T-20 World Cup: ଇଂଲଣ୍ଡକୁ ହରାଇ ଭାରତ ଫାଇନାଲରେ; ମାର୍ଚ୍ଚ ୮ରେ ନ୍ୟୁଜିଲାଣ୍ଡ ସହ ମହାଲଢ଼େଇ

Advertisment

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍‌ରେ ହାରିଯାଇଥିଲା । 

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍‌ରେ ହାରିଯାଇଥିଲା । 

Team India

Team India Photograph: (Kanak News)

କନକ ବ୍ୟୁରୋ : ଭାରତ ସେମିଫାଇନାଲରେ ଇଂଲଣ୍ଡକୁ ୭ ରନ୍‌ରେ ପରାସ୍ତ କରିଛି । ଏହି ବିଜୟ ସହ ଟିମ୍ ଇଣ୍ଡିଆ ଫାଇନାଲରେ ନିଜର ସ୍ଥାନ ପକ୍କା କରିଛି ଏବଂ ଏବେ ମାର୍ଚ୍ଚ ୮ ତାରିଖରେ ଖେଳାଯିବାକୁ ଥିବା ଟାଇଟଲ ପାଇଁ  ମୁକାବିଲାରେ ଭାରତର ସାମ୍ନା ନ୍ୟୁଜିଲାଣ୍ଡ ସହିତ ହେବ । ଇଂଲଣ୍ଡ ପକ୍ଷରୁ ଜ୍ୟାକବ୍ ବେଥେଲ୍ ଏକ ଐତିହାସିକ ଶତକୀୟ ପାରି ଖେଳିଥିଲେ ମଧ୍ୟ ନିଜ ଦଳକୁ ଚତୁର୍ଥ ଥର ପାଇଁ ଫାଇନାଲକୁ ନେଇପାରିଲେ ନାହିଁ । ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କରିଛି ।

ଏହା ବି ପଢ଼ନ୍ତୁ: ଡୋପିଂ ପରୀକ୍ଷା ଅଟକାଉଛି ବିସିସିଆଇ: ପାକ୍‌ କ୍ରିକେଟର୍‌

ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୨୫୩ ରନ୍‌ର ଏକ ବିଶାଳ ସ୍କୋର ଛିଡ଼ା କରିଥିଲା । ଏହାର ଜବାବରେ ଇଂଲଣ୍ଡ ଦଳ ୨୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ଏବଂ ମ୍ୟାଚକୁ ୭ ରନ୍‌ରେ ହାରିଯାଇଥିଲା । ଏହି ସମ୍ପୂର୍ଣ୍ଣ ମ୍ୟାଚରେ ମୋଟ୍ ୪୯୯ ରନ୍ ସଂଗୃହିତ ହୋଇଛି । 
୨୫୪ ରନର ରେକର୍ଡ ଲକ୍ଷ୍ୟକୁ ପିଛା କରୁଥିବା ଇଂଲଣ୍ଡ ଦଳ ୧୭ ଓଭର ସୁଦ୍ଧା ୨୦୯ ରନ୍ ସଂଗ୍ରହ କରିସାରିଥିଲା । ଶେଷ ୩ ଓଭରରେ ଦଳକୁ ଜିତିବା ପାଇଁ ୪୫ ରନର ଆବଶ୍ୟକତା ଥିଲା । ଜ୍ୟାକବ୍ ବେଥେଲ୍ ଏବଂ ସାମ୍ କରନ୍ କ୍ରିଜ୍‌ରେ ସେଟ୍ ହୋଇସାରିଥିଲେ ଏବଂ ଇଂଲଣ୍ଡର ବିଜୟ ସମ୍ପୂର୍ଣ୍ଣ ଭାବେ ସମ୍ଭବ ମନେ ହେଉଥିଲା ।

ଏହି ସମୟରେ, ୧୮ତମ ଓଭରରେ ଜସପ୍ରୀତ ବୁମ୍‌ରା ନିଜ ସ୍ପେଲ୍‌ର ଶେଷ ଓଭର ବୋଲିଂ କରିବାକୁ ଆସିଥିଲେ । ଏହି ଓଭରରେ ସେ ମାତ୍ର ୬ ରନ୍ ଦେଇଥିଲେ ଏବଂ ଏହିଠାରୁ ହିଁ ମ୍ୟାଚ୍‌ର ମୋଡ଼ ଭାରତ ଆଡ଼କୁ ଢଳିଥିଲା । ଏବେ ସମସ୍ତଙ୍କ ନଜର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ରହିଥିଲା । ୧୯ତମ ଓଭର ବୋଲିଂ କରିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ସେ ମଧ୍ୟ ଏହି ଓଭରରେ  ମାତ୍ର ୯ ରନ୍‌ ଦବା ସହ ସାମ୍‌ କରନ୍‌ଙ୍କ ୱିକେଟ୍‌ ମଧ୍ୟ ନେଇଥିଲେ । ଏହାପରେ ଆଉ ମ୍ୟାଚ୍‌କୁ ଫେରି ପାରିନଥିଲା ଇଂଲଣ୍ଡ । ଶେଷ ଓଭରରେ ସର୍‌ପ୍ରାଇଜ୍‌ ଦେଇଥିଲେ ସୂର୍ଯ୍ୟ କୁମାର ଯାଦବ । ବୋଲିଂ  କରିଥିଲେ ଶିବମ ଦୁବେ । ପ୍ରଥମ ବଲ୍‌ରେ ହିଁ ଦୁଇ ରନ୍‌ ନେବା ପ୍ରୟାସ୍‌ରେ ଆଉଟ ହୋଇଥିଲେ  ଜ୍ୟାକବ୍ ବେଥେଲ୍ । 
ଏହାପରେ ଜୋଫ୍ରା ଆର୍ଚର ଲଗାତାର ୩ଟି ଛକା ମାରିଥିଲେ ସୁଦ୍ଧା ଏହା ଇଂଲଣ୍ଡର ବିଜୟ ପାଇଁ ପର୍ଯ୍ୟାପ୍ତ ନଥିଲା । ଡିଫେଣ୍ଡିଂ ଚାମ୍ପିୟନ ଭାରତ ପୁଣିଥରେ ଫାଇନାଲରେ ପହଞ୍ଚିଛି । ଟ୍ରଫି ପାଇଁ ନ୍ୟୁଜିଲାଣ୍ଡ ସହ ହେବ ମହାଲଢ଼େଇ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe