ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟାଇଟଲ୍‌ ବଜାୟ ରଖିଲା ଭାରତ‘ଏ’

Advertisment

ଫାଇନାଲ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା । ଭାରତ ‘ଏ’ ପକ୍ଷରୁ ବ୍ରିନ୍ଦା ଦିନେଶ (୧୭ ବଲ୍‌ରୁ ୧୯) ଓ ନନ୍ଦିନୀ କଶ୍ୟପ୍‌ (୧୫ ବଲ୍‌ରୁ ୮ ରନ୍‌) ପ୍ରଥମ ୱିକେଟ୍‌ ଯୋଡ଼ିରେ ୩୦ ରନ୍‌  କରି ଦ​ଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ୩୦ରୁ ୪୪ ରନ୍‌ ମଧ୍ୟରେ ୪ଟି ୱିକେଟ୍‌ ହରାଇଥିଲା ।  

India-a

କନକ ବ୍ୟୁରୋ: ବାଂଲାଦେଶ ‘ଏ’କୁ ୪୬ ରନ୍‌ରେ ପରାସ୍ତ କରି ଭାରତ ‘ଏ’ ଏସିସି ମହିଳା ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ଟାଇଟଲ୍‌ ବଜାୟ ରଖିଛି । ରବିବାର ଖେଳାଯାଇଥିବା ଫାଇନାଲ୍‌ରେ ଭାରତୀୟ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଓ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୩୪ ରନ୍‌ କରିଥିଲା । ଭାରତ ‘ଏ’ ପକ୍ଷରୁ ବ୍ରିନ୍ଦା ଦିନେଶ (୧୭ ବଲ୍‌ରୁ ୧୯) ଓ ନନ୍ଦିନୀ କଶ୍ୟପ୍‌ (୧୫ ବଲ୍‌ରୁ ୮ ରନ୍‌) ପ୍ରଥମ ୱିକେଟ୍‌ ଯୋଡ଼ିରେ ୩୦ ରନ୍‌  କରି ଦ​ଳକୁ ଏକ ଭଲ ଆରମ୍ଭ ଦେଇଥିଲେ ବି ୩୦ରୁ ୪୪ ରନ୍‌ ମଧ୍ୟରେ ୪ଟି ୱିକେଟ୍‌ ହରାଇଥିଲା । ତେବେ ମଧ୍ୟକ୍ରମରେ  ତେଜଲ୍‌ ହସବନିସ୍‌ ( ୩୪ ବଲ୍‌ରୁ ୫୧ରନ୍‌) ଓ ରାଧା ଯାଦବ (୩୦ ବଲ୍‌ରୁ ୩୬ ରନ୍‌) ୬୯ ରନ୍‌ର ଏକ ଉପଯୋଗୀ ଭାଗୀଦାର କରି ଦଳୀୟ ସ୍କୋର୍‌କୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଯାଇଥିଲେ ।

ଏହା ବି ପଢ଼ନ୍ତୁ: ମୋର ବ୍ୟାଟିଂ ଶୈଳୀ ବଦଳିବ ନାହିଁ: ଅଭିଷେକ

ବାଂଲାଦେଶ‘ଏ’ ପକ୍ଷରୁ ଫାହିମା ଖାତୁନ ୨୫ ରନ ବିନିମୟରେ ୪ଟି ଓ୍ବିକେଟ୍‌ ନେଇଥିଲେ । ଜବାବରେ ବାଂଲାଦେଶ‘ଏ’ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୯.୧ ଓଭରରେ ମାତ୍ର ୮୮ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ଦଳ ପକ୍ଷରୁ ସମିମା ସୁଲତାନା ୨୦ ରନ୍‌ କରିଥିବାବେଳେ ସରମିନ୍‌ ସୁଲତନା ୧୮ ରନ୍‌ କରିଥିଲେ ।  ଭାରତ ପକ୍ଷରୁ ପ୍ରେମା ରାଓ୍ବତ୍‌ ୧୨ ରନ୍‌ ବିନିମୟରେ ୩ଟି ୱିକେଟ୍‌ ନେଇଥିବାବେଳେ ସୋନିଆ ମେଣ୍ଢିଆ ଓ ତନୁଜା କନଓ୍ବେର୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ । ଅର୍ଦ୍ଧଶତକ ଅର୍ଜନ କରିଥିବା ତେଜଲ୍‌ ହସବନିସ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe