ନିର୍ବାଚନୀ ମାହୋଲ ଭିତରେ ବିହାର ଗୋପାଳଗଞ୍ଜରେ ଅଘଟଣ,  ଦୁର୍ଘଟଣା ଘଟାଇବାରୁ ପୁଲିସ୍ ଗାଡ଼ିକୁ ଜାଳିଦେଲେ ଉତ୍ୟକ୍ତ ଜନତା

ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହେବାପରେ ପୁଲିସର ଟିୟର ଗ୍ୟାସ ମାଡ଼ । ଗାଡ଼ିପୋଡି ଘଟଣାରେ ୧୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି

Bihar incident

Bihar incident Photograph: (KanakNews)

କନକ ବ୍ୟୁରୋ: ନିର୍ବାଚନୀ ମାହୋଲ ଭିତରେ ବିହାର ଗୋପାଳଗଞ୍ଜ ଠାରେ ଅଘଟଣ ଦେଖିବାକୁ ମିଳିଛି । ରବିବାର ସଂଧ୍ୟା ସମୟରେ ଏକ ପୁଲିସ ଗାଡ଼ି ବାଇକ ଆରୋହୀ ମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଗୁରୁତର ହୋଇ ସେମାନେ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ଉତ୍ୟକ୍ତ ଜନତା ପୁଲିସ ଗାଡ଼ିକୁ ଜାଳିଦେଇଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସୁରକ୍ଷାବଳ ମୁତୟନ ହୋଇଛନ୍ତି ।

ତେଜିଲା ବ୍ରାଜିଲ ମଡେଲ ରାଜନୀତି: ରାହୁଲଙ୍କ ଅଭିଯୋଗ ଉପରେ ଆସିଲା ବ୍ରାଜିଲରୁ ପ୍ରତିକ୍ରିୟା

ସୂଚନା ଅନୁଯାୟୀ ସର୍କଲ ଇନ୍ସପେକ୍ଟରଙ୍କ ବୋଲେରୋ ଗାଡ଼ିର ଡ୍ରାଇଭର ଗାଡ଼ିଟିକୁ ପୋଲିସ ଲାଇନକୁ ନେଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ବୋଲେରୋଟି ଏକ ମୋଟରସାଇକେଲ ସହିତ ଧକ୍କା ହୋଇଥିଲା, ଯେଉଁଥିରେ ସ୍ଥାନୀୟ ସାରେୟା ମୋହଲ୍ଲାର ବାସିନ୍ଦା ନନ୍ଦ କୁମାର ଚୌହାନ, ଏହସାନ ଅଲି ଏବଂ ରାଜା ହୁସେନ ଗୁରୁତର ଆହତ ହୋଇଥିଲେ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇ ନିଆଁ ଲଗାଇଦେଇଥିଲେ ।

ତାମିଲନାଡୁ ରାଜନୀତିରେ ବଡ଼ ହଲଚଲ, ପୂର୍ବ ଘୋଷଣାରୁ ଓହରି ମେଣ୍ଟ କରିପାରେ ଟିଭିକେ

ପରିସ୍ଥିତି ଗମ୍ଭୀର ହେବା ପରେ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଁଚି ନିଆଁ ଲିଭାଇବା ସହ ଗାଡ଼ି ପୋଡ଼ିଥିବା ୧୪ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ପରିସ୍ଥିତି ଏବେ ନିୟନ୍ତ୍ରଣାଧିନ ଥିବା କହିଛନ୍ତି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe