କନକ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନିଟିକିଆ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଆସନ୍ତା ୧୧ ତାରିଖରେ ବଡ଼ୋଦରାରେ ଖେଳାଯିବ । ଏହି ମ୍ୟାଚରେ ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ପାଇଁ ଏକ ଐତିହାସିକ ସୁଯୋଗ ରହିବ । ସେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିପାରନ୍ତି । ଜାନୁଆରି ୧୧ ଆଉ ଏକ କାରଣ ଲାଗି ବିରାଟଙ୍କ ପାଇଁ ଖାସ୍ । ଏହି ଦିନ ତାଙ୍କ ଝିଅର ଜନ୍ମଦିନ । ଏଣୁ ଏହି ଦିନଟିକୁ ସେ ସ୍ମରଣୀୟ କରିବାକୁ ଉଦ୍ୟମ କରିବେ ।
ଏହା ବି ପଢ଼ନ୍ତୁ: ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା: ଫେରିଲେ ଶ୍ରେୟସ-ସିରାଜ, ସାମିଙ୍କୁ ମିଳିଲାନି ସୁଯୋଗ
ଭାରତୀୟ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରୁ ସବୁଠାରୁ ଅଧିକ ଦିନିକିଆ ରନ କରିଛନ୍ତି ସଚିନ । ୧୯୯୦ରୁ ୨୦୦୯ ପର୍ଯ୍ୟନ୍ତ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ଟି ମ୍ୟାଚ ଖେଳି ୧୭୫୦ ରନ୍ କରିଛନ୍ତି । ଏହା ମଧ୍ୟରେ ୫ଟି ଶତକ ଓ ୮ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ । ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ବିରାଟ । ସେ ୩୩ଟି ମ୍ୟାଚରୁ ୧୬୫୭ ରନ୍ କରିଛନ୍ତି । ଏଣୁ ଆଉ ୯୪ ରନ୍ କଲେ ସେ ସଚିନଙ୍କ ରେକର୍ଡ ଭାଙ୍ଗିପାରିବେ । ବିରାଟ ଏବେ ଯେପରି ଫର୍ମରେ ଅଛନ୍ତି ତାଙ୍କ ପାଇଁ ଏହି ରେକର୍ଡ ଭାଙ୍ଗିବା କଷ୍ଟକର ହେବନାହିଁ । ନିକଟରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ୨ଟି ଶତକ ମାରିଥିଲେ । ସେହିପରି ଘରୋଇ ବିଜୟ ହଜାରେ ଟ୍ରଫିରେ ଭଲ ପ୍ରଦର୍ଶନ କରିଥିଲେ ।
Follow Us