କନକ ବ୍ୟୁରୋ : କଟକ ଚୌଦ୍ବାର ଜେଲରୁ ଚମ୍ପଟ ମାମଲାରେ ଗିରଫ କଏଦୀ ମଧୁକାନ୍ତ ରାଣାକୁ ରିମାଣ୍ଡରେ ନିଆଯିବ। ୬ ଦିନିଆ ରିମାଣ୍ଡରେ ଯିବାକୁ କୋର୍ଟ ଅନୁମତି ଦେଇଛନ୍ତି । ପୋଲିସ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରିବ । ମୁଖ୍ୟତଃ ଚୌଦ୍ୱାର ଜେଲ୍‌ରୁ ଚମ୍ପଟ ପଛରେ ଜେଲରେ ଆଉ କାହାର ସଂପୃକ୍ତି ରହିଛି?

Advertisment

ଅଧିକ ପଢନ୍ତୁ : ରିମାଣ୍ଡରେ ଆସିବ ମଧୁକାନ୍ତ : ବଖାଣିବ କେମିତି ହୋଇଥିଲା ଫେରାର

ଅଧୀକ୍ଷକ, ଜେଲରଙ୍କ ଭୂମିକା କ’ଣ ରହିଛି ? ଚମ୍ପଟ ପଛରେ କ’ଣ ରହିଛି ଗୁମର, ସେସବୁ ତଥ୍ୟ ଜାଣିବା ପାଇଁ ରିମାଣ୍ଡ ବେଳେ ଚେଷ୍ଟା କରିବ ପୁଲିସ । ଏବେବି ଫେରାର ଥିବା ମଧୁକାନ୍ତର ଅନ୍ୟ ସହଯୋଗୀ ରାଜା ସାହାଣୀ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହିତ ତା’ ନିକଟରେ ପହଞ୍ଚିବା ଲାଗି  ପୋଲିସ ମଧୁକାନ୍ତକୁ ରିମାଣ୍ଡରେ ନେଇ ତଥ୍ୟ ଓଗାଳିବ ।