Photograph: (kanaknews)
କନକ ବ୍ୟୁରୋ : ଦିନିକିଆ ପରାଜୟର ପ୍ରତିଶୋଧ ଟି-୨୦ରେ ତୃତୀୟ ଟି-ଟ୍ୱେଣ୍ଟି ୮ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ ।୧୫୪ ରନର ବିଜୟ ଲକ୍ଷ୍ୟକୁ ୧୦ ଓଭର ବାକି ଥାଇ ଟାର୍ଗେଟ୍ ହାସଲ କରିନେଲା ସୂର୍ୟ୍ୟ ବାହିନୀ । ପୁଣି ଥରେ ଚାଲିଲା ଓପନର ବ୍ୟାଟର ଅଭିଷେକ ଶର୍ମାଙ୍କ ଯାଦୁ । ମାତ୍ର ୨୦ଟି ବଲ୍ରେ ୬୮ ରନ୍ କରି ଅପରାଜିତ ରହିଥିଲେ । ସେହିପରି ଅଧିନାୟକ ସୂର୍ୟ୍ୟକୁମାର ଯାଦବ ୨୬ ବଲରେ ୫୭ ରନ୍ କରି ଅପରାଜିତ ରହିଛନ୍ତି ।
ଟସ୍ ଜିତି ପ୍ରଥମେ ବୋଲିଂ ପାଇଁ ନିଷ୍ପତି ନେଇଥିଲା ଟିମ୍ ଇଣ୍ଡିଆ । ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲା ନ୍ୟୁଜିଲ୍ୟାଣ୍ଡ । ଫଳରେ ମାତ୍ର ୯ ୱିକେଟ୍ ହରାଇ ୧୫୩ ରନ୍ କରିଥିଲା। ଯଶପ୍ରୀତ ବୁମରା ୩ଟି ୱକେଟ୍ ହାତେଇଥିବା ବେଳେ ହର୍ଶିତ ରାଣା ଓ ରବି ବିଷ୍ଣାଇ ୨ଟି ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି । ଭାରତ ୧୫୪ ରନର ଟାର୍ଗେଟ୍ ନେଇ ବ୍ୟାଟିଂ ପାଇଁ ଓହ୍ଲାଇଥିବା ବେଳେ ପ୍ରଥମ ବଲରେ ସଂଜୁ ସାମସନଙ୍କ ୱିକେଟ ହରାଥିଲା। ହେଲେ ଇନିଙ୍ଗସ୍ ସମ୍ଭାଳି ନେଇଥିଲେ ଯୁବ ବ୍ୟାଟର ଅଭିଷେକ ଶର୍ମା । ଇଶାନ କିଶାନ ୨୮ ରନର ଇନିଙ୍ଗସ୍ ଖେଳିଥିଲେ । ୫ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୩-୦ରେ ଆଗୁଆ । ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିବା ବେଳେ ଟି-୨୦ ସିରିଜରେ ବାଜି ମାରିନେଇଛି ଟିମ୍ ଇଣ୍ଡିଆ।
ଆହୁରି ପଢନ୍ତୁ ;ଘୋଷଣା ହେଲା ପଦ୍ମ ପୁରସ୍କାର : ୫ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣ ପାଇବେ ପଦ୍ମ ଭୂଷଣ ସମ୍ମାନ
Follow Us