ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ : ରତ୍ନଭଣ୍ଡାର ଗଣତି ମଣତି ଉପରେ ହେବ ବିସ୍ତୃତ ଆଲୋଚନା

Advertisment

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ  ।   ସକାଳ ୧୧ ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ବସିବାକୁ ଥିବାବେଳେ ଗଜପତି ମହାରାଜା ଏହି ବୈଠକକୁ ଅଧ୍ୟକ୍ଷତା କରିବେ ।

Updated On

ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ  ।   ସକାଳ ୧୧ ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ବସିବାକୁ ଥିବାବେଳେ ଗଜପତି ମହାରାଜା ଏହି ବୈଠକକୁ ଅଧ୍ୟକ୍ଷତା କରିବେ ।

ଅଦ୍ୟତନ ହୋଇଛି
PURI

Photograph: (KANAKNEWS)

କନକବ୍ୟୁରୋ : ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ  ।   ସକାଳ ୧୧ ଟା ବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଏହି ବୈଠକ ବସିବାକୁ ଥିବାବେଳେ ଗଜପତି ମହାରାଜା ଏହି ବୈଠକକୁ ଅଧ୍ୟକ୍ଷତା କରିବେ ।  ଏହି ବୈଠକରେ ରତ୍ନଭଣ୍ଡାର ଗଛିତ ଅଳଙ୍କାର ଗଣତି ମଣତି ଉପରେ ବିସ୍ତୃତ ଆଲୋଚନା ହେବ ।  ଗତ ରତ୍ନଭଣ୍ଡାର ଉଚ୍ଚସ୍ତରୀୟ ବୈଠକରେ ଚିଠା ପ୍ରସ୍ତାବ ଆଗତ ହୋଇଛି ।  ପରିଚାଳନା କମିଟି ବୈଠକରେ ଏହି ଚିଠା ପ୍ରସ୍ତାବ ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ । ସେପଟେ ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗକୁ ନେଇ ବିଶେଷ ଆଲୋଚନା କରାଯିବ  ।

୧୩ଘଣ୍ଟା ଧରି ଚାଲିଲା ରେଡ୍ : ବାଲି, କଳା ପଥର ମାଫିଆଙ୍କ ଠିକଣାରେ ଛାନଭିନ୍

ଶ୍ରୀମନ୍ଦିର ଆଇନରେ ପ୍ରଚଳିତ ନିୟମ ଅନୁଯାୟୀ କଠୋର ଦଣ୍ଡବିଧାନ ନାହିଁ ।  ଶ୍ରୀମନ୍ଦିର ଆଇନରେ ଶଂସୋଧନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।  ସେହି ପ୍ରସ୍ତାବ ଉପରେ କରାଯିବ ବିସ୍ତୁର୍ତ୍ତ ଆଲୋଚନା ହେବ ।  ଏହାବାଦ୍ ଧାଡ଼ି ଦର୍ଶନ ବ୍ୟବସ୍ତା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି, ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ ସହ ଶ୍ରୀମନ୍ଦିର ସହ ଜଡିତ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ହେବ ଆଲୋଚନା ହେବ ।   ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ନୀତି ପ୍ରଶାସକ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ରହିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe