ଶ୍ରୀଲଙ୍କା ମାଟିରେ ଶ୍ରୀଲଙ୍କାକୁ ହରାଇଲା ଇଂଲଣ୍ଡ

Advertisment

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ୍‌ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା । ସ୍ପିନ୍‌ ଅନୁକୂଳ ପାଲେକେଲ୍‌ ପିଚ୍‌ରେ ଇଂଲଣ୍ଡ୍‌ ନିୟମିତ ବ୍ୟବଧାନରେ ଓ୍ବିକେଟ୍‌ ହରାଇ ଚାଲିଥିଲେ ବି ଫିଲିପ୍‌ ସଲ୍ଟଙ୍କ ଲଢୁଆ ଅର୍ଦ୍ଧଶତକ ତଥା ଓ୍ବିଲ୍‌ ଜାକ୍ସ ଓ ହ୍ୟାରୀ ବ୍ରୁକ୍‌ଙ୍କ ଛୋଟ ମାତ୍ର ଉପଯୋଗୀ ପାଳି ବଳରେ ଦଳ ଏକ ସମ୍ମାନଜନକ ସ୍କୋର୍‌ ଛିଡ଼ା କରିପାରିଥିଲା ।  

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ୍‌ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା । ସ୍ପିନ୍‌ ଅନୁକୂଳ ପାଲେକେଲ୍‌ ପିଚ୍‌ରେ ଇଂଲଣ୍ଡ୍‌ ନିୟମିତ ବ୍ୟବଧାନରେ ଓ୍ବିକେଟ୍‌ ହରାଇ ଚାଲିଥିଲେ ବି ଫିଲିପ୍‌ ସଲ୍ଟଙ୍କ ଲଢୁଆ ଅର୍ଦ୍ଧଶତକ ତଥା ଓ୍ବିଲ୍‌ ଜାକ୍ସ ଓ ହ୍ୟାରୀ ବ୍ରୁକ୍‌ଙ୍କ ଛୋଟ ମାତ୍ର ଉପଯୋଗୀ ପାଳି ବଳରେ ଦଳ ଏକ ସମ୍ମାନଜନକ ସ୍କୋର୍‌ ଛିଡ଼ା କରିପାରିଥିଲା ।  

England

କନକ ବ୍ୟୁରୋ: ଶ୍ରୀଲଙ୍କାକୁ ୫୧ରନ୍‌ରେ ପରାସ୍ତ କରି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସୁପର-୮ରେ ନିଜର ବିଜୟ ଅଭିଯାନ ଆରମ୍ଭ କରିଛି ଇଂଲଣ୍ଡ୍‌  । ନିଜ ମାଟିରେ ଖେଳୁଥିଲେ ବି ଇଂଲଣ୍ଡ୍‌ର ବୋଲିଂ ଆକ୍ରମଣ ଆଗରେ ଶ୍ରୀଲଙ୍କା ବ୍ୟାଟର୍‌ମାନେ ହାର ମାନିଛନ୍ତି । ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ୍‌ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୪୬ ରନ୍‌ କରିଥିଲା । ସ୍ପିନ୍‌ ଅନୁକୂଳ ପାଲେକେଲ୍‌ ପିଚ୍‌ରେ ଇଂଲଣ୍ଡ୍‌ ନିୟମିତ ବ୍ୟବଧାନରେ ଓ୍ବିକେଟ୍‌ ହରାଇ ଚାଲିଥିଲେ ବି ଫିଲିପ୍‌ ସଲ୍ଟଙ୍କ ଲଢୁଆ ଅର୍ଦ୍ଧଶତକ ( ୪୦ ବଲ୍‌ରୁ ୬୨ରନ୍‌, ୨ ଛକା, ୬ ଚୌକା) ତଥା ଓ୍ବିଲ୍‌ ଜାକ୍ସ (୨୧) ଓ ହ୍ୟାରୀ ବ୍ରୁକ୍‌ (୧୪)ଙ୍କ ଛୋଟ ମାତ୍ର ଉପଯୋଗୀ ପାଳି ବଳରେ ଦଳ ଏକ ସମ୍ମାନଜନକ ସ୍କୋର୍‌ ଛିଡ଼ା କରିପାରିଥିଲା ।

ଏହା ବି ପଢ଼ନ୍ତୁ; ନୂଆଦିଲ୍ଲୀ ମାରାଥନ୍‌ ଜିତି ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କଲେ କାର୍ତ୍ତିକ କର୍କେରା

ଶ୍ରୀଲଙ୍କା ପକ୍ଷରୁ ଦୁନିଥ୍‌ ୟେଲାଲାଙ୍ଗେ ୨୬ ରନ୍‌ ଦେଇ ୩ଟି ଓ୍ବିକେଟ୍‌ ନେଇଥିବାବେଳେ ଦିଲସାନ୍‌ ମଧୁଶଙ୍କା ଓ ମହିଶ୍‌ ତିକ୍‌ସନା ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । ୧୪୭ ରନ୍‌ ଲକ୍ଷ୍ୟର ପଶ୍ଚାତ୍‌ଧାବନ କରୁଥିବା ଶ୍ରୀଲଙ୍କା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ଓ ଶେଷ ପର୍ଯ୍ୟନ୍ତ ଏହି ବିପର୍ଯ୍ୟୟରୁ ଉଠିପାରିନଥିଲା । ଦଳ ୧୫ ରନ୍‌ରେ ପ୍ରଥମ ଓ୍ବିକେଟ୍‌ ହରାଇଥିବାବେଳେ ୩୪ ରନ୍‌ ବେଳକୁ ଦଳର ୫ ଜଣ ବ୍ୟାଟର୍‌ ପାଭିଲିୟନ ଫେରିସାରିଥିଲେ । ତେବେ ମଧ୍ୟକ୍ରମରେ ଦାସୁନ ସନକା (୨୪ ବଲ୍‌ରୁ ୩୦ ରନ୍‌) ଓ କାମିଣ୍ଡୁ ମେଣ୍ଡିସ୍‌ (୧୧ ବଲ୍‌ରୁ ୧୩ ରନ୍‌) କିଛି ସମୟ ଇଂଲଣ୍ଡ୍‌ ବୋଲିଂ ଆକ୍ରମଣ ଆଗରେ ତିଷ୍ଠି ରହିଥିଲେ । ତେବେ ଦଳ ୧୬.୪ ଓଭରରେ ୯୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଇଂଲଣ୍ଡ୍‌ ପକ୍ଷରୁ ଓ୍ବିଲ୍‌ ଜାକ୍ସ ୨୨ରନ୍‌ ଦେଇ ୩ଟି ଓ୍ବିକେଟ୍‌ ନେଇଥିବାବେଳେ ଆଦିଲ ରସିଦ୍‌,ଲିଆମ୍‌ ଡାଉସନ୍‌ ଓ ଜୋଫ୍ରା ଆର୍ଚର୍‌ ୨ଟି ଲେଖାଏଁ ଓ୍ବିକେଟ୍‌ ନେଇଥିଲେ । ଅଲ୍‌ରାଉଣ୍ଡ୍‌ ସଫଳତା ପାଇଁ ଓ୍ବିଲ୍‌ ଜାକ୍ସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe