କନକ ବ୍ୟୁରୋ: ଭାରତ ‘ଏ’ ମହିଳା ଏସିଆ କପ୍ ରାଇଜିଂ ଷ୍ଟାର୍ସର ଫାଇନାଲରେ ପହଞ୍ଚିଯାଇଛି । ଶୁକ୍ରବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଭାରତୀୟ ଦଳ ଶ୍ରୀଲଙ୍କାକୁ ପାଞ୍ଚ ୱିକେଟ୍‌ରେ ପରାସ୍ତ କରିଛି । ଫାଇନାଲରେ ଭାରତର ମୁକାବିଲା ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲର ବିଜେତା ସହିତ ହେବ । 

Advertisment

ଏହା ବି ପଢ଼ନ୍ତୁ:  ହିଟମ୍ୟାନଙ୍କ ଭଳି ହୋଇଥିଲା ଧୋନୀଙ୍କ ଅବସ୍ଥା : କ୍ୟାପଟେନ୍ ପଦ ଛାଡ଼ିନଥିଲେ,ହଟାଯାଇଥିଲା

ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ସଂଜନା କଭିଣ୍ଡି (୩୫ ବଲ୍‌ରୁ ୩୧ ରନ୍‌), ଶାସିନି ଗିମାନି (୧୭ ବଲ୍‌ରୁ ୨୨ରନ୍‌) ଓ ସତ୍ୟା ସାନ୍ଦିପନୀ (୧୫ ବଲ୍‌ରୁ ୧୫ ରନ)ଙ୍କ ଉପଯୋଗୀ ପାଳି ବଳରେ ୧୯.୪ ଓଭରରେ ୧୧୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ରାଧା ଯାଦବ ୧୯ ରନ ଦେଇ ୪ଟି  ୱିକେଟ ନେଇଥିଲେ । ୧୧୯ ରନ୍‌ର ଲକ୍ଷ୍ୟକୁ ଭାରତୀୟ ଦଳ ୧୩.୩ ଓଭରରେ ପାଞ୍ଚ ୱିକେଟ୍ ହରାଇ ହାସଲ କରି ନେଇଥିଲା । ଦଳ ପକ୍ଷରୁ ବ୍ରିନ୍ଦା ଦିନେଶ୍‌ ମାତ୍ର ୨୦ଟି ବଲ୍‌ରୁ ୪୨ ରନ୍‌ର ପାଳି ଖେଳିଥିବାବେଳେ ରାଧା ଯାଦବ* ୩୧ (୧୮ ବଲ୍‌) ଓ ଅନୁଷ୍କା ଶର୍ମା ୨୭ ରନ୍‌ର ( ୧୮ ବଲ୍‌) ଯୋଗଦାନ ଦେଇଥିଲେ । ଶ୍ରୀଲଙ୍କା ପକ୍ଷରୁ ଶାସିନୀ ଗିମାନି ୩୩ ରନ୍‌ ଦେଇ ୨ଟି ୱିକେଟ୍‌ ନେଇଥିଲେ ।  ଅଲ୍‌ରାଉଣ୍ଡ୍‌ ସଫଳତା ପାଇଁ ରାଧାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା ।