କନକ ବ୍ୟୁରୋ : ଏଥର ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡା । ବୁଧବାର ଆନୁଷ୍ଠାନିକ ଭାବେ ୨୦୩୦ର କମନୱଲଥ୍ ଗେମ୍ସର ଆୟୋଜକ ଭାବେ ଅନୁମୋଦିତ ହୋଇଛି । ଅହମ୍ମଦାବାଦରେ ଖେଳାଯିବ ଏହି କ୍ରୀଡା ମହାକୁମ୍ଭ । ଭାରତୀୟ କ୍ରୀଡ଼ା ଜଗତ ପାଇଁ ଏକ ବଡ଼ ଗୌରବର ମୁହୂର୍ତ୍ତ। ଗ୍ଲାସଗୋରେ ଅନୁଷ୍ଠିତ କମନୱେଲଥ୍ ସ୍ପୋର୍ଟ୍ସର ସାଧାରଣ ସଭାରେ ଏହି ନିଷ୍ପତ୍ତି ଉପରେ ମୋହର ବାଜିଛି । ଆୟୋଜନ ଗୁଜରାଟର ଅହମ୍ମଦାବାଦ ସହରରେ କରାଯିବ । ଏହା ହେଉଛି କମନୱେଲଥ୍ ଗେମ୍ସର ଶତାବ୍ଦୀ ସଂସ୍କରଣ । ଶେଷ ଥର ପାଇଁ ୨୦୧୦ରେ ଦିଲ୍ଲୀରେ ଆୟୋଜନ କରାଯାଇଥିଲା। ଏହି ସଫଳତା ସହିତ ଭାରତ ପୁଣି ଥରେ ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ନିଜର ଦବଦବା ସାବ୍ୟସ୍ତ କରିଛି । ଭାରତର ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବା ଲକ୍ଷ୍ୟକୁ ମଧ୍ୟ ଆହୁରି ମଜଭୁତ କରିଛି ।
ଅଧିକ ପଢ଼ନ୍ତୁ - ଭାରତର ଶୋଚନୀୟ ପରାଜାୟ, ଚିନ୍ତାରେ ଗୌତମ ଗମ୍ଭୀର, ବିସିସିଆଇ ଉପରେ ଛାଡ଼ିଲେ ନିଷ୍ପତ୍ତି
ଭାରତରେ ହେବ ରାଜ୍ୟଗୋଷ୍ଠୀ କ୍ରୀଡା
- ଦୁଇ ଦଶନ୍ଧି ପରେ ଭାରତରେ ହେବ ରାଜ୍ୟ ଗୋଷ୍ଠୀ-କ୍ରୀଡ଼ା ପ୍ରତିଯୋଗିତା
- ୨୦୩୦ କମନୱୋଲଥ୍ ଗେମ୍ସର ଆୟୋଜନ କରିବ ଭାରତ
- ଗ୍ଲାସ୍ଗୋରେ ଅନୁଷ୍ଠିତ କମନୱେଲଥ୍ ସ୍ପୋର୍ଟ୍ସର ସାଧାରଣ ସଭାରେ ନିଷ୍ପତ୍ତି
- ୭୪ଟି କମନୱୋଲଥ୍ ଦେଶର ପ୍ରତିନିଧିମାନେ ଭାରତର ବିଡ୍କୁ ଅନୁମୋଦନ କରିଛନ୍ତି
- ଗୁଜରାଟର ଆହ୍ମଦାବାଦ ୨୦୩୦ ଗେମ୍ସ ପାଇଁ ଦୃଷ୍ଟିକୋଣ ଉପସ୍ଥାପନ କରିଥିଲା
- ଏହାଦ୍ବରା ୨୦୩୬ ଭାରତର ଅଲିମ୍ପିକ୍ସ ଆୟୋଜନ ଲକ୍ଷ୍ୟ ଆହୁରି ମଜଭୁତ ହୋଇଛି
- ଭାରତ ଆୟୋଜକ ଘୋଷଣା ହେବା ପରେ କମନୱେଲଥ୍ ସ୍ପୋର୍ଟ୍ସର ସାଧାରଣ ସଭାରେ ନାଚଗୀତ
- ହଲରେ ୨୦ ଗରବା ନୃତ୍ୟଶିଳ୍ପୀ ଏବଂ ୩୦ ଢୋଲ ବାଦକ ପ୍ରବେଶ କରି ପ୍ରତିନିଧିମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ
- ଗୁଜରାଟର ସମୃଦ୍ଧ ସାଂସ୍କୃତିକ ପରମ୍ପରାର ଏକ ଝଲକ ଦେଖାଇଥିଲେ ଭାରତୀୟ ନୃତ୍ୟଶୀଳ୍ପୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/26/common-wealth-2025-11-26-22-07-45.jpg)