କନକ ବ୍ୟୁରୋ: ଚଳିତ ରଣଜୀ ଟ୍ରଫିରେ ଜମ୍ମୁ ଓ କଶ୍ମୀରର ଐତିହାସିକ ସଫଳତା ପଛରେ ଦ୍ରୁତ ବୋଲର୍ ଆକିବ୍ ନବିଙ୍କ ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। ଚଳିତ ଋତୁରେ ସେ ଅଭୁତପୂର୍ବ ଆଧିପତ୍ୟ ଦେଖାଇବା ସହ ମୋଟ ୫୮ଟି ୱିକେଟ୍ ନେଇ ସେ ପ୍ରମାଣିତ କରିଦେଇଛନ୍ତି ଯେ ସେ ଲମ୍ବା ଦୌଡ଼ର ଘୋଡ଼ା। ଏହି ସଫଳତା ପରେ ତାଙ୍କୁ ପୂର୍ବତନ କ୍ରିକେଟର୍ମାନେ ପ୍ରଶଂସା କରିବା ଆରମ୍ଭ କରିଦେଇଛନ୍ତି।
ପୂର୍ବତନ କ୍ରିକେଟର୍ ଦିନେଶ କାର୍ତ୍ତିକ କହିଛନ୍ତି ଯେ ଜାତୀୟ ଦଳ ପାଇଁ ଖେଳିବାକୁ ସ୍ବପ୍ନ ଦେଖୁଥିବା ଯୁବ ଖେଳାଳିମାନେ ନବିଙ୍କ ପଥ ଅନୁସରଣ କରନ୍ତୁ। ସେ ଯେପରି ପ୍ରଦର୍ଶନ କରିଛନ୍ତି ଅନ୍ୟ କୌଣସି ଦ୍ରୁତ ବୋଲର ଏପରି କରିଥିବା ତାଙ୍କର ମନେ ନାହିଁ। ଗୋଟିଏ ଗୁରୁତ୍ବପୂର୍ଣ୍ଣ ଘରୋଇ ପ୍ରତିଯୋଗିତାରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରି ସେ ଏକୁଟିଆ ନିଜ ଦଳ ପାଇଁ ସଫଳତା ଆଣିଦେଇଛନ୍ତି। ଜାତୀୟ ଦଳରେ ସ୍ଥାନ ପାଇବା ପାଇଁ ଏହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। କାର୍ତ୍ତିକ ଆହୁରି ନବିଙ୍କ ଫିଟ୍ନେସ୍କୁ ପ୍ରସଂଶା କରିବା ସହ ବିଭିନ୍ନ ପରିବେଶରେ ଲମ୍ବା ସ୍ପେଲ୍ ବୋଲିଂ କରିବା ଓ ନିଜ ଦଳର ଆବଶ୍ୟକତା ବେଳେ ୱିକେଟ୍ ନେବା ଏକ ଅସାଧାରଣ ସଫଳତା। ସେ ଜଣେ ପ୍ରକୃତ ଚାମ୍ପିୟନ ବୋଲି କାର୍ତ୍ତିକ କହିଛନ୍ତି।
ଆହୁରି ପଢ଼ନ୍ତୁ... ମେଜର ମରୁଫ୍ ରାଜାଙ୍କ ପରଲୋକ, ପ୍ରଧାନମନ୍ତ୍ରୀଙ୍କ ଶୋକ
ଗତ ସପ୍ତାହରେ ରଣଜୀ ଫାଇନାଲ ଆରମ୍ଭ ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଅଲ୍ରାଉଣ୍ଡର୍ ଇର୍ଫାନ ପଠାନ୍ ମଧ୍ୟ ନବିଙ୍କୁ ପ୍ରସଂଶା କରି ତାଙ୍କୁ ଏକ ‘ଡିଜେଲ୍ ଇଂଜିନ’ ବୋଲି କହିଥିଲେ। ଡିଜେଲ ଇଂଜିନ୍ ଯେପରି ଷ୍ଟାର୍ଟ୍ ହେବାକୁ ସମୟ ନିଏ, କିନ୍ତୁ ଥରେ ଆରମ୍ଭ ହୋଇଗଲେ ଲମ୍ବା ସମୟ ଧରି ଚାଲିଥାଏ, ଠିକ୍ ସେହିପରି ନବି ଷ୍ଟାର୍ଟ୍ ହେବାକୁ କିଛି ସମୟ ନେଇଥିଲେ, କିନ୍ତୁ ଏବେ ସେ ୮-ଘଣ୍ଟା, ୧୦-ଘଣ୍ଟା ଅବିରତ ବୋଲିଂ କରୁଛନ୍ତି। ଭାରତୀୟ ଦଳରେ ସାମିଲ ହେବାକୁ ସେ ଆଉ କେତେ ଦୂର ଅଛନ୍ତି ବୋଲି ଇର୍ଫାନ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ନବି ଏପର୍ଯ୍ୟନ୍ତ ୫୫ଟି ୱିକେଟ୍ ନେଇସାରିଛନ୍ତି। ସେ ଉଭୟ ନୂଆ ବଲ୍ ଓ ପୁରୁଣା ବଲ୍ରେ ୱିକେଟ୍ ନେଉଛନ୍ତି। ବ୍ୟାଟିଂରେ ବି ସେ ଚଳିତ ଋତୁରେ କମାଲ ଦେଖାଇ ୨୪୩ ରନ୍ କରିସାରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/27/aquib-naqbi-2026-02-27-15-14-27.jpg)