କନକ ବ୍ୟୁରୋ : ଆଜିଠାରୁ ମହିଳା ଟ୍ବେଣ୍ଟି-୨୦ ବିଶ୍ବକପର ନବମ ସଂସ୍କରଣ ଆରମ୍ଭ ହେବ । ଗ୍ରୁପ୍ ଓ ନକଆଉଟ୍ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ୧୦ ଦଳିଆ ବିଶ୍ବ ଲଢ଼େଇର ପ୍ରଥମ ମ୍ୟାଚ୍ରେ ଆଜି ଦୁଇ ଏସୀୟ ରାଷ୍ଟ୍ର ପାକିସ୍ତାନ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଅନ୍ୟତମ ଟ୍ରଫି ଦାବିଦାର ଭାରତ ତାର ଅଭିଯାନ ଶୁକ୍ରବାରଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ କରିବ। ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସଂଧ୍ୟା ୬ଟାରୁ ଖେଳାଯିବ । ଭାରତୀୟ ଦଳ ତାର ଦ୍ବିତୀୟ ମ୍ୟାଚରେ ୬ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍ ପର୍ଯ୍ୟାୟ ଶେଷ କରିବ। ଚଳିତ ଅକ୍ଟୋବର ୨୦ ତାରିଖରେ ଫାଇନାଲ୍ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍-‘ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍ରେ ନ୍ୟୁଜିଲାଣ୍ଡ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି ।
ଆଜିଠାରୁ ମହିଳା ଟି-୨୦ ବିଶ୍ୱକପ । ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ପାକିସ୍ତାନ ଓ ଶ୍ରୀଲଙ୍କା
ଏହି ମ୍ୟାଚ୍ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ସଂଧ୍ୟା ୬ଟାରୁ ଖେଳାଯିବ । ଭାରତୀୟ ଦଳ ତାର ଦ୍ବିତୀୟ ମ୍ୟାଚରେ ୬ ତାରିଖ ଦିନ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ, ୯ ତାରିଖରେ ଶ୍ରୀଲଙ୍କା ଏବଂ ୧୩ ତାରିଖରେ ଅଷ୍ଟ୍ରେଲିଆକୁ ଭେଟି ଲିଗ୍ ପର୍ଯ୍ୟାୟ ଶେଷ କରିବ। ଚଳିତ ଅକ୍ଟୋବର ୨୦ ତାରିଖରେ ଫାଇନାଲ୍ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଗ୍ରୁପ୍-‘ଏ’ରେ ସ୍ଥାନ ପାଇଥିଲା ବେଳେ ଏହି ଗ୍ରୁପ୍ରେ ନ୍ୟୁଜିଲାଣ୍ଡ ସହ ଶକ୍ତିଶାଳୀ ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ରହିଛନ୍ତି ।