ଚାଷ କାମ ଯାହାର କେଡ଼େ ସୁଖ ତାହାର ; ଚାଷୀ ପରା ଯୋଗାଉଛି ସବୁ ମୁଖେ ଆହାର

Advertisment

କୃଷକ ଦିବସ କେବଳ ଏକ ତାରିଖ ନୁହେଁ, ବରଂ ଏହା ଭାରତର କୃଷି ଚେତନାର ପ୍ରତୀକ। ଏହି ଦିନଟି ନୀତି ଏବଂ ମାଟି ମଧ୍ୟରେ ଥିବା ଦୂରତାକୁ ଦୂର କରିବାର ଏକ ସୁଯୋଗ ଦିଏ । ଏହା ସ୍ମରଣ କରାଇଦିଏ ଯେ ଅନ୍ନଦାତାଙ୍କୁ ଅବହେଳା କରିବା ଦେଶର ଆର୍ଥିକ ଏବଂ ସାମାଜିକ ସ୍ଥିରତାକୁ ପ୍ରଭାବିତ କରିପାରେ ।

କୃଷକ ଦିବସ କେବଳ ଏକ ତାରିଖ ନୁହେଁ, ବରଂ ଏହା ଭାରତର କୃଷି ଚେତନାର ପ୍ରତୀକ। ଏହି ଦିନଟି ନୀତି ଏବଂ ମାଟି ମଧ୍ୟରେ ଥିବା ଦୂରତାକୁ ଦୂର କରିବାର ଏକ ସୁଯୋଗ ଦିଏ । ଏହା ସ୍ମରଣ କରାଇଦିଏ ଯେ ଅନ୍ନଦାତାଙ୍କୁ ଅବହେଳା କରିବା ଦେଶର ଆର୍ଥିକ ଏବଂ ସାମାଜିକ ସ୍ଥିରତାକୁ ପ୍ରଭାବିତ କରିପାରେ ।

Farmer Day

Farmer Day Photograph: (kanak news)

କନକ ବ୍ୟୁରୋ : କୃଷକ ଆମର ଅର୍ଣ୍ଣଦାତା... ତାଙ୍କ ଅବଦାନ ପାଇଁ ଆମ ଘରେ ଚୁଲି ଜଳେ, ତାଙ୍କ ପାଇଁ ଆମେ ଦିନକୁ ଦି ଓଳି ଖାଇ ପାରୁ । ଖରା, ବର୍ଷା, ଶୀତକୁ ଖାତିର ନକରି ସେମାନେ ବିଲରେ ଅହରହ ପରିଶ୍ରମ କରନ୍ତି କେବଳ ଆମକୁ ଅର୍ଣ୍ଣ ଦେବା ପାଇଁ । ସେଥିପାଇଁ ତ କୁହାଯାଏ ଜୟ ଯବାନ, ଜୟ କିଷାନ...

ଭାରତ ଏକ କୃଷି ପ୍ରଧାନ ଦେଶ, ଯେଉଁଠାରେ କୋଟି କୋଟି ଲୋକଙ୍କ ଜୀବିକା ଏବଂ ଦେଶର ଖାଦ୍ୟ ସୁରକ୍ଷା ସିଧାସଳଖ ଚାଷଜମି ସହିତ ଜଡ଼ିତ । ଏହି କୃଷି ସଂସ୍କୃତି ଏବଂ ଅନ୍ନଦାତାଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୩ ଡିସେମ୍ବରରେ ‘କୃଷକ ଦିବସ’ ପାଳନ କରାଯାଏ । ଏହି ଦିନଟି କେବଳ ଏକ ଆନୁଷ୍ଠାନିକ ଆୟୋଜନ ନୁହେଁ, ବରଂ ଭାରତୀୟ କୃଷକଙ୍କ ସଂଘର୍ଷ, ପରିଶ୍ରମ ଏବଂ ରାଷ୍ଟ୍ର ଗଠନରେ ତାଙ୍କର ଭୂମିକାକୁ ମନେ ପକାଇବାର ଏକ ସୁଯୋଗ । ୨୦୦୧ ମସିହାରେ କୃଷକ ଦିବସର ଶୁଭାରମ୍ଭ କରାଯାଇଥିଲା । ଭାରତ ସରକାର ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂଙ୍କ ଜୟନ୍ତୀକୁ ଜାତୀୟ କୃଷକ ଦିବସ ଭାବେ ପାଳନ କରିବାକୁ ଏହି ନିଷ୍ପତ୍ତି ନେଇଥିଲେ । ଚୌଧୁରୀ ଚରଣ ସିଂଙ୍କୁ ଭାରତୀୟ ରାଜନୀତିରେ କୃଷକମାନଙ୍କର ଏକ ଶକ୍ତିଶାଳୀ ପ୍ରତିନିଧି ଏବଂ ଗ୍ରାମୀଣ ଭାରତର ସ୍ୱର ଭାବରେ ବିବେଚନା କରାଯାଏ । ତାଙ୍କର ସମଗ୍ର ରାଜନୈତିକ ଜୀବନ କୃଷକ, କୃଷି ଶ୍ରମିକ ଏବଂ ଗ୍ରାମୀଣ ଅର୍ଥନୀତିର ଉନ୍ନତି ପାଇଁ ଉତ୍ସର୍ଗୀକୃତ ଥିଲା ।

ଅଧିକ ପଢ଼ନ୍ତୁ---ବଡ଼ ବୟାନ ଦେଲେ ମୋହନ ଭାଗବତ ; ‘କହିଲେ RSS ହିନ୍ଦୁଙ୍କ ସଂରକ୍ଷଣ ପକ୍ଷରେ…’

ଚୌଧୁରୀ ଚରଣ ସିଂଙ୍କ ବିଶ୍ୱାସ ଥିଲା ଯେ ଯେପର୍ଯ୍ୟନ୍ତ କୃଷକ ଆର୍ଥିକ ଏବଂ ସାମାଜିକ ସ୍ତରରେ ସୁଦୃଢ଼ ହୋଇନାହିଁ, ସେପର୍ଯ୍ୟନ୍ତ ଦେଶର ସାମଗ୍ରିକ ବିକାଶ ସମ୍ଭବ ନୁହେଁ । ଏହି ଚିନ୍ତାଧାରାକୁ ସମ୍ମାନ ଜଣାଇବା ଏବଂ ତାଙ୍କର ସ୍ମୃତିକୁ ଜୀବନ୍ତ ରଖିବା ଉଦ୍ଦେଶ୍ୟରେ ୨୩ ଡିସେମ୍ବରକୁ କୃଷକ ଦିବସ ଭାବରେ ପ୍ରତିଷ୍ଠା କରାଯାଇଥିଲା । କୃଷକ ଦିବସର ମୂଳ ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କ ଅବଦାନକୁ ଜାତୀୟ ସ୍ତରରେ ମାନ୍ୟତା ଦେବା ଏବଂ କୃଷି ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ଉପରେ ସମାଜ, ସରକାର ଏବଂ ନୀତି ନିର୍ଦ୍ଧାରକମାନଙ୍କ ଦୃଷ୍ଟି ଆକର୍ଷଣ କରିବା । 

କୃଷକ ଦିବସ କେବଳ ଏକ ତାରିଖ ନୁହେଁ, ବରଂ ଏହା ଭାରତର କୃଷି ଚେତନାର ପ୍ରତୀକ। ଏହି ଦିନଟି ନୀତି ଏବଂ ମାଟି ମଧ୍ୟରେ ଥିବା ଦୂରତାକୁ ଦୂର କରିବାର ଏକ ସୁଯୋଗ ଦିଏ । ଏହା ସ୍ମରଣ କରାଇଦିଏ ଯେ ଅନ୍ନଦାତାଙ୍କୁ ଅବହେଳା କରିବା ଦେଶର ଆର୍ଥିକ ଏବଂ ସାମାଜିକ ସ୍ଥିରତାକୁ ପ୍ରଭାବିତ କରିପାରେ । ହେଲେ ବର୍ତ୍ତମାନ ସମୟରେ ଜଣେ କୃଷକ ଅନେକ ସମସ୍ୟା ଦେଇ ଗତି କରୁଛି । କେଉଁଠି ମଣ୍ଡିରୁ ଧାନ ଉଠି ପାରୁନି ତ କେଉଁଠି ଧାନ ପାଇଁ ଉପଯୁକ୍ତ ମୂଲ୍ୟ ପାଇ ପାରୁନି । ଯେଉଁଥିପାଇଁ ବାଧ୍ୟ ହୋଇ କୃଷକ ରାଜରାସ୍ତାକୁ ଓହ୍ଲାଉଛି । ଆଉ ନିଜ ଅଧିକାର ପାଇଁ ଲଢୁଛି । ଯେଉଁ ଦେଶରେ କୃଷି ପ୍ରଧାନ ସେହି ଦେଶରେ ଆଜି ଅବହେଳିତ ହେଉଛନ୍ତି ଚାଷୀ । ଫଳରେ କୃଷି ପ୍ରତି ମୁହଁ ଫେରାଇ ନେଉଛନ୍ତି କୃଷକ । ଆଉ କେତେ ଦିନ ଏ ସଂଘର୍ଷ, ଆଉ କେତେ ଦିନ ପ୍ରତାରଣା ବୋଲି ଏବେ ପ୍ରଶ୍ନ ପଚାରୁଛି କୃଷକ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe