ଭାରତ-ଋଷ ୨୩ତମ ଶିଖର ସମ୍ମିଳନୀରେ ଅନେକ ବୁଝାମଣା ସ୍ୱାକ୍ଷରିତ, ଜାରି ରହିବ ଇନ୍ଧନ ଯୋଗାଣ

Advertisment

ଆମେରିକାର ବିରୋଧ ସତ୍ତ୍ବେ ଭାରତକୁ ରୁଷରୁ ତୈଳ ଯୋଗାଣ ଅବ୍ୟାହତ ରହିବ ବୋଲି ପୁଟିନ କହିଛନ୍ତି। ଭାରତ କହିଛି, ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରହିବ ।  ପ୍ରତିରକ୍ଷା, ପ୍ରଯୁକ୍ତି, ମହାକାଶ, ଶିଳ୍ପ, ଶକ୍ତି, ସ୍ବାସ୍ଥ୍ୟ, ବାଣିଜ୍ୟ, ଖାଦ୍ୟ, ସାଂସ୍କୃତିକ, ଆଣବିକ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇଦେଶ ମଧ୍ୟରେ ଚୁକ୍ତି  ସ୍ବାକ୍ଷର ହୋଇଛି । ବାର୍ଷିକ ବାଣିଜ୍ୟ କାରବାର ଶହେ  ବିଲିଅନ ଡଲାରକୁ ବୃଦ୍ଧି ପାଇଁ ରୁଷ ଓ ଭାରତ ଉଦ୍ୟମ କରିବେ ବୋଲି କହିଛନ୍ତି । ପୁଟିନ ମଧ୍ୟ ଭାରତର ଆତିଥ୍ୟକୁ ବେଶ୍ ପ୍ରଶଂସା କରିଥିଲେ ।

putin

କନକ ବ୍ୟୁରୋ : ଭାରତ ଓ ରୁଷ୍ ମଧ୍ୟରେ ସୁଦୃଢ଼ ସମ୍ପର୍କର ନୂଆଯୁଗ ଆରମ୍ଭ । ଦିଲ୍ଲୀ ହାଇଦ୍ରାବାଦ୍ ହାଉସରେ ଦ୍ବିପାକ୍ଷିକ ଆଲୋଚନାରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ନୂଆ ଦିଶା ଦେଇଛନ୍ତି । ଆଲୋଚନା ପରେ ଏକ ମିଳିତ ବିବୃତି ଜାରି କରାଯାଇଛି। ପୁଟିନ ଓ ମୋଦୀ ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ ଯୋଗଦେଇଥିଲେ ।  

ଅଧିକ ପଢ଼ନ୍ତୁ :କିଛି ସମୟ ପରେ ନୂଆଦିଲ୍ଲୀରେ ପହଞ୍ଚିବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ,  ସ୍ବାଗତ ପାଇଁ ଜୋରଦାର ପ୍ରସ୍ତୁତି

 ପରିବର୍ତ୍ତିତ ବିଶ୍ବରେ ରୁଷ୍ ଓ ଭାରତର ସମ୍ପର୍କ ଆକାଶରେ ଧ୍ରୁବତାରା ପରି ଉଜ୍ଜ୍ବଳ ରହିବ । ଏଥିପାଇଁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ପ୍ରତିବଦ୍ଧତା  ଦୋହରାଇଛନ୍ତି। ଦିଲ୍ଲୀ ହାଇଦ୍ରାବାଦ ହାଉସରେ ୨୩ତମ ବାର୍ଷିକ ସମ୍ମିଳନୀ ପରେ ଦୁଇନେତା ମିଳିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ। ୨୦୩୦ ପର୍ଯ୍ୟନ୍ତ  ଭାରତ- ରୁଷ୍ ଅର୍ଥନୈତିକ ସହଯୋଗ ବଜାୟ ରହି ବ।  ଦୁଇନେତା ଏଥିପାଇଁ ରାଜି ହେଇଛନ୍ତି। ଦୁଇଦେଶ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ କରିବା ପାଇଁ ଦୁଇନେତା ନିରନ୍ତର କାମ କରିଛନ୍ତି ବୋଲି କହି ପରସ୍ପରକୁ ପ୍ରଶଂସା କରିଥିଲେ । ବିଭିନ୍ନ କ୍ଷେତ୍ରରେ ରୁଷ ଓ ଭାରତ ମଧ୍ୟରେ ସହଯୋଗ ବଢୁଛି ଓ ବଢ଼ିବ ବୋଲି ମୋଦୀ କହିଛନ୍ତି । ଆଲୋଚନା ଅବସରରେ ପୁଟିନଙ୍କୁ ମୋଦୀ ଏକ ଉପହାର ଦେଇଛନ୍ତି । ରୁଷିଆ ନାଗରିକଙ୍କ ପାଇଁ ମାଗଣା ୩୦ ଦିନିଆ ଇ- ପର୍ଯ୍ୟଟକ  ଭିସା ଏବଂ ୩୦-ଦିନିଆ ଗ୍ରୁପ୍  ପର୍ଯ୍ୟଟନ  ଭିସା ଦିଆଯିବ ।

ଅଧିକ ପଢ଼ନ୍ତୁ :ୟୁକ୍ରେନ ମୁଥରେ ରୁଷ୍ ଘାଇଲା, ଅନ୍ତର୍ଜାତୀୟ ମଂଚରେ ମୁହାଁମୁହିଁ ହେଲେ ରୁଷ-ୟୁକ୍ରେନ

ଆମେରିକାର ବିରୋଧ ସତ୍ତ୍ବେ ଭାରତକୁ ରୁଷରୁ ତୈଳ ଯୋଗାଣ ଅବ୍ୟାହତ ରହିବ ବୋଲି ପୁଟିନ କହିଛନ୍ତି। ଭାରତ କହିଛି, ୟୁକ୍ରେନ ସହ ରୁଷ ଯୁଦ୍ଧ ବନ୍ଦ ପାଇଁ ଉଦ୍ୟମ ଜାରି ରହିବ ।  ପ୍ରତିରକ୍ଷା, ପ୍ରଯୁକ୍ତି, ମହାକାଶ, ଶିଳ୍ପ, ଶକ୍ତି, ସ୍ବାସ୍ଥ୍ୟ, ବାଣିଜ୍ୟ, ଖାଦ୍ୟ, ସାଂସ୍କୃତିକ, ଆଣବିକ ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଦୁଇଦେଶ ମଧ୍ୟରେ ଚୁକ୍ତି  ସ୍ବାକ୍ଷର ହୋଇଛି । ବାର୍ଷିକ ବାଣିଜ୍ୟ କାରବାର ଶହେ  ବିଲିଅନ ଡଲାରକୁ ବୃଦ୍ଧି ପାଇଁ ରୁଷ ଓ ଭାରତ ଉଦ୍ୟମ କରିବେ ବୋଲି କହିଛନ୍ତି । ପୁଟିନ ମଧ୍ୟ ଭାରତର ଆତିଥ୍ୟକୁ ବେଶ୍ ପ୍ରଶଂସା କରିଥିଲେ ।

ଅଧିକ ପଢ଼ନ୍ତୁ :ଅନ୍ଧାରୀ ଇଲାକାରେ ଟିପିଏନଓଡିଏଲ ପହଞ୍ଚାଇଲା ବିଦ୍ୟୁତ ସେବା,  ଉପକୃତ ହେବେ  ୩୭ରୁ ଅଧିକ ପରିବାର

ଆମେରିକା ସହିତ ସମ୍ପର୍କରେ ତିକ୍ତତା ଭିତରେ ପୁଟିନଙ୍କ ଭାରତ ଗସ୍ତକୁ ବିଶ୍ବରେ ଗୁରୁତ୍ବ ଦିଆଯାଉଛି।  ଉଭୟ ରୁଷ୍ ଓ ଭାରତ ହାତ ମିଶାଇ ଚାଲିବାକୁ ପ୍ରତିବଦ୍ଧତା ଦୋହରାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe