କେନ୍ଦ୍ରାପଡ଼ା ରାଜନଗର ଜୁଣଗଡି ଗାଁରେ ଅଘଟଣ, ମଣ୍ଡି ନିର୍ଯାତନା ସହି ନପାରି ଆଖି ବୁଜିଲେ ଚାଷୀ ତ୍ରିଲୋଚନ ନାୟକ

Advertisment

ଧାନ ବିକିବାକୁ ୪୦ ଦିନ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ହୋଇଥିଲେ ନୟାନ୍ତ । ଶେଷରେ ମିଲରେ ଧାନ ବିକିବାକୁ ଯାଇଥିଲେ ଚାଷୀ ।

ଧାନ ବିକିବାକୁ ୪୦ ଦିନ ସମବାୟ ସମିତିକୁ ଦୌଡ଼ି ଦୌଡ଼ି ହୋଇଥିଲେ ନୟାନ୍ତ । ଶେଷରେ ମିଲରେ ଧାନ ବିକିବାକୁ ଯାଇଥିଲେ ଚାଷୀ ।

FARMER DIE

FARMER DIE Photograph: (KanaKnews)

କନକ ବ୍ୟୁରୋ;   ରାଜନଗର ବ୍ଲକ ଜୁଣଗଡି ଗାଁରେ ଚାଷୀ ତ୍ରିଲୋଚନ ନାୟକ ସରକାରୀ ମଣ୍ଡି ନିର୍ଯ୍ୟାତନା ସହି ନପାରି ଆଖି ବୁଜିଛନ୍ତି । ତ୍ରିଲୋଚନଙ୍କର ଜାନୁୟାରୀ ୧୬ରେ ଧାନ ଦେବାକୁ ମେସେଜ ଆସିଥିଲା । ସେବା ସମବାୟ ସମିତିକୁ ଦୀର୍ଘ ୪୦ ଦିନ ଧରି ଦୌଡ଼ି ଦୌଡ଼ି ଶେଷରେ ପ୍ରାଣ ହରାଇଛନ୍ତି । ମଣ୍ଡି ପରିବର୍ତ୍ତେ ମିଲ କୁ ଧାନ ନେଇ ଯାଇଥିଲେ ତ୍ରିଲୋଚନ । ରାମଚଣ୍ଡୀ ମିଲରେ ୩ଦିନ ଅଖିଆ ଅପିଆ ଧାନ ଜଗି ରହିଥିଲେ ।

ଅଧିକ ପଢନ୍ତୁ:  ପୁଣି ଆସିଲା ଚାଷୀ ମୃତ୍ୟୁ ଅଭିଯୋଗ : ମଣ୍ତିରୁ ଉଠିଲାନି ଧାନ , ହୃଦଘାତରେ ଚାଲିଗଲା ଚାଷୀଙ୍କ ଜୀବନ

ମିଲରକୁ କୁଇଣ୍ଟାଲ ପିଛା ୬ କେଜି ବାଦେ ୩ କୁଇଣ୍ଟାଲ ଧାନ ଓ ୩ ହଜାର ଟଙ୍କା ଅନଲୋଡ଼ ପାଇଁ ଦେବା ପରେ ଧାନ ଅନଲୋଡ଼ ହେଲା । ମିଲର ଓ ସମ୍ପାଦକଙ୍କ ନିର୍ଯ୍ୟାତନା ସହି ନପାରି କାଲି ମିଲରୁ ଫେରି ଘରେ ପହଂଚିବା କ୍ଷଣି ପ୍ରାଣ ହରାଇଛନ୍ତି ଚାଷୀ । ତ୍ରିଲୋଚନଙ୍କ ମୃତ୍ୟୁ ମିଲର ଓ ସମ୍ପାଦକଙ୍କ ଅବହେଳା ପାଇଁ ହୋଇଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe