ଅଶୁଭ ନଭେମ୍ବର ୧୭ : ସେଦିନ ଅକ୍ଷୟ , ଏବେ ହ୍ୟୁମାନ୍

ଅଜବ ସଂଯୋଗ .. ଓଲିଉଡ୍ ସଙ୍ଗୀତ ଦୁନିଆ ପାଇଁ ସତରେ ଅଶୁଭ ନଭେମ୍ବର ୧୭ । ୨୦୦୨ ନଭେମ୍ବର ୧୭ ରେ ଶେଷ ହୋଇଥିଲା ଅକ୍ଷୟ ଯୁଗ

HUMAN

Photograph: (KANAKNEWS)

କନକବ୍ୟୁରୋ :  ଅଜବ ସଂଯୋଗ .. ଓଲିଉଡ୍ ସଙ୍ଗୀତ ଦୁନିଆ ପାଇଁ ସତରେ ଅଶୁଭ ନଭେମ୍ବର ୧୭ । ୨୦୦୨ ନଭେମ୍ବର ୧୭ ରେ ଶେଷ ହୋଇଥିଲା ଅକ୍ଷୟ ଯୁଗ , ଆଉ ଏବେ ୨୦୨୫ ନଭେମ୍ବର ୧୭ ରେ ଦୁନିଆକୁ ଅଲବିଦା କହିଲେ ଓଡ଼ିଶାର ଅରଜିତ୍ ସିଂ ହ୍ୟୁମାନ୍ ସାଗର । ସେତେବେଳେ ଶ୍ରୋତା ଝୁରିଥିଲେ ହେ ଫଗୁଣ ତୁମେ ଗଲା ପରେ ପରେ …

ଅଧିକ ପଢନ୍ତୁ ... ଆଜିଠୁ ଆରମ୍ଭ ବିଶ୍ବ ଐତିହ୍ୟ ସପ୍ତାହ : ଏଏସଆଇ ପକ୍ଷରୁ ସୂଚନା ଆଜି ମାଗଣାରେ କୋଣାର୍କ ବୁଲିବେ ପର୍ଯ୍ୟଟକ

ଏବେ ଶ୍ରୋତା ଝୁରୁଛନ୍ତି ମନେ ତୁ ପଡୁଛୁ ଆଲୋ ପାଗେଳୀ … 
ବଲିଉଡ୍ ଜଗତର ସୁପରହିଟ୍ ଚଳଚ୍ଚିତ୍ର ‘ଆନନ୍ଦ’ ରେ ଏକ ଡାଇଲଗ୍ ଥିଲା ‘ବାବୁ ମୋସାଏ, ଜିନ୍ଦଗି ବଡି ହୋନି ଚାହିଏ ଲମ୍ବି ନହିଁ ।’ ଯାହାର ପ୍ରକୃତ ଉଦାହରଣ ବୁଝାଇଦେଲେ ହ୍ୟୁମାନ୍ । ଭାଗ୍ୟରେ ଅଳ୍ପ ଆୟୁଷ ଲେଖାଥିଲା ସତ କିନ୍ତୁ ଯେତିକି ଦିନ ବଞ୍ଚିଲେ ଲୋକଙ୍କ ମନରେ ରହିଲେ । ସେ ଗାଇଥିବା ପ୍ରତିଟି ଗୀତ ପିଲାଠୁ ବୃଦ୍ଧ ପର୍ଯ୍ୟନ୍ତ ସଭିଙ୍କ ମନ ଜିଣିଥିଲା ।

ଅଧିକ ପଢନ୍ତୁ .... ଅନେକ ରୋଗର ନିରାକରଣ କରେ ବଥୁଆ ଶାଗ : ହେଲେ ଖାଇବେ କିଏ ,କାହାପାଇଁ ମନା?

ଓଡ଼ିଶାର ଜଣେ ଉଦୀୟମାନ ସ୍ବର ହ୍ୟୁମାନ ସାଗର ..ବିଧାତା ଚାହିଥିଲେ ଆହୁରି ଶ୍ରୁତିମଧୁର ସଙ୍ଗୀତର ରଚନା କରିଥା’ନ୍ତେ , ଆହୁରି କିମ୍ବଦଂନ୍ତିର କରିଥା’ନ୍ତେ ସୃଷ୍ଟି । କିନ୍ତୁ ସମୟ ଏହି ସୁଯୋଗ ତାଙ୍କଠାରୁ ଏବଂ ଓଡ଼ିଶାବାସୀଙ୍କଠାରୁ ଛଡ଼ାଇନେଲା । ମାତ୍ର ୩୫ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଦେଲେ ଓଡ଼ିଶାର ଅରଜିତ୍ ସିଂ ।

ଏ ବି କ’ଣ ଦୁନିଆ ଛାଡ଼ି ଚାଲିଯିବାର ଗୋଟେ ବୟସ ଥିଲା ! ଏବେ କିଏ ପ୍ରଶଂସକଙ୍କୁ ଦେଖି ଗାଇବ ତୋ ପ୍ରେମରେ ପାଗଳ ମୁଁ ଆଜି , ଭିଜେଇ ଦେଇ ଯା’ଥରେ ,କେମିତି ଭୁଲିବି ସେ ଅଭୁଲା ଦିନ , ନିଶ୍ବାସ ତୋ ବିନା ମୋର ଚାଲେନା ଆଉ ଇସ୍କ୍ ହୈ ମୋଲା ମୋଲା … ଗତ ଦଶନ୍ଧି ଧରି ସେ ଥିଲେ ଓଡ଼ିଆ ସଙ୍ଗୀତଜଗତର ଶୀର୍ଷସ୍ଥାନର ତାରକା , କଣ୍ଠଶିଳ୍ପୀ । 

୨୦୧୫ରୁ ୨୦୨୫ ମଧ୍ୟରେ ମାତ୍ର ୧୦ବର୍ଷ ଭିତରେ ସେ ଯେଉଁଭଳି ଲୋକପ୍ରିୟତା ହାସଲ କରିଥିଲେ, ତାହା ଖୁବ୍ କମ୍ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ । ୨୦୧୨ରେ ଆୟୋଜିତ -ଭଏସ୍‌‌ ଅଫ୍‌‌ ଓଡ଼ିଶା ସିଜନ୍‌‌-୨ ର ବିଜେତା ହୋଇ ସେ ଲୋକଲୋଚନକୁ ଆସିଥିଲେ । ୨ ବର୍ଷ ପରେ ଅର୍ଥାତ ୨୦୧୪ରେ ସିନେମା ଜଗତରେ ପ୍ରବେଶ କରିଥିଲେ । ଓଲିଉଡ୍ ଷ୍ଟାର୍ ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ସିନେମା - ସମ୍ ଥିଙ୍ଗ୍ ସମ୍ ଥିଙ୍ଗ୍-୨ ପାଇଁ ଗୀତ ଗାଇ ସେ ଓଡ଼ିଆ ସଙ୍ଗୀତ ଦୁନିଆରେ ତାଙ୍କ ସାମ୍ରାଜ୍ୟ ବିସ୍ତାର କରିଚାଲିଲେ ।

ତାଙ୍କ ଶେଷ ସିନେମା ୨୦୨୫ର ଅନୁଭବ ମହାନ୍ତିଙ୍କ ଚାରିଧାମ ଥିଲା । ୧୯୯୦ ନଭେମ୍ବର ୨୫ ରେ ଜନ୍ମ ହୋଇଥିବା ହ୍ୟୁମାନ ସେହି ମାସ ନଭେମ୍ବର ୧୭ ରେ ଦୁନିଆକୁ ଅଲବିଦା କହିଦେଲେ । ଜୀବନକାଳ ଭିତରେ ପ୍ରାୟ ୧୫ ହଜାରରୁ ଅଧିକ ଗୀତ ଗାଇ ଶ୍ରୋତାଙ୍କ ମନରେ ଘର କରିଦେଲେ ହ୍ୟୁମାନ । 
ସେହି ଗୋଟିଏ ତାରିଖ ନଭେମ୍ବର ୧୭ କିନ୍ତୁ ମସିହା ଥିଲା ୨୦୦୨ ।

କୋଟି ଓଡ଼ିଆଙ୍କ ହୃଦୟରେ ଘର କରି ସେଦିନ ଦୁନିଆରୁ ବିଦାୟ ନେଇଥିଲେ ଆଧୁନିକ ଏବଂ ସୁଗମ ସଙ୍ଗୀତର ଜନ୍ମଦାତା ଅକ୍ଷୟ ମହାନ୍ତି । ଖୋକା ଭାଇଙ୍କ ନାଁରେ ଘରେ ଘରେ ପରିଚିତ ଜଣେ ଗାୟକ ଯେ ନିଜେ ଚାଲିଗଲେ ସିନା କିନ୍ତୁ ତାଙ୍କୁ ଏଯାଏଁ ଭୁଲିପାରୁନି ଓଡ଼ିଶା । ସେ ଅକ୍ଷୟ, ତାଙ୍କ ଗୀତ ଅକ୍ଷୟ, ତାଙ୍କ କୃତି ଅକ୍ଷୟ, ତାଙ୍କ ସ୍ମୃତି ବି ଅକ୍ଷୟ... ଅକ୍ଷୟ କେବଳ ଅକ୍ଷୟ ।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe