କନକ ବ୍ୟୁରୋ: ବିସିସିଆଇ ବିରୋଧରେ ଏକ ବଡ଼ ଅଭିଯୋଗ ଆଣିଛନ୍ତି ପାକିସ୍ତାନ କ୍ରିକେଟର୍ ଅହମ୍ମଦ ଶେହଜାଦ୍ । ଭାରତୀୟ ଖେଳାଳିଙ୍କ ଡୋପିଂ ପରୀକ୍ଷା ଲାଗି ଆଇସିସି ନେଉଥିବା ପଦକ୍ଷେପକୁ ବିସିସିଆଇ ଅଟକାଉଛି ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ଆଇସିସି ଭାରତୀୟ ଖେଳାଳିଙ୍କ ବ୍ୟତୀତ ଅନ୍ୟ ସବୁ ଦେଶର ଖେଳାଳିଙ୍କ ଡୋପିଂ ପରୀକ୍ଷା କରୁଛି । କିନ୍ତୁ ବିସିସିଆଇ ନିଜେ ନିଜ ଖେଳାଳିଙ୍କ ଡୋପିଂ ପରୀକ୍ଷା କରୁଛି ଓ ଆଇସିସି ଦ୍ବାରା ବ୍ୟବହାର କରାଯାଉଥିବା ଜ୍ଞାନକୌଶଳକୁ ଭରସା କରେନାହିଁ ବୋଲି କହୁଛି । ନିଜର ଜ୍ଞାନକୌଶଳକୁ ଉନ୍ନତ ବୋଲି କହି ନିଜେ ନିଜ ଖେଳାଳିଙ୍କ ପରୀକ୍ଷା କରୁଛି । ତେବେ ଏହି ଅଭିଯୋଗ ନେଇ ଆଇସିସି କିମ୍ବା ବିସିସିଆଇର କୌଣସି ପ୍ରତିକ୍ରିୟା ମିଳିନାହିଁ ।
ଏହା ବି ପଢ଼ନ୍ତୁ:୫ ଦିନ ଫସିରହିବା ପରେ ଫେରିଲା ଓ୍ବେଷ୍ଟ୍ଇଣ୍ଡିଜ୍ ଦଳ
ଖେଳାଳିମାନଙ୍କ ଡୋପିଂ ପରୀକ୍ଷଣ ପାଇଁ ଆଇସିସି କଠୋର ମାନଦଣ୍ଡ ପାଳନ କରିଥାଏ । ୨୦୦୬ରେ ଆଇସିସି ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା (ଓ୍ବାଡା)ରେ ସାମିଲ ହେବା ପରେ ଏହି ସଂସ୍ଥାର ନିୟମ ଅନୁସାରେ ଡୋପିଂ ପରୀକ୍ଷଣ କରିଥାଏ । କୌଣସି ପ୍ରତିଯୋଗିତା ଚାଲିଥିବା ସମୟରେ କିମ୍ବା ଅନ୍ୟ ସମୟରେ ଖେଳାଳିମାନଙ୍କ ଡୋପିଂ ପରୀକ୍ଷା କରାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)
/kanak/media/media_files/2026/03/05/ahmed-shehzad-2026-03-05-22-39-01.jpg)