ରାଜନେତାଙ୍କ ପିଲା ହିଁ ଅସଲ ରାଜା, ବିହାର ମଡେଲ୍ ଅଫ୍ ଫ୍ୟାମିଲି ପଲିଟିକ୍ସ ଏବେ ଲୋକତନ୍ତ୍ରରେ ତିଆରି କରୁଛି ନୂଆ ପରିଭାଷା

ସ୍ପଷ୍ଟ ଏହାକୁ ନିଜେ ରାଜ୍ୟସଭା ସାଂସଦ, ପତ୍ନୀ ବିଧାୟକ, ଓ ପୁଅ ବିହାର କ୍ୟାବିନେଟରେ ମନ୍ତ୍ରୀ । ଅର୍ଥାତ ପୁରା ପରିବାର ଏବେ ରାଜନୈତିକ ସୁରକ୍ଷାବଳୟ ଭିତରେ । ଏହା ତ ଗୋଟିଏ ମାତ୍ର ପରିବାରର କାହାଣୀ । ହେଲେ ବିହାର ବିଧାନସଭା ପାଖାପାଖି ୨୪ ଟି ଆସନ ଏଭଳି ବିଧାୟକଙ୍କ ପାଖରେ ରହିଛି, ଯାହା ପଛରେ କେହି ନା କେହି ନେତାଙ୍କ ପରିବାରର ଦଖଲରେ ରହିଛି ।

BIHAR

କନକ ବ୍ୟୁରୋ : ବିହାର ରାଜନୀତିରେ ଏହି ଦୃଶ୍ୟ ଏବେ ସାମାନ୍ୟ ହୋଇଯାଇଛି । କେବେ ରାଜାଙ୍କ ପୁଅ ରାଜା ହେଉଥିଲେ, ହେଲେ ଆଜିର ରାଜନୀତିରେ ଏହି ପଂକ୍ତିର ପରିଭାଷା ବଦଳିଯାଇ ରାଜନେତାଙ୍କ ପୁଅ ରାଜା ହେଉଛନ୍ତି । କ୍ଷମତାର ଚୌକି ଏବେ କେବଳ ରାଜନୈତିକ ଦଳମାନଙ୍କ ଭିତରେ ସୀମିତ ନହୋଇ ନେତାଙ୍କ ଘର ପରିବାର ସୀମା ଭିତରେ ବନ୍ଧା ହେବାରେ ଲାଗିଛି । ସଦ୍ୟ ଉଦାହାରଣ ହେଉଛନ୍ତି ବିହାରର ଉପେନ୍ଦ୍ର କୁଶୱାହା । ଯେ ନିଜେ କାରାକାଟ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପରାଜିତ ହୋଇଥିଲେ, ପରେ ରାଜ୍ୟସଭା ସାଂସଦ ହୋଇଛନ୍ତି । ଏବେ ୪ ବିଧାୟକଙ୍କ ବଳରେ ସେ ଏନଡିଏର ସହଯୋଗୀଦଳ ହୋଇ ଅଛନ୍ତି । ଏବେ ସେ ନିଜେ ରାଜ୍ୟସଭା ସାଂସଦ, ପତ୍ନୀ ବିଧାୟକ, ଓ ପୁଅ ଦୀପକ ପ୍ରକାଶ ନିର୍ବାଚନ ନଲଢ଼ି ସିଧାସଳଖ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି । 

Bihar Election: ଭୋଟ୍ କାଟିଦେଲେ ପିକେ, ମାୟାବତୀ ଆଉ ଔବୈସୀ ?

ସ୍ପଷ୍ଟ ଏହାକୁ ନିଜେ ରାଜ୍ୟସଭା ସାଂସଦ, ପତ୍ନୀ ବିଧାୟକ, ଓ ପୁଅ ବିହାର କ୍ୟାବିନେଟରେ ମନ୍ତ୍ରୀ । ଅର୍ଥାତ ପୁରା ପରିବାର ଏବେ ରାଜନୈତିକ ସୁରକ୍ଷାବଳୟ ଭିତରେ । ଏହା ତ ଗୋଟିଏ ମାତ୍ର ପରିବାରର କାହାଣୀ । ହେଲେ ବିହାର ବିଧାନସଭା ପାଖାପାଖି ୨୪ ଟି ଆସନ ଏଭଳି ବିଧାୟକଙ୍କ ପାଖରେ ରହିଛି, ଯାହା ପଛରେ କେହି ନା କେହି ନେତାଙ୍କ ପରିବାରର ଦଖଲରେ ରହିଛି । ପାର୍ଟି, ବଦଳୁଛି ହେଲେ ତରିକା ବଦଳୁନାହିଁ । ଏବେ ବିହାର ରାଜନୀତିରେ ଏଭଳି ଦୃଶ୍ୟ ଏତେ ସାଧାରଣ ହୋଇଯାଇଛି କି, ଏହା କାହାକୁ ଆଶ୍ଚର୍ଯ୍ୟ କରୁନାହିଁ । 

Bihar Election Result: ମହାମେଣ୍ଟର ପରାଜୟ ପଛରେ ‘ତେଜସ୍ୱୀଙ୍କ ସଞ୍ଜୟ’?


ଏବେ ଦେଖିବା କେଉଁ ଦଳ ପାଖରେ କେତେ ପାରିବାରିକ ନେତା ଅଛନ୍ତି 

  • ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା ପାଖରେ ୮୦ ପ୍ରତିଶତ ବିଧାୟକ ପରିବାରବାଦରୁ ଆସିଛନ୍ତି । 
  • ଆରଜେଡି ପାଖରେ ପାଖାପାଖି ୪୦ ପ୍ରତିଶତ ବିଧାୟକ ପରିବାରବାଦରୁ ଆସିଛନ୍ତି । 
  • ଜେଡିୟୁରୁ ୨୨ ପ୍ରତିଶତ ବିଧାୟକ ପରିବାରବାଦରୁ ଆସିଛନ୍ତି । 
  • ବିଜେପିର ପାଖାପାଖି ୨୩ ପ୍ରତିଶତ ବିଧାୟକ ପରିବାରବାଦରୁ ଆସିଛନ୍ତି । 
  • ରାଷ୍ଟ୍ରୀୟ ଲୋକମୋର୍ଚ୍ଚାରୁ ପାଖାପାଖି ୫୦ ପ୍ରତିଶତ ବିଧାୟକ ପରିବାରବାଦରୁ ଆସୁଛନ୍ତି 

ଏତେବଡ଼ ଭାଗ ରାଜନୀତିକୁ ଆସିବା ପରେ ରାଜନୀତିରେ ଏବେ ବିଚାରଧାରା, ସଂଘର୍ଷ ଓ ଜନାଧାର ଉପରେ ନାହିଁ ବରଂ ବଂଶାନୁଗତ କ୍ଷମତା ଉପରେ ଠିଆ ହୋଇଛି । ରାଜନୀତିରେ ଅଧା ଆସନ ଏବେ ସମ୍ପର୍କ ମଧ୍ୟରେ ସ୍ଥିର ହେଉଥିବା ଦେଖିବାକୁ ମିଳିଛି । ଏଠି ପ୍ରଶ୍ନ ଉଠୁଛି କି, ଏହା ଲୋକତନ୍ତ୍ର ପାଇଁ ବାଧ୍ୟବାଧକତା ନା ରାଜନୈତିକ ଦଳର ରଣନୀତି ? ଏବେର ବିହାର ମନ୍ତ୍ରିମଣ୍ଡଳ ଓ କ୍ଷମତାଧାରୀ ଚେହେରା ଉପରେ ନଜର ପକାଇବା ଅଧାରୁ ଅଧିକ ଚେହେରା ପଛରେ ପରିବାରବାଦ ଦେଖିବାକୁ ମିଳୁଛି । 
ସନ୍ତୋଷ କୁମାର ମାଞ୍ଝୀ : ପୂର୍ବ ମୁଖ୍ୟମନ୍ତ୍ରୀ ଜିତନରାମ୍ ମାଞ୍ଝୀଙ୍କ ପୁତ୍ର । ମାଆ ବି ବିଧାୟକ, ଶାଶୂ ବି ବିଧାୟକ । 

ଆଦିବାସୀ ଛାତ୍ରୀ ଗର୍ଭବତୀ ଅଭିଯୋଗ; ଥାନାରେ ମାମଲା, ସଂପୃକ୍ତ ଯୁବକକୁ ଚାଲିଛି ଜେରା

  • ସମ୍ରାଟ ଚୌଧୁରୀ : ଉପମୁଖ୍ୟମନ୍ତ୍ରୀ , ପୂର୍ବ ମନ୍ତ୍ରୀ ଶଂକୁନି ଚୌଧୁରୀଙ୍କ ପୁଅ ଓ ପୂର୍ବ ବିଧାୟକ ମାଆ ପାର୍ବତୀ ଦେବୀଙ୍କ ଉତ୍ତରାଧିକାରୀ 
  • ଦୀପକ ପ୍ରକାଶ: ପୂର୍ବ କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହାଙ୍କ ପୁତ୍ର, ମାଆ ବି ବିଧାୟିକ।। ନିର୍ବାଚନ ନଲଢ଼ିବି ମନ୍ତ୍ରୀ 
  • ଶ୍ରେୟସୀ ସିଂ- ପୂର୍ବ କେନ୍ଦ୍ରମନ୍ତ୍ରୀ ଦିଗବିଜୟ ସିଂ ଓ ପୂର୍ବ ସାଂସଦ ପୁତୁଲ କୁମାରୀଙ୍କ ପୁଅ 
  • ରମା ନିଷାଦ- ପୂର୍ବ ସାଂସଦ ଅଜୟ ନିଷାଦଙ୍କ ପତ୍ନର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ନାରାୟଣ ନିଷାଦଙ୍କ ବୋହୂ 
  • ବିଜୟ କୁମାର ଚୌଧୁରୀ : ପୂର୍ବ ବିଧାୟକ ଜଗଦୀଶ ପ୍ରସାଦଙ୍କ ପୁଅ
  • ଅଶୋକ କୁମାର ଚୌଧୁରୀ : ପୂର୍ବ ମନ୍ତ୍ରୀ ମହାବୀର ଚୌଧୁରୀଙ୍କ ପୁଅ
  • ନୀତିନ ନବୀନ : ପୂର୍ବ ବିଧାୟକ ନବୀନ କିଶୋଙ୍କ ପୁଅ
  • ସୁନିଲ କୁମାର : ପୂର୍ବ ମନ୍ତ୍ରୀ ଚନ୍ଦ୍ରିକା ରାମଙ୍କ ପୁଅ ତଥା ପୂର୍ବ ବିଧାୟକ ଅନିଲ କୁମାରଙ୍କ ଭାଇ 
  • ଲେସୀ ସିଂ : ସ୍ୱର୍ଗୀୟ ଭୁଟନ ସିଂଙ୍କ ପତ୍ନୀ, ଆଞ୍ଚଳିକ ରାଜନୀତିରେ ପରିବାରର ବଡ଼ ଦବଦବା ରହିଛି । 

ଏସବୁ ନାମ ଭିତରେ ସ୍ୱତନ୍ତ୍ରତା ହେଉଛି ଏମାନଙ୍କ ରାଜନୈତିକ ଜୀବନ ଆରମ୍ଭ ହେବା ପୂର୍ବରୁ ଏମାନଙ୍କ ନାମ ପଛରେ ପିତା, ମାଆ, ପତ୍ନୀ ତଥା ପରିବାର କାହାର ନା କାହାର ପଦ ଯୋଡ଼ା ହୋଇଛି । କ'ଣ ରାଜନୀତି ଏବେ ବ୍ୟବସାୟ ହୋଇଯାଇଛି ? ଏହା ଆପଣଙ୍କୁ କୌତୁହଳ ଲାଗିପାରେ କିନ୍ତୁ ସତ । ରାଜନୀତି ଏବେ ସେବା ନୁହେଁ ବରଂ ପାରିବାରିକ ବ୍ୟବସାୟ ପାଲଟିଯାଇଛି । ଯେଭଳି କମ୍ପାନିର ଚେୟାରମ୍ୟାନଙ୍କ ପୁଅ ପରିଚାଳନା ନିର୍ଦ୍ଦେଶକ ହୋଇଥାଏ, ସେହିଭଳି ନେତାଙ୍କ ପରିବାରର ଆଗାମୀ ପିଢ଼ୀ ସ୍ୱଚାଳିତ ରୂପେ ସେ ବିଧାୟକ, ସାଂସଦ କି ମନ୍ତ୍ରୀ ହୋଇଯାଉଛନ୍ତି ।

ନା ହୋଇପାରିବ ଟିକେଟ୍ ବୁକିଂ ନା ହେବ ଟିକେଟ କ୍ୟାନସଲ । ୫ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଏସବୁ ସେବା

ଉପେନ୍ଦ୍ର କୁଶୱାହାଙ୍କ ଉଦାହରଣ ନେଇପାରିବା । ଯେଉଁ ପୂର୍ବ ନିର୍ବାଚନ ବି ଲଢିନାହିଁ ତାଙ୍କୁ ମନ୍ତ୍ରୀପଦ ମିଳିଯାଉଛି । ନୈତିକତା, ସଂଘର୍ଷ ଓ ଜନତାଙ୍କ ଭରସା ସବୁ ପଛକୁ ଠେଲି ଦିଆଯାଉଛି । ଭୋଟ ଜନତା ଦେଉଛନ୍ତି କିନ୍ତୁ କ୍ଷମତା ପରିବାରବାଦ ନେଇଯାଉଛି । ଜନତା କାହାକୁ ଭୋଟ ଦେଇଥିଲେ ? ବିଚାରଧାରା ନା ପରିବାରବାଦକୁ ? ହେଲେ ନିର୍ବାଚନ ପରେ କ୍ଷମତା ସେହି ଲୋକ ଦଖଲ କରୁଛନ୍ତି ଯେଉଁମାନଙ୍କର ରାଜନୀତି ସହ ପୁରୁଣା ସମ୍ପର୍କ ରହିଛି । ବିଧାନସଭାରେ ବିଜୟୀ ହୋଇଥିବା ୨୪ ଟି ଆସନ ଉପରେ ପରିବାରବାଦର ପ୍ରଭାବ କହିଦେଉଛି କି ଭବିଷ୍ୟତରେ ଏହି ରାଜନୀତି ଅଟକିବାର ନାହିଁ । ରାଜନୀତିରେ ଏବେ ସାର୍ବଜନିକ ସେବା କମ୍ ଓ ପରିବାରର ବ୍ୟବସାୟ ଅଧିକ ହୋଇଯାଇଛି । 

କୋଣାର୍କରେ ଆରମ୍ଭ ହେଲା ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’, ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ବିହାର ରାଜନୀତି ଏବେ ସେହି ମୋଡ଼ରେ ଠିଆ ହୋଇଛି ଯେଉଁଠି ଲୋକତନ୍ତ୍ର ଉପରେ ରାଜନୈତିକ ପରିବାର ଭାରି ପଡ଼ୁଛି । ବାପା ସାଂସଦ, ମାଆ ବିଧାୟକ, ପୁଅ ମନ୍ତ୍ରୀ ଏହା ନୂଆ ରାଜନୀତିର ଚେହେରା ଭାବେ ଉଭା ହୋଇଛି । କେବେ କୁହାଯାଉଥିଲା ରାଜାଙ୍କ ପୁଅ ରାଜା, ହେଲେ ଆଜି ଏହାର ନୂଆ ସଂସ୍କରଣ ଲାଗୁ ହେଉଛି ରାଜନେତାଙ୍କ ପିଲା ନେତା । ଏହି ପରିବର୍ତ୍ତନ ଲୋକତନ୍ତ୍ରଙ୍କୁ ମଜବୁତ କରୁଛି ନା ଦୁର୍ବଳ ତାହା ଭୋଟରଙ୍କ ବିଚାର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe