ଟି-୨୦ ବିଶ୍ୱକପରେ ଭାରତର ଦମଦାର ବିଜୟ , ନାମିବ୍ୟାକୁ ୯୩ ରନ୍‌ରେ ପରାସ୍ତ

Advertisment

ନାମିବ୍ୟା ବିପକ୍ଷରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୯୩ ରନ୍‌ରେ ମାତ୍ ଦେଇ ଦ୍ବିତୀୟ ବିଜୟ ହାସଲ କରିଛି ସୂର୍ଯ୍ୟବାହିନୀ ।

ନାମିବ୍ୟା ବିପକ୍ଷରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୯୩ ରନ୍‌ରେ ମାତ୍ ଦେଇ ଦ୍ବିତୀୟ ବିଜୟ ହାସଲ କରିଛି ସୂର୍ଯ୍ୟବାହିନୀ ।

India

କନକ ବ୍ୟୁରୋ : ଟି-୨୦ ବିଶ୍ବକପରେ ଭାରତ ନିଜର ବିଜୟ ଅଭିଯାନ ଜାରି ରଖିଛି । ନାମିବ୍ୟା ବିପକ୍ଷରେ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ । ୯୩ ରନ୍‌ରେ ମାତ୍ ଦେଇ ଦ୍ବିତୀୟ ବିଜୟ ହାସଲ କରିଛି ସୂର୍ଯ୍ୟବାହିନୀ । ପ୍ରଥମେ ବ୍ୟାଟିଂରେ କମାଲ କରିଥିବା ଟିମ୍ ଇଣ୍ଡିଆ ବୋଲିଂରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ନାମିବ୍ୟା । ହେଲେ ଭାରତୀୟ ବ୍ୟାଟର ପ୍ରଥମରୁ ହିଁ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲା । ଦୁଇ ଓପନର ଇଶାନ କିଷାନ ଓ ସଞ୍ଜୁ ସାମସନ ପ୍ରଥମରୁ ଦ୍ରୁତ ରନ୍ ସଂଗ୍ରହ କରିଥିଲେ ।

ସଞ୍ଜୁଙ୍କ ୱିକେଟ ପରେ ଥମିନଥିଲେ ଇଶାନ । ନାମିବ୍ୟା ବୋଲରଙ୍କୁ ନିର୍ଦ୍ଧୁମ ପ୍ରହାର କରିବା ସହ ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ ଇଶାନ । ପରେ ହାର୍ଦ୍ଦିକ ବ୍ୟାଟ୍‌ରୁ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଦେଖିବାକୁ ମିଳିଥିଲା । ୨୧୦ ରନର ବିଜୟକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ନାମିବ୍ୟା ଦଳ ପ୍ରଥମରୁ ଭଲ ବ୍ୟାଟିଂ କରିଥିଲେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲେ ।

ଅଧିକ ପଢନ୍ତୁ : ପାକିସ୍ତାନ ବିନା ବିଶ୍ବକପ୍‌ ହୋଇପାରେ, ଭାରତ ବିନା ନୁହେଁ : ହରଭଜନ

ବରୁଣ ଚକ୍ରବର୍ତ୍ତୀ ଓ ଅକ୍ଷର ପଟେଲଙ୍କ ସ୍ପିନ ଜାଲରେ ଛନ୍ଦି ହୋଇଥିଲା ପ୍ରତିପକ୍ଷ ଦଳର ବ୍ୟାଟର । ବିଜୟଲକ୍ଷ୍ୟ ଠାରୁ ୯୩ ରନ୍‌ ପଛରେ ରହି ଅଲଆଉଟ ହୋଇଥିଲା ପୂରା ଦଳ । ଟୁର୍ଣ୍ଣାମେଣ୍ଟରେ ଦ୍ବିତୀୟ ବିଜୟ ହାସଲ କରିଥିବା ଭାରତ ଆସନ୍ତା ୧୫ରେ ଚିର ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ଭେଟିବ । ଶ୍ରୀଲଙ୍କାର କଲମ୍ବୋରେ ଖେଳାଯିବ ଏହି ହାଇଭୋଲଟେଜ ମ୍ୟାଚ୍ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe