ଭାରତ-ୟୁରୋପୀୟ ସଂଘ ବାଣିଜ୍ୟ ଚୁକ୍ତି : ଟ୍ରମ୍ପଙ୍କ ଶୁଳ୍କନୀତିକୁ କଡ଼ା ଜବାବ

Advertisment

ଇୟୁ ନେତାଙ୍କ ଭାରତ ଗସ୍ତ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ଭାରତ ସହିତ ମୁକ୍ତ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ଏହା ୟୁରୋପ ପାଇଁ ଏକ ବିଶେଷ କଷ୍ଟକର ଭୂରାଜନୈତିକ ମୁହୂର୍ତ୍ତରେ ଆସିଛି ।

ଇୟୁ ନେତାଙ୍କ ଭାରତ ଗସ୍ତ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ଭାରତ ସହିତ ମୁକ୍ତ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ଏହା ୟୁରୋପ ପାଇଁ ଏକ ବିଶେଷ କଷ୍ଟକର ଭୂରାଜନୈତିକ ମୁହୂର୍ତ୍ତରେ ଆସିଛି ।

India

India Photograph: (Kanak news)

କନକ ବ୍ୟୁରୋ : ଭାରତର ଗଣତନ୍ତ୍ର ଦିବସ ସମାରୋହରେ ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଡା କୋଷ୍ଟା ଓ ୟୁରୋପୀୟ କମିସନ ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେଏନ୍ ମୁଖ୍ୟ ଅତିଥି ହେବେ । ଅତିଥିଙ୍କ ଚୟନ ନେଇ ଭାରତ ପକ୍ଷରୁ ବିଶ୍ବ ସମୁଦାୟ ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ବାର୍ତ୍ତା ବହନ କରୁଛି । ଟ୍ରମ୍ପ ପ୍ରଶାସନ ଦ୍ବାରା ଭାରତ ଉପରେ ୫୦% ଶୁଳ୍କ ଲାଗୁ ନେଇ ଅଚଳାବସ୍ଥା ସୃଷ୍ଟି ହେବା ସହିତ ଭାରତ ସହିତ ବିଶ୍ୱର ଅନ୍ୟ ଦେଶ ସହିତ ରଣନୈତିକ ଓ ବାଣିଜ୍ୟିକ ସମ୍ପର୍କରେ ସଙ୍କଟ ସୃଷ୍ଟି କରିଛି । ଇୟୁ ନେତାଙ୍କ ଭାରତ ଗସ୍ତ ଏସିଆର ତୃତୀୟ ବୃହତ୍ତମ ଅର୍ଥନୀତି ଭାରତ ସହିତ ମୁକ୍ତ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କୁହାଯାଉଛି । ଏହା ୟୁରୋପ ପାଇଁ ଏକ ବିଶେଷ କଷ୍ଟକର ଭୂରାଜନୈତିକ ମୁହୂର୍ତ୍ତରେ ଆସିଛି । ଯେତେବେଳେ କି ଟ୍ରମ୍ପ ପ୍ରଥମେ ଗ୍ରିନ୍‌ଲାଣ୍ଡ ଉପରେ ଆମେରିକାର ଦଖଲକୁ ବିରୋଧ କରିବା ଯୋଗୁ ୟୁରୋପୀୟ ସହଯୋଗୀମାନଙ୍କ ସହିତ ତାଙ୍କର ବାଣିଜ୍ୟ ଯୁଦ୍ଧକୁ ଆହୁରି କଠୋର କରିବାକୁ ଧମକ ଦେଇ ପୁଣି ଏହାକୁ ପ୍ରତ୍ୟାହାର କରିଛନ୍ତି ।

ଭାରତର ନୀତି ଟ୍ରମ୍ପ ପ୍ରଶାସନର ଇଚ୍ଛାଶକ୍ତି ଉପରେ ନିର୍ଭରଶୀଳ ନୁହେଁ

ଏହା ଏକ ସଙ୍କେତ ଦେଉଛି ଯେ, ଭାରତ ନିଜର ବିବିଧ ବୈଦେଶିକ ନୀତି ବଜାୟ ରଖିଛି । ଭାରତର ନୀତି ଟ୍ରମ୍ପ ପ୍ରଶାସନର ଇଚ୍ଛାଶକ୍ତି ଉପରେ ନିର୍ଭରଶୀଳ ନୁହେଁ ବୋଲି ଏଥିରୁ ସ୍ପଷ୍ଟ ହୋଇଛି ଜାନୁଆରି ୨୭ ତାରିଖରେ ଉଭୟ ପକ୍ଷର ନେତାମାନେ ଏକ ଉଚ୍ଚସ୍ତରୀୟ ଶିଖର ସମ୍ମିଳନୀ ପାଇଁ ଏକାଠି ହେବା ପରେ ଚୁକ୍ତିନାମା ଘୋଷଣା କରାଯାଇପାରେ । ଭନ୍ ଡେର୍ ଲେଏନ୍ ଓ ଭାରତର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏହାକୁ ସମସ୍ତ ଚୁକ୍ତିର ଜନନୀ ବୋଲି କହିଛନ୍ତି । ୧୮ ବର୍ଷର କଠିନ ଆଲୋଚନା ପରେ ୧୬ତମ ଭାରତ-ୟୁରୋପୀୟ ସଂଘ ଶିଖର ସମ୍ମିଳନୀରେ ୟୁରୋପୀୟ ସଂଘ-ଭାରତ ଏଫ୍‌ଟିଏ ହେବାର ଆଶା କରାଯାଉଛି । ଏହା କେବଳ ୟୁରୋପ ଓ ଭାରତ ମଧ୍ୟରେ ସମ୍ପର୍କକୁ ନୁହେଁ ବରଂ ବିଶ୍ୱ ଅର୍ଥନୈତିକ ସମନ୍ୱୟକୁ ଏକ ନୂଆ ଦିଗ ଦେବ ବୋଲି କୁହାଯାଉଛି । ଏହି ଚୁକ୍ତି ଚାରି ବର୍ଷ ମଧ୍ୟରେ ଭାରତର ନବମ ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ ) ହେବ, ଯାହା ୟୁକେ, ଓମାନ, ନ୍ୟୁଜିଲାଣ୍ଡ ଓ ଅନ୍ୟାନ୍ୟ ଦେଶ ସହିତ ଚୁକ୍ତି ପରେ ହେବାକୁ ଯାଉଛି ।

ଅଧିକ ପଢ଼ନ୍ତୁ--ଆଫଗାନ ଯୁଦ୍ଧରେ ନାଟୋ ସୈନ୍ୟଙ୍କୁ ନେଇ ଟ୍ରମ୍ପଙ୍କ ପ୍ରଶ୍ନ: ବିବାଦ ପରେ ୟୁ-ଟର୍ଣ୍ଣ ନେଇ କହିଲେ ଲଭ୍ ୟୁ ଅଲ୍

ଉଭୟେ ‌ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ଖୋଜୁଛନ୍ତି

ଭୂରାଜନୀତିରୁ ସୃଷ୍ଟି ହେଉଥିବା ବିପଦ ବାଣିଜ୍ୟ ପାଇଁ ଏକ ଅଶାନ୍ତ ପରିବେଶ ସୃଷ୍ଟି କରିଥିବାରୁ ଉଭୟ ପକ୍ଷ ଏବେ ନିର୍ଭରଯୋଗ୍ୟ ବାଣିଜ୍ୟ ଅଂଶୀଦାର ଖୋଜୁଛନ୍ତି । ଭାରତ ପାଇଁ ଆମେରିକୀୟ ଶୁଳ୍କ ସମସ୍ୟାକୁ ଭରଣା କରିବା ଓ ୟୁରୋପୀୟ ସଂଘର ଚୀନ୍ ଉପରେ ବାଣିଜ୍ୟ ନିର୍ଭରଶୀଳତାକୁ ହ୍ରାସ କରିବ । ଇୟୁ-ଭାରତ ଏଫ୍‌ଟିଏ ମସ୍କୋ ଓ ବେଜିଂ ଉପରେ ନିର୍ଭରତା ହ୍ରାସ କରିବା ତଥା ଶୁଳ୍କ, ବ୍ୟାଙ୍କିଙ୍ଗ ଏବଂ ମୁଦ୍ରାକୁ ଅସ୍ତ୍ର କରିଥିବା ୱାଶିଂଟନ ଉପରେ ଅତ୍ୟଧିକ ନିର୍ଭରତାଶୀଳତାକୁ ଦୂର କରିବା ପାଇଁ ନୂତନ ରାସ୍ତା ସୃଷ୍ଟି କରିବ । ଭାରତ ପାଇଁ, ଏଫ୍‌ଟିଏ ଆର୍ଥିକ ସ୍ତର, ବଜାର ଓ ନିୟାମକ ଦୃଷ୍ଟିରୁ ସର୍ବବୃହତ ହେବ । ୨୦୨୪-୨୫ରେ ଇୟୁ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ୧୩୬.୫ ବିଲିୟନ ଡଲାର ଥିଲା । ଇୟୁ-ଭାରତ ବାଣିଜ୍ୟ ସନ୍ତୁଳିତ ହେବାରେ ଲାଗିଛି । ୨୦୨୪-୨୫ ରେ ଭାରତ ୭୬ ବିଲିୟନ ଡଲାର ରପ୍ତାନି କରିଥିବାବେଳେ ୬୦.୬୦ ବିଲିୟନ ଡଲାରର ଆମଦାନି କରିଥିଲା । ଏହି ଚୁକ୍ତିନାମା ସମସ୍ତ ୨୭ ଇୟୁ ସଦସ୍ୟ ରାଷ୍ଟ୍ରକୁ ସାମିଲ କରିବ । ଇୟୁ ରାଷ୍ଟ୍ରଙ୍କର ମିଳିତ ଜିଡ଼ିପି ପ୍ରାୟ ୨୩ ଟ୍ରିଲିୟନ ଡଲାର ରହିଛି ।

ଇୟୁ ପାଇଁ ଭାରତ ନବମ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ହେବ

ୟୁରୋପୀୟ ସଂଘ ପାଇଁ, ଭାରତ ବର୍ତ୍ତମାନ ନବମ ବୃହତ୍ତମ ବାଣିଜ୍ୟିକ ଅଂଶୀଦାର ହେବାକୁ ଯାଉଛି । ୨୦୩୦ ସୁଦ୍ଧା ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ ବୋଲି ଆକଳନ କରାଯାଇଛି । ଭାରତର ଜନସଂଖ୍ୟା , ଅଭିବୃଦ୍ଧି ଧାରା ଓ ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟା ତଥା ସେବା କ୍ଷେତ୍ର ଏହି ଚୁକ୍ତିକୁ ୟୁରୋପ ପାଇଁ ରଣନୈତିକ ଭାବରେ ଗୁରୁତ୍ୱପୂର୍ଣ୍ଣ କରିବ । ଇୟୁ ପାଖରେ ପୂର୍ବରୁ ଏଫ୍‌ଟିଏର ଏକ ବିସ୍ତୃତ ପୋର୍ଟଫୋଲିଓ ଅଛି । ଜାପାନ, ଦକ୍ଷିଣ କୋରିଆ, ଭିଏତନାମ, କାନାଡା, ସିଙ୍ଗାପୁର ଓ ମେକ୍ସିକୋ ସହିତ ଇୟୁର ଏଫ୍‌ଟିଏ ଅଛି । ଇୟୁ-ଭାରତ ଚୁକ୍ତିକୁ ଗୁରୁତ୍ବପୂର୍ଣ୍ଣ ଭାବେ ଦେଖାଯାଉଛି କାରଣ ଇୟୁର ଏଫ୍‌ଟିଏରେ ବିଶ୍ୱର ପ୍ରଥମ ଓ ଦ୍ୱିତୀୟ ବୃହତ ଅର୍ଥନୀତି ଚୀନ୍ କିମ୍ବା ଆମେରିକା ନାହାନ୍ତି ।

ଭାରତ ଆମେରିକାକୁ ରପ୍ତାନି କରୁଥିବା ସାମଗ୍ରୀ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରୁଛି । ସେହିପରି ୨୦୨୫ ଜୁଲାଇରେ ଟ୍ରମ୍ପ ୟୁରୋପୀୟ ସଂଘକୁ ୩୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଧମକ ଦେଇଥିଲେ । ଯାହା ଦ୍ୱାରା ଚିନ୍ତା ଆହୁରି ବଢିଯାଇଥିଲା । ଡାଭୋସରେ ଟ୍ରମ୍ପଙ୍କ ଧମକ ପ୍ରମାଣିତ କରିଛି, ଯେକୌଣସି ସମୟରେ ସେ ଶୁଳ୍କ ବୃଦ୍ଧି କରିପାରିବେ । ଏହି ପରିପ୍ରେକ୍ଷୀରେ ଇୟୁ-ଭାରତ ଏଫ୍‌ଟିଏ ଅର୍ଥନୈତିକ କୂଟନୀତିଠାରୁ ଆଗକୁ ଯାଇ ଇୟୁର ଭୂ-ରାଜନୈତିକ ବୀମା ଭାବରେ ପ୍ରମାଣିତ ହେବାକୁ ଯାଉଛି । ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି ଯେ ଏଫ୍‌ଟିଏ କାର୍ଯ୍ୟକାରୀ ହେବା ପରେ ଭାରତୀୟ ସେବା ରପ୍ତାନି ୨୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇବ । ଯାହା ଇୟୁ ସେବା ପାଇଁ ଆକଳନ କରାଯାଇଥିବା ୧ ପ୍ରତିଶତ ବୃଦ୍ଧି ଅପେକ୍ଷା ବହୁ ଅଧିକ ।

ଏକବିଂଶ ଶତାବ୍ଦୀର ମଡେଲକୁ ନୂଆ ଦିଗ ଦେବ

ଏହି ଏଫ୍‌ଟିଏ ଏକବିଂଶ ଶତାବ୍ଦୀର ମଡେଲକୁ ନୂଆ ଦିଗ ଦେବ । ବିଶେଷକରି ଇୟୁ ପାଇଁ, ଏହି ଏଫ୍‌ଟିଏ ଟ୍ରାନ୍ସଆଟଲାଣ୍ଟିକ୍ ବାଣିଜ୍ୟ ଓ ନିବେଶ ସହଭାଗୀତା ,ରାଜନୈତିକ ପ୍ରତିରୋଧ ତଥା ଅସଙ୍ଗତ ଆମେରିକା ନୀତିର ସମ୍ପୂର୍ଣ୍ଣ ବିପରୀତ ହେବ । ଇୟୁ-ଭାରତ ମଡେଲ ଅନେକ କାରଣ ପାଇଁ ଭିନ୍ନ । ପ୍ରଥମତଃ, ଏହା ପାରସ୍ପରିକ ରଣନୀତିକ ବିବିଧତା ଦ୍ୱାରା ଚିହ୍ନିତ । ଏହା ବଜାର ପାଇଁ ଶୁଳ୍କ ଅସ୍ଥିରତାର ଯୁଗରେ ଏକ ଉଦ୍ଦେଶ୍ୟମୂଳକ ହେଜିଂ ରଣନୀତି । ଦ୍ୱିତୀୟତଃ, ଏଫ୍‌ଟିଏ ସେବା ଓ ଡିଜିଟାଲ୍ ବାଣିଜ୍ୟରେ ନୂଆ ଅଧ୍ୟାୟ ସୃଷ୍ଟି କରିବ ।

ମେଗା-ଆଞ୍ଚଳିକ ଚୁକ୍ତିନାମା ପାଇଁ ନୂତନ ପ୍ରେରଣା

ବିଶ୍ୱ ଅର୍ଥନୀତି ପାଇଁ ଏହି ଚୁକ୍ତି ମେଗା-ଆଞ୍ଚଳିକ ଚୁକ୍ତିନାମା ପାଇଁ ନୂତନ ପ୍ରେରଣା ଦେଇପାରେ ଯାହା ସେବା, ଡିଜିଟାଲ୍ ଫ୍ରେମୱାର୍କ ଓ ନିୟାମକ ପାରସ୍ପରିକତାକୁ ପ୍ରାଥମିକତା ଦେବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe