୍ତାନ- ୧୭,୫୧୬
ସେଲ୍ଫ ପ୍ରୋପଲ୍ଡ ଆର୍ଟିଲରି- ଭାରତ ୧୦୦, ପାକିସ୍ତାନ- ୬୬୨
ମଲ୍ଟିପଲ ଲଞ୍ଚ ରକେଟ୍‌ ସିଷ୍ଟମ୍- ଭାରତ ୨୬୪, ପାକିସ୍ତାନ- ୬୦୦
ଯୁଦ୍ଧ ଜଳଜାହାଜ- ଭାରତ ୨୯୩, ପାକିସ୍ତାନ- ୧୨୧
ଏୟାରକ୍ରାଫ୍ଟ କ୍ୟାରିୟର- ଭାରତ ୨, ପାକିସ୍ତାନ ୦
ଡେଷ୍ଟ୍ରୟର- ଭାରତ ୧୩, ପାକିସ୍ତାନ- ୯
ଫ୍ରିଗେଟ୍ସ - ଭାରତ ୧୪ , ପାକିସ୍ତାନ ୯
କାରବେଟ୍ସ - ଭାରତ ୧୮, ପାକିସ୍ତାନ ୯
 
କାହାର କେତେ ଦମ୍‌?
ଫୋର୍ସ -ଭାରତ-ପାକିସ୍ତାନ
ସବ୍‌ମରିନ୍‌- ଭାରତ ୯, ପାକିସ୍ତାନ- ୮
ପାଟ୍ରୋଲିଂ ଭେସେଲ୍ସ - ଭାରତ ୧୩୫, ପାକିସ୍ତାନ- ୬୯
ରିଜର୍ଭ ସେନା- ଭାରତ ୧୧.୫୫ଲକ୍ଷ, ପାକିସ୍ତାନ- ୫.୫୦ଲକ୍ଷ
ପାରାମିଲିଟାରି ଫୋର୍ସ - ଭାରତ ୨୫.୨୭ଲକ୍ଷ, ପାକିସ୍ତାନ- ୫ ଲକ୍ଷ
ଆର୍ମି ଯବାନ- ଭାରତ ୧୪,୫୫,୫୫୦,ପାକିସ୍ତାନ- ୬,୫୪,୦୦୦
ଆଟାକ୍‌ ଜେଟ୍‌- ଭାରତ ୧୩୦, ପାକିସ୍ତାନ- ୯୦
ଟ୍ରାନ୍ସପୋର୍ଟ ଜାହାଜ - ଭାରତ ୨୭୦, ପାକିସ୍ତାନ- ୬୪
ସ୍ପେଶାଲ ମିଶନ ଏୟାରକ୍ରାଫ୍ଟ - ଭାରତ ୭୪, ପାକିସ୍ତାନ- ୨୭
ଟ୍ୟାଙ୍କର ଜାହାଜ - ଭାରତ୬, ପାକିସ୍ତାନ ୪
ହେଲିକପ୍ଟର- ଭାରତ ୮୯୯, ପାକିସ୍ତାନ- ୩୭୩
ଆଟାକ୍‌ ହେଲିକପ୍ଟର- ଭାରତ ୮୦, ପାକିସ୍ତାନ- ୫୭
ଯୁଦ୍ଧ ବିମାନ(ଜେଟ୍‌)- ଭାରତ ୫୧୩, ପାକିସ୍ତାନ- ୩୨୮
ଭାରତ ପାଖରେ ରହିଛି ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର  
ଅର୍ଜୁନ ଟ୍ୟାଙ୍କ, ଭୀମ ଟ୍ୟାଙ୍କ, ପିନାକା ରକେଟ୍ ସିଷ୍ଟମ୍‌ ରହିଛି
ବ୍ରହ୍ମୋସ ଭଳି ସୁପରସୋନିକ୍ କ୍ଷେପଣାସ୍ତ୍ର ରହିଛି ଭାରତର
ଭାରତୀୟ ବାୟୁସେନାର ୨,୨୨୯ ବିମାନ
୬୦୦ ଲଢ଼ୁଆ ବିମାନ, ୮୯୯ ହେଲିକପ୍ଟର ଏବଂ ୮୩୧ ସହାୟକ ବିମାନ
ରାଫେଲ, ସୁ-30MKI, ନେତ୍ର ସର୍ଭିଲାନ୍ସ ପ୍ଲେନ୍‌ ବଢ଼ାଇଛି ଶକ୍ତି
ରୁଦ୍ରମ୍‌, ଅସ୍ତ୍ର, ନିର୍ଭୟ, ବ୍ରହ୍ମୋସ ଏବଂ ଆକାଶ ଭଳି କ୍ଷେପଣାସ୍ତ୍ର କରିଛି ଶକ୍ତିଶାଳୀ
ଭାରତର ସାମରିକ କ୍ଷମତା କ୍ରମାଗତ ଭାବରେ ବୃଦ୍ଧି ପାଇଛି
ଦେଶ ଗ୍ଲୋବାଲ୍ ଫାୟାରପାୱାର ଇଣ୍ଡେକ୍ସ ତାଲିକାରେ ଚତୁର୍ଥ ସ୍ଥାନରେ ଭାରତ ଉନ୍ନତ ସାମରିକ ଉପକରଣ, ଆଧୁନିକ ଅସ୍ତ୍ରଶସ୍ତ୍ର ଏବଂ ରଣନୈତିକ ସ୍ଥିତି ବଢ଼ାଇଛି ଭାରତର ଶକ୍ତି ।
 
ପାକିସ୍ତାନ 
JF-17 ଥଣ୍ଡର, F-16 ଏବଂ ମିରାଜ ଭଳି ଯୁଦ୍ଧ ବିମାନ
ଆଗୋଷ୍ଟା 90B ବୁଡ଼ାଜାହାଜ, ତାରିକ-ଶ୍ରେଣୀର ବିଧ୍ୱଂସକାରୀ ଏବଂ ଜୁଲଫିକର-ଶ୍ରେଣୀର ଫ୍ରିଗେଟ୍ 
୨୦୨୪ ମସିହାରେ ପାକିସ୍ତାନ ସୂଚକାଙ୍କରେ ୯ମ ସ୍ଥାନରେ ଥିଲା
୨୦୨୫ ରେ ଦ୍ୱାଦଶ ସ୍ଥାନକୁ ଖସି ଆସିଛି
ଭାରତୀୟ ସେନା ବହୁ ଗୁଣ ଶକ୍ତିଶାଳୀ
ପାକିସ୍ତାନ ଭାରତ ଠାରୁ ବହୁତ ପଛରେ
ବିଶ୍ୱବ୍ୟାପୀ ସେନାର ଶକ୍ତି ମୂଲ୍ୟାଙ୍କନ ସଂଗଠନ ଗ୍ଲୋବାଲ୍ ଫାୟାରପାୱାରର ସୂଚନା ରହିଛି ।
ମୋଟ୍‌ ଉପରେ ଭାରତ ପାକିସ୍ତାନକୁ ଧୂଳି ଚଟାଇବାକୁ ବେଶି ସମୟ ଲାଗିବ ନାହିଁ । ହେଲେ ଶତ୍ରୁପକ୍ଷ ଯେଉଁପରି ଭାବରେ ଉତ୍ପାତ ହେଉଛି ସେଥିରୁ ଗୋଟିଏ କଥା ସ୍ପଷ୍ଟ ପାକ୍‌କୁ ପାନେ ଦେବାର ସମୟ ଆସିଯାଇଛି । 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe