କନକବ୍ୟୁରୋ : ପ୍ରାୟ ୧୩ଘଣ୍ଟା ଧରି ଚାଲିଲା ରେଡ୍ । ଓଡ଼ିଶାରେ ଅବୈଧ ଲଘୁ ଖଣିଜ ଲୁଟ ମାମଲାରେ ବିଜେଡି ନେତାଙ୍କ ଘରେ ଇଡି ଦିନ ତମାମ ତନାଘନା କରିଛି ।  ଗଞ୍ଜାମରେ ୫ରୁ ଅଧିକ ସ୍ଥାନରେ ୧୦୦ ଜଣିଆ ଟିମ୍‌ ଚଢ଼ାଉ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଭୁବନେଶ୍ୱର ଜୋନାଲ ଅଫିସ୍ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ବାଲି ଏବଂ କଳାପଥର ଖଣି ଭଳି ଲଘୁ ଖଣିଜ ପଦାର୍ଥର ବେଆଇନ ଏବଂ ଅନଧିକୃତ ଖନନ ମାମଲାରେ ଚଢାଉ ହୋଇଛି ।

Advertisment

ଆଲମିରା ଭର୍ତ୍ତି ଥାକ ଥାକ ଟଙ୍କା ଜବତ ହୋଇଛି। ଆଖି ତରାଟି ଦେଲା ଭଳି ବିଡ଼ା ବିଡ଼ା ନୋଟ୍ ମିଳିଛି । ବ୍ରହ୍ମପୁରର ଜଣେ ବାଲି ବ୍ୟବସାୟୀ ଘରେ ପ୍ରାୟ ୨ କୋଟିର ନଗଦ ଟଙ୍କା ଜବତ କରାଯାଇଛି। ବେଆଇ ଭାବେ ଲଘୁ ଖଣିଜ ଉତ୍ତୋଳନ କରି ବିକ୍ରି କରୁଥିବା ମାଫିଆଙ୍କ ଠିକଣାରେ ରେଡ ଚଳାଇଛନ୍ତି ଇଡି ଅଧିକାରୀ । 

ଗୋ-ମାଫିଆ ଠିକଣାରେ ପୁଲିସର ରେଡ : ଚଢ଼ାଉରେ ନଗଦ ୭୦ଲକ୍ଷ ଟଙ୍କା ସହ ସୁନା ଗହଣା ଜବତ

ଲଘୁ ଖଣିଜ ଲୁଟ ଘଟଣାରେ ଗ୍ୟାଙ୍ଗଷ୍ଟର ଏବଂ ବାହୁବଳୀମାନେ ସାମିଲ ଅଛନ୍ତି । ଯେଉଁମାନେ ଅଞ୍ଚଳରେ ଆତଙ୍କ ଖେଳାଇ ବେଆଇନ ଭାବେ ଲଘୁ ଖଣିଜ ପଦାର୍ଥ ଲୁଟ ଚଳାଇଥିଲେ। ପୂର୍ବରୁ, ଇଡି ବିଭିନ୍ନ ବାଲି ମାଫିଆଙ୍କ ବିରୋଧରେ ଏଫଆଇଆର ଆଧାରରେ ତଦନ୍ତ ଚଳାଇଛି। ଯେଉଁମାନେ ମିଥ୍ୟା ଓ ଜାଲ କାଗଜପତ୍ର ଦେଇ ଗଞ୍ଜାମରେ ଲଘୁ ଖଣିଜ ପଦାର୍ଥର ଅବୈଧ ଖଣି ପରିବହନ କରୁଥିଲେ ।

ସିଏଜି ତାଙ୍କ ରିପୋର୍ଟରେ ଗଞ୍ଜାମ ଜିଲ୍ଲାର ଋଷିକୂଲ୍ୟା ବାହୁଦା ଏବଂ ବଡ଼ ନଦୀ ଶଯ୍ୟାରୁ ବ୍ୟାପକ ଅବୈଧ ଲଘୁ ଖଣିଜ ଲୁଟ ହେଉଥିବାରୁ ବିପୁଳ ରାଜସ୍ୱ ହରାଉଥିବା ସୂଚନା ଦେଇଛନ୍ତି। ଚଢ଼ାଉ ସମୟରେ କୋଟି କୋଟି ଟଙ୍କା ନଗଦ ଟଙ୍କା, ଦାମୀ ବେନାମୀ ଯାନବାହନ ଏବଂ ଏହି ଦୁର୍ବୃତ୍ତମାନଙ୍କ ଦ୍ୱାରା ସମ୍ପାଦିତ ଅସ୍ଥାବର ସମ୍ପତ୍ତି, ଚୁକ୍ତିନାମା ଏବଂ ଖଣି ଲିଜ୍ ସମ୍ପର୍କିତ କାଗଜପତ୍ର ଜବତ କରାଯାଇଛି। 
--