କନକ ବ୍ୟୁରୋ: ବିଶ୍ବ ମହିଳା ଦିବସ ଅବସରରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଏନ୍ସିଏସ୍ସିଡିଏର ସହଯୋଗରେ ସାମିଜିକ ଅନୁଷ୍ଠାନ ‘ବୁଲ୍ସ ଆଇ’ ଆନୁକୁଲ୍ୟରେ ମହିଳା ଦୃଷ୍ଟିବାଧିତ ତୀରନ୍ଦାଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାମୁଲି ସୁବୁଦ୍ଧି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ସ୍ମୃତିବାଳା ମଲ୍ଲିକ ଓ ବିୟୁଟି ଜାଲ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥଲେ । ଏହି ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୩୦ ଜଣ ମହିଳା ଭାଗ ନେଇଥିଲେ ।
ଏହା ବି ପଢ଼ନ୍ତୁ:ଇଣ୍ଡିଆନ୍ ୱେଲ୍ସ ଓପନ୍: ପ୍ରିକ୍ବାର୍ଟରରେ ଭାମ୍ବ୍ରି
ଉଦ୍ଯାପନୀ ଉତ୍ସବରେ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ଆୟୁକ୍ତ ବ୍ରତତି ହରିଚନ୍ଦନ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ଅବସରପ୍ରାପ୍ତ ପ୍ରବନ୍ଧକ ସସ୍ମିତା ମିଶ୍ର, ନିରୋଜ ଲକ୍ଷ୍ମୀ ମହାପାତ୍ର, ବି କେ ଗାୟତ୍ରୀ, ସନ୍ତୋଷୀ ଜୈନ ଯୋଗଦେଇଥିଲେ । ପୂର୍ବରୁ ପୋଖରୀପୁଟସ୍ଥିତ ଏନ୍ସିଏସ୍ସିଡିଏ କ୍ୟାମ୍ପସ୍ ମୁଖ୍ୟ ସୋନାଲିକା ସୁମନ, ଖୋର୍ଦ୍ଧା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲୀପ କୁମାର ହିଆଲ, ବିକେ ଶୁଭଲକ୍ଷ୍ମୀ, କ୍ଷୀରୋଧ କୁମାର ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ପ୍ରତିଯୋଗିତା ପରିଚାଳନାରେ ‘ବୁଲସ ଆଇ’ ଅଧ୍ୟକ୍ଷ ତ୍ରିଲୋଚନା ବେହେରା, ସମ୍ପାଦକ ବାପିନା ନାୟକ, କୋଷାଧକ୍ଷ ପ୍ରିୟବ୍ରତ ପଣ୍ଡା, ଆଲୋକ ଦୀପ, ଶିଳ୍ପା ଷଡ଼ଙ୍ଗୀ ପରିଚାଳନାରେ ସହଯୋଗର କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/09/visually-impaired-archery-2026-03-09-21-04-12.jpg)