mahaprasad Photograph: (KanakNews)
କନକ ବ୍ୟୁରୋ: ଗତ ୨୮ ତାରିଖରେ ଶ୍ରୀମନ୍ଦିରରେ ନୀତି ବିଳମ୍ବ ପ୍ରସଙ୍ଗ । ମହାପ୍ରସାଦ ରନ୍ଧା ବନ୍ଦ ଚେତାବନୀ ଦେଲା ସୁଆର ମହାସୁଆର ନିଯୋଗ । ସିଂହଦ୍ଵାର ସମ୍ମୁଖରେ ଆନ୍ଦୋଳନ ଦେଲେ ଚେତାବନୀ । କ୍ଷତିପୂରଣ ସହ ନୀତି ବିଳମ୍ବରେ ସମ୍ପୃକ୍ତ ସେବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଡ଼ି ବସିଲା ନିଯୋଗ ।
ଅଧିକ ପଢନ୍ତୁ: ପୁଣି ମହାପ୍ରସାଦକୁ ଅପମାନ: ଜୋତା ପିନ୍ଧି, ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ
ଭିତରକାଠ ଦର୍ଶନ ବିବାଦକୁ ନେଇ ଗତ ୨୮ ତାରିଖରେ ବିଳମ୍ବ ହୋଇଥିଲା ନୀତି । ଡେରିରେ ବାହାରିଥିଲା ମହାପ୍ରସାଦ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଦେଲା ସୁଆରମହାସୁଆର ନିଯୋଗ । ଦୃଢ କାର୍ଯ୍ୟାନୁଷ୍ଠାନ ସହ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ୭ଦିନ ମହଲତ ଦେଲା ସୁଆରମହାସୁଆର ନିଯୋଗ ।
Follow Us