କନକ ବ୍ୟୁରୋ: ଜିମ୍ବାଓ୍ବେ ବିପକ୍ଷରେ ବଡ଼ ବିଜୟ ସହ ପୁଣି ଥରେ ସେମିଫାଇନାଲ ଦୌଡ଼କୁ ଫେରିଆସିଛି ଭାରତ । ଏବେ ସମସ୍ତଙ୍କ ନଜର ଆସନ୍ତା ମାର୍ଚ୍ଚ ୧ରେ ହେବାକୁ ଥିବା ଓ୍ବେଷ୍ଟ୍-ଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ଉପରେ ରହିଛି, କାରଣ ଏହି ମ୍ୟାଚ୍ ସେମିଫାଇନାଲ ପୂର୍ବରୁ କ୍ବାର୍ଟର ଫାଇନାଲ୍ ପରି ହୋଇଛି। ତେବେ ଏହି ମ୍ୟାଚ୍ ପୂର୍ବରୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍ ଭନ୍। ସେ କହିଛନ୍ତି ଯେ ଜିମ୍ବାଓ୍ବେ ବିପକ୍ଷରେ ବିଜୟ ପରେ ଭାରତ ପୁଣି ଥରେ ଟାଇଟେଲ୍ ବିଜୟ ଦୌଡ଼କୁ ଆସିଯାଇଛି । ଭାରତ କେବଳ ସେମି-ଫାଇନାଲ ନୁହେଁ, ଫାଇନାଲକୁ ବି ଯିବାର ସମ୍ଭାବନା ରହିଛି। ଏଥରେ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହୋଇପାରେ ବୋଲି ସେ କହିଛନ୍ତି।
ଆହୁରି ପଢ଼ନ୍ତୁ... ଚର୍ଚ୍ଚାର କେନ୍ଦ୍ରରେ ଦ୍ରୁତ ବୋଲର୍ ଆକିବ୍ ନବି
ଓ୍ବେଷ୍ଟ-ଇଣ୍ଡିଜ୍ ମ୍ୟାଚ୍ରେ ବି ଭାରତର ବିଜୟ ସମ୍ଭାବନା ଅଧିକ ରହିବ ବୋଲି ପୂର୍ବାନୁମାନ କରି ସେ କହିଛନ୍ତି ଯେ ଭାରତୀୟ ଦଳ ବେଶ ଶକ୍ତିଶାଳୀ ଅଛି। ପଶ୍ଚାତ୍ଧାବନ ଲାଗି କୋଲକାତା ଏକ ଭଲ ପଡ଼ିଆ। ଏପରିକି ଭାଗ୍ୟ ସମର୍ଥନ ନ କଲେ ବି ଭାରତ ଜିତିପାରିବ। ବେଳେବେଳେ ସାମାନ୍ୟ ବିଫଳତା ଭବିଷ୍ୟତ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/team-2026-02-27-15-21-02.jpg)