କନକ ବ୍ୟୁରୋ: ଇଂଲଣ୍ଡ ବିରୋଧରେ ଖେଳାଯାଉଥିବା ଏଜବେଷ୍ଟନ ଟେଷ୍ଟରେ ଭାରତର ଅଧିନାୟକ ଶୁବମନ୍ ଗିଲ ରେକର୍ଡ ବର୍ଷା କରିଛନ୍ତି । ବିଦେଶ ମାଟିରେ ଖେଳାଯାଉଥିବା ଟେଷ୍ଟରେ ସବୁଠାରୁ ବଡ ଇନିଂସ ଖେଳିଥିବା ଖେଳାଳି ବନିଛନ୍ତି ଶୁବମନ ଗିଲ୍ । ସେ ଦ୍ବିଶତକ କରିଛନ୍ତି । ଇଂଲଣ୍ଡରେ  ବିରୋଧରେ ଖେଳାଯାଉଥିବା ଟେଷ୍ଟରେ ଭାରତର ପ୍ରଥମ ଇନିଂସରେ ସେ ୩୧୧ ବଲରେ ଦ୍ବିଶତକ କରିଛନ୍ତି । ଏଥିରେ ରହିଛି ୨୪ଟି ଚୌକା ଓ ଦୁଇଟି ଛକ୍କା । ଟେଷ୍ଟ କ୍ୟାରିୟରରେ ଶୁବମନ ଗିଲଙ୍କ ଏହା ହେଉଛି ପ୍ରଥମ ଦ୍ବିଶତକ । ଇଂଲଣ୍ଡ ବିରୋଧରେ ଦ୍ବିଶତକ କରିବାରେ ଶୁବମନ ଗିଲ୍ ହେଉଛନ୍ତି ତୃତୀୟ ଭାରତୀୟ ଅଧିନାୟକ । ଇଂଲଣ୍ଡରେ କୌଣସି ଟେଷ୍ଟ ମ୍ୟାଚରେ ଦ୍ବିଶତକ କରିବାରେ ପ୍ରଥମ ଅଧିନାୟକ ବନିଛନ୍ତି ଶୁବମନ୍ ।

Advertisment

ପୂର୍ବରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ମହମ୍ମଦ ଆଝାରୁଦ୍ଦିନଙ୍କ ନାଁରେ ରହିଥିଲା
୧୯୯୦ ଅଗଷ୍ଟରେ ମାଞ୍ଚେଷ୍ଟର ଟେଷ୍ଟରେ ୧୭୯ ରନ କରିଥିଲେ ଆଝାରୁଦ୍ଦିନ
ଇଂଲଣ୍ଡରେ କୌଣସି ଟେଷ୍ଟ ମ୍ୟାଚରେ ଦ୍ବିଶତକ ମାରିବାରେ ଶୁବମନ ତୃତୀୟ ଭାରତୀୟ
ଶୁବମନଙ୍କ ପୂର୍ବରୁ ସୁନୀଲ ଗାଭାସ୍କର ଓ ରାହୁଲ ଦ୍ରାବିଡ୍‌ ଏଭଳି ରେକର୍ଡ କରିପାରିଥିଲେ
ଅଧିନାୟକ ଭାବେ ବିଦେଶ ମାଟିରେ ସର୍ବଶ୍ରେଷ୍ଠ ଇନିଂସ ଖେଳିଛନ୍ତି ଗିଲ୍ 
୨୦୧୬ରେ ଅଧିନାୟକ ଭାବେ ୱେଷ୍ଟଇଣ୍ଡିଜ ବିରୋଧରେ ଦ୍ବିଶତକ ମାରିଥିଲେ କୋହଲି
ଇଂଲଣ୍ଡରେ ସର୍ବଶ୍ରେଷ୍ଠ ଇନିଂସ ଖେଳିଥିବା ଭାରତୀୟ ବ୍ୟାଟର ହୋଇଛନ୍ତି
ଶୁବମନ ୨୨୨ ରନ କରି ସୁନୀଲ ଗାଭାସ୍କରଙ୍କୁ ପଛରେ ପକାଇଦେଇଛନ୍ତି
ଗାଭାସ୍କର ୧୯୭୯ରେ ଓଭାଲ ଟେଷ୍ଟରେ ୨୨୧ ରନ୍ କରିଥିଲେ
ସେନା ଦେଶରେ ଦ୍ବିଶତକ ମାରିବାରେ ପ୍ରଥମ ଏସୀୟ ଅଧିନାୟକ
ସେନା ଦେଶ ଅର୍ଥାତ୍ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ
ପୂର୍ବରୁ ଏହି ରେକର୍ଡ ଶ୍ରୀଲଙ୍କାର ତିଳକରତ୍ନେ ଦିଲସାନଙ୍କ ନାଁରେ ଥିଲା
୨୦୧୧ରେ ଲର୍ଡ୍ସ ଟେଷ୍ଟରେ ୧୯୩ ରନ୍ କରିଥିଲେ ଦିଲସାନ୍