କନକ ବ୍ୟୁରୋ: ପାକିସ୍ତାନର ଗୋଟିଏ ଭୁଲ୍ ପାଇଁ ପୂରା ଦେଶ ଶୋଷରେ ମରିବ । ଅର୍ଥାତ୍ ପହଲଗାମ୍ ଆକ୍ରମଣ ପରେ ଭାରତ ସରକାର କଡ଼ା ପଦକ୍ଷେପ ନେଉଛି । ପ୍ରଥମେ କୂଟନୈତିକ ସ୍ତରରେ ପରେ ପରେ ବାଣିଜ୍ୟିକ ସ୍ତରରେ ବି କଡ଼ା ଆକ୍ସନ ନେଉଛନ୍ତି ମୋଦୀ ସରକାର । ସେଇଥି ଲାଗି ତ ତିନିତିନୋଟି ଯୁଦ୍ଧରେ ଯେଉଁ ଚୁକ୍ତି ଉପରେ ଭାରତ କେବେ ହାତ ମାରିନଥିଲା ଏବେ ସେହି ଚୁକ୍ତିରେ ହାତ ମାରିଛି ପାକିସ୍ତାନ । ଅର୍ଥାତ୍ ସିନ୍ଧୁ ଚୁକ୍ତିକୁ ରଦ୍ଦ କରିଦେଇଛି ଭାରତ ।
ପାକିସ୍ତାନକୁ ମହଙ୍ଗା ପଡ଼ିବ ଆତଙ୍କୀ ପୋଷିବା
ରକ୍ତର ହୋଲି ଖେଳିଲା, ଏବେ ଶୋଷରେ ମରିବ
ଭାରତର ମାଷ୍ଟରଷ୍ଟ୍ରୋକ୍
ହଇରାଣ ହେବ ପାକିସ୍ତାନ
ଏଥର ଶିଖିବ ବୁଦ୍ଧି
ଭାରତ ସହ ପଙ୍ଗା ନେଇ ହଇରାଣ ହେବ ପାକିସ୍ତାନ । କାରଣ ଗୋଟିଏ ପରେ ଗୋଟିଏ ଚୁକ୍ତିକୁ ରଦ୍ଦ କରିବାରେ ଲାଗିଛି ଭାରତ । ସିନ୍ଧୁ ଚୁକ୍ତିଠୁ ଆରମ୍ଭ କରି ଅଟାରୀ ସୀମା ବନ୍ଦ ଭଳି ପଦକ୍ଷେପ ନେବା ପରେ ପାକିସ୍ତାନ କେବଳ ସମସ୍ୟା ଭୋଗିବାକୁ ଯାଉନି, ବରଂ ତା' ସତ୍ତା ଏବେ ସଂକଟ ଘେରରେ । ପାକିସ୍ତାନର ଭୁଲ ପାଇଁ ଏବେ ପୂରା ଦେଶ ଭୋଗିବାକୁ ବାଧ୍ୟ ହେଉଛି । କଥାହେଲା ଚୁକ୍ତି ଅନୁସାରେ, ଭାରତ ମାତ୍ର ୩୦ ପ୍ରତିଶତ ପାଣି ପାଉଥିବା ବେଳେ ପାକିସ୍ତାନ ୭୦ ଭାଗ ପାଣି ନେଇ ଚାଷ, ବିଜୁଳି ଉତ୍ପାଦନ ଆଦି କାମରେ ବ୍ୟବହାର କରୁଥିଲା । ହେଲେ ଚୁକ୍ତି ରଦ୍ଦ ହେବା ପରେ ଏବେ ପାକିସ୍ତାନ ଅନ୍ଧାର ହୋଇଯିବ ।
ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ପଞ୍ଜାବ ଓ ସିନ୍ଧ୍ ପ୍ରଦେଶ ସହ ପ୍ରମୁଖ ସହର କରାଚି, ଲାହୋର ଓ ମୁଲତାନରେ ଶୋଷ ମେଣ୍ଟାଇବାକୁ ପାଣି ମିଳିବନି । ତାରବେଲା ଓ ମଙ୍ଗଲା ହାଇଡ୍ରୋପାୱାର ପ୍ଲାଣ୍ଟ୍ ଅଚଳ ହୋଇ ଘୋର ବିଦ୍ୟୁତ ସଂକଟ ସୃଷ୍ଟି ହେବ । କଳକାରଖାନା ଠପ୍ ପଡ଼ିବ । ପାକିସ୍ତାନ ଏବେ ଆର୍ଥିକ ସଂକଟ ସହ ଯୁଝୁଛି । ହେଲେ ବି ଆତଙ୍କୀଙ୍କୁ ପୋଷିବା ବନ୍ଦ କରୁନି । ଖାଲି ପାଣି ପାଇଁ ହଇରାଣ ହେବ ତାହା ନୁହେଁ ବରଂ ବର୍ଡର ବନ୍ଦ ହେବା ଫଳରେ ବାଣିଜ୍ୟ ଉପରେ ବି ସାଙ୍ଘାତିକ ପ୍ରଭାବ ପଡ଼ିବ ।
କୁହାଯାଉଛି କି ଭାରତ ପହଲଗାମ୍ ଆକ୍ରମଣ ପରେ ଧୈର୍ଯ୍ୟ ଭାଙ୍ଗିବାକୁ ବାଧ୍ୟ ହୋଇଛି । ବାରମ୍ବାର କାଶ୍ମୀରରେ ଅଶାନ୍ତି ସୃଷ୍ଟି କରୁଥିବା ଦେଶକୁ ପାନେ ନଦେଲେ ଆଗାମୀ ଦିନରେ ପୁଣି ଯେ ଆତଙ୍କୀ ହମଲା ହେବନି ସେନେଇ ବି କୌଣସି ଗ୍ୟାରେଣ୍ଟି ନାହିଁ । ସେଇଥି ଲାଗି ତ ପାକିସ୍ତାନକୁ ଏଥର ମଜା ଚଖାଇବାକୁ କେନ୍ଦ୍ର ସରକାର ଭାବୁଛନ୍ତି । ଖାଲି କେନ୍ଦ୍ର ସରକାର ଭାବୁଛନ୍ତି ତାହା ନୁହେଁ ବରଂ ଜନସାଧାରଣ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଖୁଲମଖୁଲା କହୁଛନ୍ତି । ଏବେ ସମୟ କହିବ ପାକିସ୍ତାନକୁ କେମିତି ମଜା ଚଖାଉଛି ଭାରତ ।