କନକ ବ୍ୟୁରୋ: ରାୟପୁରର ସହିଦ ବୀରନାରାୟଣ ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମଠାରେ ଶୁକ୍ରବାର ଖେଳାଯାଇଥିବା ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଟ୍ବେଣ୍ଟି-୨୦ ମ୍ୟାଚରେ ଭାରତୀୟ ବ୍ୟାଟର ଇଶାନ କିଶନ ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ବ୍ୟାଟିଂ ପାଇଁ ଚର୍ଚ୍ଚାରେ ରହିଛି । ଭାରତ ମାତ୍ର ୬ ରନରେ ୨ଟି ଓ୍ବିକେଟ୍ ହରାଇ ସଂଘର୍ଷ କରୁଥିବାବେଳେ ଇଶାନ ଓ ସୂର୍ଯ୍ୟଙ୍କ ନିର୍ଘାତ ପ୍ରତିଆକ୍ରମଣ ନ୍ୟୁଜିଲାଣ୍ଡ୍ ହାତରୁ ମ୍ୟାଚ୍ ଛଡ଼ାଇନେଇଥିଲା । ଉଭୟ ମାତ୍ର ୮ ଓଭରରେ ୧୨୨ ରନ ଯୋଡ଼ିବା ପରେ ଭାରତର ବିଜୟ ସହଜ ହୋଇଯାଇଥିଲା । ଆଗାମୀ ବିଶ୍ବକପ ପୂର୍ବରୁ ସୂର୍ଯ୍ୟକୁମାର ଓ ଇଶାନ ଲୟକୁ ଫେରିବା ଭାରତୀୟ ଦଳ ପାଇଁ ଏକ ଶୁଭସୂଚନା ।
ଏହା ବି ପଢ଼ନ୍ତୁ: Ind vs NZ T20: ଈଶାନ, ସୂର୍ଯ୍ୟ ଦେଲେ ଜବରଦସ୍ତ ବିଜୟ
କିନ୍ତୁ ଏସବୁ ମଧ୍ୟରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ବୋଲିଂ ଚର୍ଚ୍ଚାରେ ରହିଛି । ସେ ଏପରି ଏକ ରେକର୍ଡ କରିଛନ୍ତି, ଯାହାକୁ ସେ ଭୁଲିଯିବାକୁ ଚାହିଁବେ । ନ୍ୟୁଜିଲାଣ୍ଡ୍ ବ୍ୟାଟିଂ ସମୟରେ ସେ ଭାରତ ପକ୍ଷରୁ ବୋଲିଂ ଆରମ୍ଭ କରିଥିଲେ । ପ୍ରଥମ ଓଭରରେ ତାଙ୍କୁ ନ୍ୟୁଜିଲାଣ୍ଡ୍ ବ୍ୟାଟର ନିର୍ଘାତ ପ୍ରହାର କରିଥିଲେ । ଏହି ଓଭରରେ ସେ ୩ଟି ଚୌକା ଓ ଗୋଟିଏ ଛକା ସହ ମୋଟ ୧୮ ରନ କରିଥିଲେ । ଏହା ଟ୍ବେଣ୍ଟି-୨୦ରେ କୌଣସି ଭାରତୀୟ ବୋଲରଙ୍କ ଦ୍ବାରା କରାଯାଇଥିବା ସବୁଠାରୁ ମହଙ୍ଗା ପ୍ରଥମ ଓଭର । ତେବେ ୨୦୨୨ରେ ଭାରତୀୟ ବୋଲର ଭୁବନେଶ୍ବର କୁମାର ମଧ୍ୟ ଆୟର୍ଲାଣ୍ଡ ବିରୋଧରେ ପ୍ରଥମ ଓଭରରେ ୧୮ ରନ ଦେଇଥିଲେ । କିନ୍ତୁ ତାହା ମ୍ୟାଚର ପ୍ରଥମ ଓଭର ନଥିଲା । ଭାରତ ଦ୍ବାରା ରଖାଯାଇଥିବା ଲକ୍ଷ୍ୟର ପିଛା କରିବାବେଳେ ଆୟର୍ଲାଣ୍ଡର ବ୍ୟାଟର ପଲ୍ ଷ୍ଟର୍ଲିଂ ଗୋଟିଏ ଓଭରରେ ୧୮ ରନ କରିଥିଲେ ।
ଏହା ବି ପଢ଼ନ୍ତୁ: ଟାଏକୋଣ୍ଡୋ ଫେଡେରେସନ୍ କପ୍: ଓଡ଼ିଶାକୁ ୧ ସ୍ବର୍ଣ୍ଣ ସହ ୧୯ ପଦକ
ପ୍ରଥମ ଓଭରରେ ୧୮ ରନ ଦେବା ପରେ ଅର୍ଶଦୀପ ପୁଣି ୩ୟ ଓଭର ବୋଲିଂ କରିବାକୁ ଆସିଥିଲେ । ସେହି ଓଭରରେ ବି ସେ ୧୮ ରନ ଦେଇଥିଲେ । ତାଙ୍କୁ ନ୍ୟୁଜିଲାଣ୍ଡର ଓ୍ବିକେଟ୍-କିପର ବ୍ୟାଟର୍ ଟିମ ସେଫର୍ଡ ପ୍ରହାର କରି ୧୮ ରନ ସଂଗ୍ରହ କରିଥିଲେ ।
Follow Us