କନକ ବ୍ୟୁରୋ: ଭାରତକୁ ଜାଭେଲିନ୍ କ୍ଷେପଣାସ୍ତ୍ର ପ୍ରଣାଳୀ ବିକ୍ରି ପାଇଁ ଯୁକ୍ତରାଷ୍ଟ୍ର ଆମେରିକାର ଅନୁମୋଦନ । ୯୨ ଦଶମିକ ୮ ନିୟୁତ ଡଲାର ମୂଲ୍ୟର ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଭାରତକୁ ବିକ୍ରି ପାଇଁ ଆମେରିକା ଅନୁମୋଦନ କରିଥିବା ଆମେରିକା ପ୍ରତିରକ୍ଷା ସୁରକ୍ଷା ସହଯୋଗ ଏଜେନ୍ସି- ଡିଏସସିଏ ପକ୍ଷରୁ ବିବୃତି ଜାରି କରାଯାଇଛି । ଏହା ଆମେରିକା- ଭାରତ ରଣନୈତିକ ସହଭାଗିତା ସମ୍ପର୍କକୁ ସୁଦୃଢ଼ କରିବ । ଭାରତକୁ ଆମେରିକା ଜାଭେଲିନ୍ ଏଫଜିଏମ୍ -୧୪୮ କ୍ଷେପଣାସ୍ତ୍ର, ଫ୍ଲାଏ ଟୁ ବାଏ ୨୫ ଜାଭେଲିନ ଲାଇଟ୍ ୱେଟ୍ କମାଣ୍ଡ ଲଞ୍ଚ ୟୁନିଟ୍ ଆଦି ପ୍ରଥମ ପ୍ୟାକେଜରେ ଦେବ । ଏହାର ମୂଲ୍ୟ ରହିଛି ୪୫ ଦଶମିକ ୭ ନିୟୁତ ଡଲାର । ଦ୍ବିତୀୟ ପ୍ୟାକେଜରେ ୪୭ ଦଶମିକ ୧ ନିୟୁତ ଡଲାର ଅନ୍ୟ କ୍ଷେପଣାସ୍ତ୍ର ପାଇବ ଭାରତ ।
ଅସ୍ତ୍ର କିଣିବ ଭାରତ
ଜାଭେଲିନ୍ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବ ଭାରତ
ଆମେରିକାର ଅନୁମୋଦନ ପରେ ଚୁକ୍ତି ନେଇ ଘୋଷଣା
ଭାରତ ପାଇବ ଜାଭେଲିନ୍ କ୍ଷେପଣାସ୍ତ୍ର ପ୍ରଣାଳୀ
୯୨. ୮ ନିୟୁତ ଡଲାରର କ୍ଷେପଣାସ୍ତ୍ର ପ୍ରଣାଳୀ
ଡିଏସସିଏ ପକ୍ଷରୁ ବିବୃତି ଜାରି
ଦୃଢ଼ ହେବ ଆମେରିକା- ଭାରତ ରଣନୈତିକ ସହଭାଗିତା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/11/20/javelin-missile-system-2025-11-20-15-07-56.jpg)