କନକ ବ୍ୟୁରୋ: ଡାଇନିଂ ଟେବୁଲରେ ବସି ମହାପ୍ରଭୁଙ୍କ ମହାପ୍ରସାଦ ସେବନର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପୁରୀର ଏକ ହୋଟେଲରେ ବଙ୍ଗୀୟ ପର୍ଯ୍ୟଟକ ଡାଇନିଂ ଟେବୁଲରେ ବସି ମହାପ୍ରସାଦ ସେବନ କରୁଥିବା ଘଟଣା ଜଗନ୍ନାଥ ପ୍ରେମୀଙ୍କୁ ଘୋର ଆଘାତ ଦେଇଛି । କେବଳ ଏତିକି ନୁହେଁ ଚପଲ ପିନ୍ଧି ଏହାକୁ ସେବନ କରିବାକୁ ନେଇ ମଧ୍ୟ ଉଦବେଗ ପ୍ରକାଶ ପାଇଛି । ଏହା ସହ ହୋଟେଲ କର୍ମଚାରୀଙ୍କ କାର୍ଯ୍ୟକଳାପକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମହାପ୍ରଭୁଙ୍କ ମହାପ୍ରସାଦ ଭୋଜନ ପାଇଁ କିଛି ବିଧି ଓ ନିୟମ ରହିଛି । ମାତ୍ର ଏହାକୁ ଅନେକ ସ୍ଥଳରେ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି । ମହାପ୍ରସାଦ ପ୍ରତି ଅସମ୍ମାନ କରାଯାଇଥିବା ଘଟଣା ସାମନାକୁ ଆସିଛି। ଏକ ହୋଟେଲର ଡାଇନିଂ ଟେବୁଲରେ କିଛି ପର୍ଯ୍ୟଟକ ମହାପ୍ରସାଦ ସେବନ କରିବା ଚିତ୍ର ଲୋକଲୋଚନକୁ ଆସିଛି l ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ। ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି ।
ଅଧିକ ପଢନ୍ତୁ: ଦୀଘା ଜଗନ୍ନାଥ ମନ୍ଦିରରେ ମହାପ୍ରସାଦକୁ ଅସମ୍ମାନ; ଡାଇନିଂ ପକାଇ ଚାଲିଛି ପ୍ରସାଦ ସେବନ
ତେଣୁ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାମରୁ ଦୂରେଇବା ଆବଶ୍ୟକତା ରହିଛି । ହୋଟେଲଗୁଡ଼ିକ ମଧ୍ୟ ଏ ଦିଗରେ ଦୃଷ୍ଟି ଦେବା ସହ ନିଜ ଅତିଥିଙ୍କୁ ଏଭଳି କାମରୁ ବିରତ ରହିବାକୁ ସଚେତନ କରାଇବା ଉଚିତ । ଏଥିପାଇଁ ପୁରୀରେ ଥିବା ହୋଟେଲ ମାନଙ୍କରେ ଗାଇଡ ଲାଇନ ଆଣିବା ପାଇଁ ସାଧାରଣରେ ଦାବି ହୋଇଛି । ହୋଟେଲରେ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାର୍ଯ୍ୟ କଲେ ସମ୍ପୃକ୍ତ ହୋଟେଲ ବିରୁଦ୍ଧରେ କାର୍ଯ୍ୟ ଅନୁଷ୍ଠାନ ପାଇଁ ଦାବି କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/02/09/mahaprasad-2026-02-09-19-13-28.jpg)