ତୈଳ ଚୋରା ଚାଲାଣକାରୀଙ୍କ ବିରୋଧରେ ଭାରତର ବଡ଼ କାର୍ଯ୍ୟାନୁଷ୍ଠାନ: ୩ ଇରାନୀ ଟ୍ୟାଙ୍କର୍ ଜବତ

Advertisment

ଅନ୍ତର୍ଜାତୀୟ ନିୟମ ପାଳନ ଓ ବେଆଇନ ତୈଳ ବାଣିଜ୍ୟକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛଛି। ରିପୋର୍ଟ ଅନୁଯାୟୀ, ତିନି ଟ୍ୟାଙ୍କର୍ ସମୁଦ୍ରରେ ଯାତ୍ରା କରିବା ସମୟରେ ସେମାନଙ୍କର ପରିଚୟ ଲୁଚାଇ ରଖିଥିଲେ।

ଅନ୍ତର୍ଜାତୀୟ ନିୟମ ପାଳନ ଓ ବେଆଇନ ତୈଳ ବାଣିଜ୍ୟକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛଛି। ରିପୋର୍ଟ ଅନୁଯାୟୀ, ତିନି ଟ୍ୟାଙ୍କର୍ ସମୁଦ୍ରରେ ଯାତ୍ରା କରିବା ସମୟରେ ସେମାନଙ୍କର ପରିଚୟ ଲୁଚାଇ ରଖିଥିଲେ।

3 Iranian tankers seized

3 Iranian tankers seized Photograph: (kanak news)

କନକ ବ୍ୟୁରୋ :ଭାରତ ଏକ ପ୍ରମୁଖ ତଥା ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ଅଭିଯାନରେ ତିନୋଟି ତୈଳ ଟ୍ୟାଙ୍କର୍ ଜବତ କରିଛି। ଏହି ଟ୍ୟାଙ୍କର୍ ଗୁଡ଼ିକର ଇରାନ ସହିତ ସମ୍ପର୍କ ରହିଛି। ଟ୍ୟାଙ୍କର୍ ଗୁଡ଼ିକ ଉପରେ ଆମେରିକାର ପ୍ରତିବନ୍ଧକ ଲାଗୁ କରିଛି ବୋଲି କୁହାଯାଉଛି । ଅନ୍ତର୍ଜାତୀୟ ନିୟମ ପାଳନ ଓ ବେଆଇନ ତୈଳ ବାଣିଜ୍ୟକୁ ରୋକିବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛଛି। ରିପୋର୍ଟ ଅନୁଯାୟୀ, ତିନି ଟ୍ୟାଙ୍କର୍ ସମୁଦ୍ରରେ ଯାତ୍ରା କରିବା ସମୟରେ ସେମାନଙ୍କର ପରିଚୟ ଲୁଚାଇ ରଖିଥିଲେ। ପ୍ରତିବନ୍ଧକ ଏଡାଇବା ପାଇଁ ନାମ ଓ ପତାକା ପରିବର୍ତ୍ତନ କରିଥିଲେ। ଭାରତର ସାମୁଦ୍ରିକ ସୁରକ୍ଷା ଏଜେନ୍ସିଗୁଡ଼ିକ ସେମାନଙ୍କର କାର୍ଯ୍ୟକଳାପକୁ ସନ୍ଦେହଜନକ ବୋଲି ଦେଖି ଅଟକାଇ ଅଧିକ ତଦନ୍ତ ପାଇଁ ଜବତ କରିଛନ୍ତି ।

ଏହି ଅଭିଯାନ ଭାରତୀୟ ସାମୁଦ୍ରିକ ସୀମା ନିକଟରେ କରାଯାଇଛି। ସୁରକ୍ଷା ଏଜେନ୍ସିଗୁଡ଼ିକ ଦେଖିଥିଲେ ଯେ, ଜାହାଜଗୁଡ଼ିକ ତଲେ ଜାହାଜରୁ ଜାହାଜକୁ ସ୍ଥାନାନ୍ତର କରୁଥିଲେ। ଯାହା ପ୍ରାୟତଃ ତେଲର ପ୍ରକୃତ ଉତ୍ସକୁ ଲୁଚାଇବା ପାଇଁ ବ୍ୟବହୃତ ଏକ ପଦ୍ଧତି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି, ଏହି ଟ୍ୟାଙ୍କର୍‌ଗୁଡ଼ିକ ଇରାନର ତେଲ ପରିବହନରେ ସାମିଲ ଥିଲେ। ଯାହା ଉପରେ ପୂର୍ବରୁ ଆମେରିକା ପ୍ରତିବନ୍ଧକ ଲଗାଇଛି। ଜବତ ହୋଇଥିବା ତିନୋଟି ଟ୍ୟାଙ୍କରକୁ କଡ଼ା ସୁରକ୍ଷା ମଧ୍ୟରେ ଭାରତୀୟ ଉପକୂଳକୁ ଟଣାଯାଇଛି। ମୁମ୍ବାଇ ନିକଟରେ ଲଙ୍ଗର କରାଯାଇଛି। କଷ୍ଟମ୍ସ ସୁରକ୍ଷା ଏବଂ ଅନ୍ୟାନ୍ୟ ଏଜେନ୍ସିଗୁଡ଼ିକ ମିଳିତ ତଦନ୍ତ କରୁଛନ୍ତି ।

କନକ ବ୍ୟୁରୋ : ଜେଲ୍ ପଳାୟନର ଖୋଲିବ କି ଗୁମର ? ପୁଲିସ୍ ରିମାଣ୍ଡରେ କଏଦୀ ମଧୁକାନ୍ତ

ଜବତ ଜାହାଜର କାଗଜପତ୍ର, କ୍ରୁ ସଦସ୍ୟ ଓ ମାଲପତ୍ରର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରାଯାଉଛି। ଏହି ଘଟଣା ପରେ, ଭାରତ ସାମୁଦ୍ରିକ ପାଟ୍ରୋଲିଂକୁ ଅଧିକ ସୁଦୃଢ଼ କରିଛି। ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି। ଭବିଷ୍ୟତରେ ଏପରି କୌଣସି ବେଆଇନ କାର୍ଯ୍ୟକଳାପକୁ ରୋକିବା ପାଇଁ ସମୁଦ୍ରରେ ପାଟ୍ରୋଲିଂ ବୃଦ୍ଧି କରାଯାଇଛି। ଇରାନ କହିଛି ଯେ ଜବତ ଟ୍ୟାଙ୍କରଗୁଡ଼ିକର ଇରାନର ସରକାରୀ ତୈଳ କମ୍ପାନି ସହିତ ସିଧାସଳଖ କୌଣସି ସମ୍ପର୍କ ନାହିଁ। ତଥାପି, ଅନ୍ତର୍ଜାତୀୟ ଏଜେନ୍ସିଗୁଡ଼ିକ ଏହି ଦାବିଗୁଡ଼ିକର ବିଭିନ୍ନ ଉପାୟରେ ତଦନ୍ତ କରୁଛନ୍ତି। ଭାରତର ଏହି ପଦକ୍ଷେପ ବେଆଇନ ତୈଳ ବାଣିଜ୍ୟକୁ ରୋକିବା ସହିତ ସାମୁଦ୍ରିକ ସୁରକ୍ଷାକୁ ମଧ୍ୟ ସୁଦୃଢ଼ ​​କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe