କନକବ୍ୟୁରୋ : ଗ୍ରୀଷ୍ମ ଆରମ୍ଭ ନହେଉଣୁ ଦେଖାଦେଲାଣି ଉତ୍କଟ ଜଳ ସମସ୍ୟା । ପାଣି ପାଇଁ ଚାଲିବାକୁ ପଡୁଛି ଦେଢ଼ କିଲୋମିଟର ବାଟ । ଗଜପତି ମୋହନା ବ୍ଲକର ଦୁର୍ଗମ ଇଲାକା ବାଡେଗୁଡା ଗ୍ରାମ ପଞ୍ଚାୟତରୁ ସାମ୍ନାକୁ ଆସିଛି ଏଭଳି ଦୃଶ୍ୟ ।  ୯ ଓ ୧୦ ନମ୍ବର ୱାର୍ଡରେ ତିନୋଟି ନଳକୂପ ସହ ଗୋଟିଏ ସୌର ଚାଳିତ ପାଣି ଟାଙ୍କି ପ୍ରଶାସନ ପକ୍ଷରୁ ଯୋଗାଇ ଦିଆ ଯାଇଛି। ହେଲେ ନଳକୂପରୁ ଲୁହାମିଶା ପାଣି ବାହାରୁଥିବାରୁ ଏହାକୁ ବ୍ୟବହାର କରୁନାହାନ୍ତି ଗ୍ରାମବାସୀ ।  ବିଭିନ୍ନ ସମୟରେ ଏନେଇ ଅଭିଯୋଗ କରାଯାଉଥିଲେ ମଧ୍ୟ କେହି ଏଥିପ୍ରତି କର୍ଣ୍ଣପାତ କରୁନାହାଁନ୍ତି। ଫଳରେ ବାଧ୍ୟ ହୋଇ ଗ୍ରାମବାସୀ ଦେଢ଼ କିମି ଦୂରକୁ ଯାଇ ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳିଛି। 

Advertisment

ଅଧିକ ପଢନ୍ତୁ...ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ନିର୍ଦ୍ଦେଶିକାଙ୍କ ଚେତାବନୀ : ପ୍ରଭାବିତ ହେବେ ବିକଶିତ ଦେଶର ଯୁବପିଢ଼ି