ଭାରତର ଐତିହାସିକ ରେକର୍ଡ : ଦିନିକିଆରେ ୨୦ ଥର ୩୦୦ ପ୍ଲସ୍ ଲକ୍ଷ୍ୟ ହାସଲ

Advertisment

ଆଜିକାଲି ଦିନିକିଆ କ୍ରିକେଟରେ ୩୦୦ ରନ ସ୍କୋର କରିବା ଏକ ସାଧାରଣ କଥା ହୋଇଯାଇଛି, କିନ୍ତୁ ପଛରେ ବ୍ୟାଟିଂ କରି ୩୦୦ ଅଧିକ ରନ ବିଶିଷ୍ଟ ଏକ ଲକ୍ଷ୍ୟକୁ ହାସଲ କରିବା ଏବେ ବି କଷ୍ଟକର ମନେକରାଯାଏ । ଏଣୁ ଭାରତର ଏହି ସଫଳତାର ବିଶେଷ ଗୁରୁତ୍ବ ରହିଛି ।

ଆଜିକାଲି ଦିନିକିଆ କ୍ରିକେଟରେ ୩୦୦ ରନ ସ୍କୋର କରିବା ଏକ ସାଧାରଣ କଥା ହୋଇଯାଇଛି, କିନ୍ତୁ ପଛରେ ବ୍ୟାଟିଂ କରି ୩୦୦ ଅଧିକ ରନ ବିଶିଷ୍ଟ ଏକ ଲକ୍ଷ୍ୟକୁ ହାସଲ କରିବା ଏବେ ବି କଷ୍ଟକର ମନେକରାଯାଏ । ଏଣୁ ଭାରତର ଏହି ସଫଳତାର ବିଶେଷ ଗୁରୁତ୍ବ ରହିଛି ।

Virat Kohli

କନକ ବ୍ୟୁରୋ: ରବିବାର ଅନୁଷ୍ଠିତ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଟିମ୍‌ ଇଣ୍ଡିଆ ସଫଳତାର ସହ ଏକ ୩୦୦ରୁ ଅଧିକ ରନର ଲକ୍ଷ୍ୟକୁ ହାସଲ କରିଥିଲା । ଏହି ବିଜୟ ସହ ଭାରତ ବିଶ୍ବର ଏକ ମାତ୍ର ଦଳରେ ପରିଣତ ହୋଇଛି ଯିଏକି ଦିନିକିଆରେ ୨୦ ଥର ୩୦୦ରୁ ଅଧିକ ରନ ବିଶିଷ୍ଟ ଲକ୍ଷ୍ୟ ହାସଲ କରି ବିଜୟୀ ହୋଇଛି । ଭାରତ ତଳକୁ ଦ୍ବିତୀୟ ସ୍ଥାନରେ ରହିଛି ଇଂଲଣ୍ଡ, ଯିଏକି ୧୫ଥର ଏପରି ସଫଳତା ହାସଲ କରିଛି । ୧୪ ଥର ୩୦୦ ପ୍ଲସ ବିଜୟ ବିଜୟ ସହ ଅଷ୍ଟ୍ରେଲିଆ ୩ୟ ସ୍ଥାନରେ ଓ ୧୨ ବିଜୟ ସହ ପାକିସ୍ତାନ ୪ର୍ଥ ସ୍ଥାନରେ ରହିଛି । ୫ମ ସ୍ଥାନରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ଅଛନ୍ତି । ଉଭୟ ଟିମ ଦିନିକିଆରେ ୧୧ ଥର ଲେଖାଏଁ ଏପରି ସଫଳତା ହାସଲ କରିଛନ୍ତି ।

ଏହା ବି ପଢ଼ନ୍ତୁ: ଚମକିଲେ ଚେଜ୍‌ ମାଷ୍ଟର୍‌; ନ୍ୟୁଜିଲାଣ୍ଡ ୪ ୱିକେଟ୍‌ରେ ହାରିଲା, ଭାରତ ୧-୦ରେ ଆଗୁଆ

ଆଜିକାଲି ଦିନିକିଆ କ୍ରିକେଟରେ ୩୦୦ ରନ ସ୍କୋର କରିବା ଏକ ସାଧାରଣ କଥା ହୋଇଯାଇଛି, କିନ୍ତୁ ପଛରେ ବ୍ୟାଟିଂ କରି ୩୦୦ ଅଧିକ ରନ ବିଶିଷ୍ଟ ଏକ ଲକ୍ଷ୍ୟକୁ ହାସଲ କରିବା ଏବେ ବି କଷ୍ଟକର ମନେକରାଯାଏ । ଏଣୁ ଭାରତର ଏହି ସଫଳତାର ବିଶେଷ ଗୁରୁତ୍ବ ରହିଛି । ଭାରତ ପ୍ରଥମ ଥର ପାଇଁ ୧୯୯୮ ମସିହାରେ ଏକ ୩୦୦ରୁ ଅଧିକ ଲକ୍ଷ୍ୟର ପିଛା କରି ବିଜୟୀ ହୋଇଥିଲା । ଢାକାରେ ଅନୁଷ୍ଠିକ ସିଲଭର ଜୁବୁଲି ଇଣ୍ଡିପେଣ୍ଡେନ୍ସ କପର ଫାଇନାଲରେ ପାକିସ୍ତାନ ଭାରତ ଆଗରେ ୩୧୫ ରନର ବଜୟଲକ୍ଷ୍ୟ ରଖିଥିଲା ଓ ଭାରତ ୩୧୬ ରନ କରି ବିଜୟୀ ହୋଇଥିଲା । ଏହା କେବଳ ଭାରତ ପାଇଁ ନୁହେଁ, ସମଗ୍ର ବିଶ୍ବ କ୍ରିକେଟରେ ପ୍ରଥମ ଘଟଣା ଥିଲା ।

ଏହା ପରେ ଭାରତ ଆଉ ଏକ ଐତିହାସିକ ବିଜୟ ୨୦୦୨ ଜୁଲାଇରେ ଲର୍ଡ୍ସରେ ହାସଲ କରିଥିଲା । ଇଂଲଣ୍ଡ ଦେଇଥିବା ୩୨୬ ରନ୍‌ ଟାର୍ଗେଟକୁ ଭାରତ ଯୁବରାଜ ସିଂ ଓ ମହମ୍ମଦ କୈଫଙ୍କ ୧୨୧ ରନ ଭାଗିଦାରୀ ବଳରେ ହାସଲ କରିଥିଲା । ତେବେ ଭାରତର ସବୁଠାରୁ ବଡ଼ ୩୦୦ରୁ ଅଧିକ ରନ ଚେଜ୍ ଅଷ୍ଟ୍ରେଲିଆ ବିରୋଧରେ ରହିଛି । ୨୦୧୩ ଅକ୍ଟୋବର ୧୩ରେ ଜୟପୁରଠାରେ ଭାରତ ଅଷ୍ଟ୍ରେଲିଆ ଦ୍ବାରା ରଖାଯାଇଥିବା ୩୬୦ ରନ ଲକ୍ଷ୍ୟକୁ ଭାରତ ୩୬୨ ରନ କରି ହାସଲ କରିଥିଲା । ଏହି ମ୍ୟାଚରେ ରୋହିତ ଶର୍ମା ଓ ବିରାଟ କୋହଲି ଶତକ ଅର୍ଜନ କରିଥିବାବେଳେ ଶିଖର ଧଓ୍ବନ ୯୫ ରନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe