କନକ ବ୍ୟୁରୋ: ମୁମ୍ବାଇର କାର୍ତ୍ତିକ କର୍କେରା ମର୍ଯ୍ୟାଦାଜନକ ୧୧ତମ ନୂଆଦିଲ୍ଲୀ ମାରାଥନ୍ ବିଜୟୀ ହୋଇଛନ୍ତି । ସେ ମାତ୍ର ୨ ଘଣ୍ଟା ୧୩ ମିନିଟ୍ ୧୦ ସେକେଣ୍ଡ୍ରେ ୪୨.୨ କିଲୋମିଟର୍ ଅତିକ୍ରମ କରି ବିଜୟୀ ହେବା ସହ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅଲମ୍ପିଆନ୍ ଥୋନାକଲ୍ ଗୋପୀ ୨ ଘଣ୍ଟା ୧୩ ମିନିଟ୍ ୧୨ ସେକେଣ୍ଡ୍ରେ ଏହି ଦୂରତ୍ବ ଅତିକ୍ରମ କରିବା ସହ ଦ୍ବିତୀୟ ସ୍ଥାନରେ ଥିବାବେଳେ ଆଉ ୩ ସେକେଣ୍ଡ୍ ବିଳମ୍ବରେ ପହଞ୍ଚିଥିବା ୨୦୨୪ର ଏସୀୟ ମାରାଥନ୍ ସ୍ବର୍ଣ୍ଣ ପଦକ ବିଜେତା ମାନ୍ ସିଂ ତୃତୀୟ ସ୍ଥାନରେ ରହିଛନ୍ତି । ଗୋପୀ ଓ ସିଂ ମଧ୍ୟ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।
ଏହା ବି ପଢ଼ନ୍ତୁ: ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସ ଟାଇଟଲ୍ ବଜାୟ ରଖିଲା ଭାରତ ‘ଏ’
ଚଳିତ ବର୍ଷ ଜାପାନରେ ହେବାକୁ ଥିବା ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ ସମୟ ସୀମା ୨ ଘଣ୍ଟା ୧୫ ମିନିଟ୍ ୪ ସେକେଣ୍ଡ୍ ରଖାଯାଇଛି । ଅନ୍ୟପକ୍ଷରେ ନିର୍ମାବେନ୍ ଠାକୋର୍ ମହିଳା ବର୍ଗରେ ବିଜୟୀ ହୋଇଛନ୍ତି । ସେ ୨ ଘଣ୍ଟା ୪୧ ମିନିଟ୍ ୧୫ ସେକେଣ୍ଡ୍ରେ ଏହି ଦୂରତ୍ବ ଅତିକ୍ରମ କରିଥିଲେ । ଏହା ସତ୍ତ୍ବେ ସେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ କରିପାରିନାହାନ୍ତି । ମହିଳା ବର୍ଗରେ ଏସୀୟ କ୍ରୀଡ଼ା ପାଇଁ ଯୋଗ୍ୟତା ଅର୍ଜନ ସମୟସୀମା ୨ ଘଣ୍ଟା ୩୧ ମିନିଟ୍ ୫୨ ସେକେଣ୍ଡ୍ ରଖାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/22/kartik-kerkera-2026-02-22-22-08-15.jpg)