ଇଣ୍ଡିଆ ଇନ୍‌ସ୍ୟୁର୍‌-ସାଫେରିସ୍କ ଗଲ୍‌ଫ: ସୂର୍ଯ୍ୟକାନ୍ତ, ଉପାସନା ବିଜେତା

Advertisment

ଇଣ୍ଡିଆ ଇନ୍‌ସ୍ୟୁର୍‌-ସାଫେରିସ୍କ ଗଲ୍‌ଫ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମିଶ୍ର ବିଜେତା ଏବଂ ରାଜୁ ମିଶ୍ର ଉପବିଜେତା ହୋଇଛନ୍ତି। ସେହିଭଳି ମହିଳା ବର୍ଗରେ ଉପାସନା ପ୍ରଧାନୀ ବିଜେତା ଓ ରୌନସ୍କା ଜେନା ଉପବିଜେତା‌ ହୋଇଥିଲେ ।

ଇଣ୍ଡିଆ ଇନ୍‌ସ୍ୟୁର୍‌-ସାଫେରିସ୍କ ଗଲ୍‌ଫ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମିଶ୍ର ବିଜେତା ଏବଂ ରାଜୁ ମିଶ୍ର ଉପବିଜେତା ହୋଇଛନ୍ତି। ସେହିଭଳି ମହିଳା ବର୍ଗରେ ଉପାସନା ପ୍ରଧାନୀ ବିଜେତା ଓ ରୌନସ୍କା ଜେନା ଉପବିଜେତା‌ ହୋଇଥିଲେ ।

India Insure–Saferisk Golf Tournament

କନକ ବ୍ୟୁରୋ: ବୀମା ‌ବ୍ରୋକିଂ ଫାର୍ମ ଇଣ୍ଡିଆ ଇନ୍‌ସ୍ୟୁର୍‌ ଓ ସାଫେରିସ୍କ ସହଯୋଗରେ ଭୁବନେଶ୍ବର ଗଲ୍‌ଫ କ୍ଲବ୍‌ (ବିଜିସି) ଆନୁକୁଲ୍ୟରେ ଇଣ୍ଡିଆ ଇନ୍‌ସ୍ୟୁର୍‌-ସାଫେରିସ୍କ ଗଲ୍‌ଫ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ବରିଷ୍ଠ ବର୍ଗରେ ସୂର୍ଯ୍ୟକାନ୍ତ ମିଶ୍ର ବିଜେତା ଏବଂ ରାଜୁ ମିଶ୍ର ଉପବିଜେତା ହୋଇଛନ୍ତି । ସେହିଭଳି ମହିଳା ବର୍ଗରେ ଉପାସନା ପ୍ରଧାନୀ ବିଜେତା ଓ ରୌନସ୍କା ଜେନା ଉପବିଜେତା‌ ହୋଇଥିଲେ । କାଟାଗୋରୀ ୦-୧୬ରେ ସତ୍ୟଜ୍ୟୋତି ମହାନ୍ତି ଓ ଦଲବୀର ସିଂହ ଯଥାକ୍ରମେ ବିଜେତା ଓ ଉପବିଜେତା ଟ୍ରଫି ହାତେଇଥିଲେ । ଏହି ବର୍ଗରେ ବେଷ୍ଟ୍‌ ଗ୍ରସ୍‌ ‌ହୋଇଥିଲେ ବରୁଣ ପରମାର ।

ଏହା ବି ପଢ଼ନ୍ତୁ: ମହିଳା ଦୃଷ୍ଟିବାଧିତ ତୀରନ୍ଦାଜି: ମାମୁଲି ପ୍ରଥମ

୭ରୁ ୨୪ରେ ଭିଏସ୍‌ଏସ୍‌ ମଦନ ବିଜେତା ଓ ପିଜିସିର ଦିଲୀପ କୁମାର ବେହେରା ଉପବିଜେତା ହୋଇଥିଲେ । ଦେବଦର୍ଶୀ ରଥଙ୍କୁ ଲଙ୍ଗେଷ୍ଟ ଡ୍ରାଇଭ୍‌, ଜେକେ ମହାନ୍ତିଙ୍କୁ ଷ୍ଟ୍ରେ‌‌ଟେଷ୍ଟ୍‌ ଡ୍ରାଇଭ୍‌, କଳିଙ୍ଗ କେଶରୀ ସାହୁଙ୍କୁ କ୍ଲୋଜେଷ୍ଟ ଟୁ ଦ ପିନ୍‌, ହରିହର ଦାଶଙ୍କୁ ବେଷ୍ଟ ଆଉଟ୍‌ଷ୍ଟେସନ୍‌ ପ୍ଲେୟର ଏବଂ ଅସିତ କୁମାର ପାଲିତଙ୍କୁ ସିନିୟର ମୋଷ୍ଟ୍‌ ଗଲ୍‌ଫର ପୁରସ୍କାର ମିଳିଥିଲା । ବିଜିସି ସଭାପତି ଅସିତ ତ୍ରିପାଠୀ, ସମ୍ପାଦକ ତପନ କୁମାର ମହାନ୍ତିଙ୍କ ସହଯୋଗରେ ପ୍ରତିଯୋଗିତା ସଫଳତା ସହ ଶେଷ ହୋଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ପ୍ରିୟଦର୍ଶୀ ମହାପାତ୍ର, ସାଫେରିସ୍କ ଏମ୍‌ଡି ସନ୍ଦୀପ ଘଟକ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରତିଯୋଗିତା ଆୟୋଜନରେ ଇଣ୍ଡିଆ ଇନ୍‌ସ୍ୟୁର୍‌ ଅଧ୍ୟକ୍ଷ ଭି ରାମକ୍ରିଷ୍ଣା ଓ ସାଫେରିସ୍କ ଅଧ୍ୟକ୍ଷ ଅଶୋକ ମିଶ୍ରଙ୍କ ପୂର୍ଣ୍ଣ ସହାୟତା ରହିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe