କନକ ବ୍ୟୁରୋ : ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ମୁମ୍ୱାଇର ୱାଙ୍ଖେଡ଼ ଷ୍ଟାଡିୟମରେ ହେବ ଏହି ହାଇଭୋଲଟେଜ ମ୍ୟାଚ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ। ଆଜିର ମ୍ୟାଚରେ ବିଜୟୀ ଟିମ ସିଧା ଫାଇନାଲ ଖେଳିବ । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିସାରିଛି । ଆଜିର ମ୍ୟାଚ କେବଳ ମୁକାବିଲା ନୁହେଁ ପୁରୁଣା ପ୍ରତିଶୋଧ ନେବାର ଅବସର ମଧ୍ୟ ଉଭୟ ଦଳ ପାଇଁ ଆଣି ଦେଇଛି ।
ଅଧିକ ପଢନ୍ତୁ : ବିଜୟର ଟି-୨୦ ବିଶ୍ୱକପ ଅଭିଯାନ ଆରମ୍ଭ କଲା ଭାରତ, ପ୍ରଥମ ମ୍ୟାଚରେ ଆମେରିକାକୁ ୨୯ ରନରେ ହରାଇଲା ଟିମ୍ ଇଣ୍ଡିଆ
ଲଗାତାର ତୃତୀୟ ଥର ପାଇଁ ଭାରତ ଓ ଇଂଲଣ୍ଡ ଟି-୨୦ ସେମିଫାଇନରେ ମୁହାଁମୁହିଁ ହେଉଛନ୍ତି । ଏହାପୂର୍ବରୁ ୨୦୨୨ ଓ ୨୦୨୪ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହୋଇସାରିଛନ୍ତି । ଟି-୨୦ ସେମିଫାଇନାଲ ମୁକାବିଲାରେ ଦୁଇ ଦଳର ରେକର୍ଡ ୧-୧ରେ ବରାବର ରହିଛି । ଟି-୨୦ ବିଶ୍ୱକପରେ ଉଭୟ ଟିମ ଷଷ୍ଠ ଥର ପାଇଁ ସେମିଫାଇନାଲ ଖେଳୁଛନ୍ତି । ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/05/t-20-world-cup-2026-03-05-07-44-24.jpg)