wood theft Photograph: (KanakNews)
କନକ ବ୍ୟୁରୋ; ବାଲେଶ୍ବର ନୀଳଗିରି ରେଞ୍ଜରେ କାଠ ମାଫିଆଙ୍କ ଦୌରାତ୍ମ୍ୟ । ଫରେଷ୍ଟ ଗାର୍ଡଙ୍କୁ ପଟିଲେ, ବନବିଭାଗ ଗାଡି ଭାଙ୍ଗି ଛଡାଇ ନେଲେ କାଠ ଭର୍ତ୍ତି ଗାଡି। ମାଫିଆଙ୍କ ମାଡ଼ରେ ଫରେଷ୍ଟଗାର୍ଡ ବୁଦ୍ଧିରାମ ହାଁସନ୍ଦା ଆହତ ହୋଇଛନ୍ତି। ବରହମପୁର ଥାନା ଅଧୀନ ସିମିଳିହୁଡା ଗାଁରେ ଘଟିଛି ଏଭଳି ଘଟଣା । ଗତକାଲି ବିଳମ୍ବିତ ରାତିରେ ନୀଳଗିରି ରେଞ୍ଜ ପିଠାହତା ପଞ୍ଚାୟତ ସିମିଳିହୁଡା ଗାଁ ନିକଟରେ ଏକ କାଠ ଭର୍ତ୍ତି ଗାଡିଥିବା ସୂଚନା ପାଇଥିଲା ବନ ବିଭାଗ । ନୀଳଗିରି ରେଞ୍ଜ ଅଧିକାରୀ ମନୱର ଖାଁଙ୍କ ତତ୍ତ୍ବାବଧାନରେ ଏକ ୫ ଜଣିଆ ଟିମ୍ ଘଟଣା ସ୍ଥଳକୁ ଯାଇ ଗାଡିକୁ ଜବତ କରିଥିଲେ ।
ଅଧିକ ପଢନ୍ତୁ; ଓଡିଶାରେ ମାତିଛନ୍ତି ରକ୍ତ ଚନ୍ଦନ କାଠ ମାଫିଆ : ୪ଟନରୁ ଅଧିକ ଓଜନର ଚନ୍ଦନ କାଠ ସହ ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା ଆନ୍ଧ୍ର ପୁଲିସ
ହେଲେ ହଠାତ ୧୫ ଜଣରୁ ଉର୍ଦ୍ଧ୍ବ ମାଫିଆ ଆସି ଫରେଷ୍ଟଗାର୍ଡ ବୁଦ୍ଧିରାମ ହାଁସନ୍ଦାଙ୍କୁ ମାଡ ମାରିଥିଲେ। ଏଥିସହ ବନବିଭାଗ ଗାଡି ଭାଙ୍ଗି କାଠ ଭର୍ତ୍ତି ଗାଡିକୁ ନେଇ ପଳାଇଯାଇଥିଲେ। ବନବିଭାଗ ପକ୍ଷରୁ ମାତ୍ର ୭ ଟି ପିଆଶାଳର ଗଣ୍ଡି ମଧ୍ୟ ଜବତ କରାଯାଇଛି ।
Follow Us