ଭୁବନେଶ୍ୱରରେ ସାଇବର ଆଡ୍ଡା; ରାଜଧାନୀରୁ ମିଳିଲା ୧୦ଟି ସିମ ବକ୍ସ

Advertisment

ବିଟେକ ଅଧାରୁ ଛାଡ଼ି, ବେଆଇନ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥିଲେ ଅଭିଯୁକ୍ତ । VOS 3000 - ସଫ୍ଟୱେୟାରରେ ଚାଲୁଥିଲା ନେଟୱାର୍କ, ଯାହା ଆସିଥିଲା ବାଂଲାଦେଶରୁ । ହାର୍ଡୱେୟାର ଆସିଥିଲା ଚାଇନାରୁ । ଅପରେସନ ଚାଲିଥିଲା ଚନ୍ଦ୍ରଶେଖରପୁରରୁ । ସିମକାର୍ଡ ଆସିଥିଲା ଆସାମରୁ ।

ବିଟେକ ଅଧାରୁ ଛାଡ଼ି, ବେଆଇନ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥିଲେ ଅଭିଯୁକ୍ତ । VOS 3000 - ସଫ୍ଟୱେୟାରରେ ଚାଲୁଥିଲା ନେଟୱାର୍କ, ଯାହା ଆସିଥିଲା ବାଂଲାଦେଶରୁ । ହାର୍ଡୱେୟାର ଆସିଥିଲା ଚାଇନାରୁ । ଅପରେସନ ଚାଲିଥିଲା ଚନ୍ଦ୍ରଶେଖରପୁରରୁ । ସିମକାର୍ଡ ଆସିଥିଲା ଆସାମରୁ ।

Illegal SIM Box

Illegal SIM Box Photograph: (Kanak News)

କନକ ବ୍ୟୁରୋ : ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ । ଭୁବନେଶ୍ୱରରୁ ମିଳିଲା ୧୨ଟି ସିମ୍‌ ବକ୍ସ, ଶହେରୁ ଅଧିକ ସିମକାର୍ଡ । ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଞ୍ଚଳରେ ଚଢ଼ାଉ । ସର୍ଭର ପାଇଁ ବ୍ୟବହାର ହେଉଥିବା ଲାପଟପ୍‌ ଓ ୱାଇଫାଇ ରାଉଟର ବି ଜବତ କରିଛି ପୁଲିସ । ସିମ କାର୍ଡଗୁଡିକର ଆସାମ ରେଜିଷ୍ଟେସନ ରହିଛି । ସମସ୍ତ ସିମକାର୍ଡ ବେଆଇନ । ମାମଲାରେ ଦୁଇ କେରଳି ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍‌ ଓ ସାଇବର ଥାନା ।

ବିଟେକ ଅଧାରୁ ଛାଡ଼ି, ବେଆଇନ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥିଲେ ଅଭିଯୁକ୍ତ । VOS 3000 - ସଫ୍ଟୱେୟାରରେ ଚାଲୁଥିଲା ନେଟୱାର୍କ, ଯାହା ଆସିଥିଲା ବାଂଲାଦେଶରୁ । ହାର୍ଡୱେୟାର ଆସିଥିଲା ଚାଇନାରୁ । ଅପରେସନ ଚାଲିଥିଲା ଚନ୍ଦ୍ରଶେଖରପୁରରୁ । ସିମକାର୍ଡ ଆସିଥିଲା ଆସାମରୁ । ଭୁବନେଶ୍ୱରର ଏକ ବଏଜ୍‌ ହଷ୍ଟେଲରେ ଅତର୍କିତ ଚଢ଼ାଉ କରାଯାଇ ଏସବୁ ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ : ସୁନ୍ଦରଗଡ଼ରେ ବିଧବା ମହିଳାଙ୍କ ବିଭତ୍ସ ହତ୍ୟା ଘଟଣାର ପର୍ଦାଫାଶ, ପୁତୁରା ଗିରଫ

ଗିରଫ ଦୁଇ କେରଳ ଯୁବକ ହେଉଛନ୍ତି B.Tech ଡ୍ରପ ଆଉଟ । ଏହି ସିମ୍ ବକ୍ସ ମାଧ୍ୟମରେ ଇଣ୍ଟରନ୍ୟାସନାଲ କଲକୁ ବାଇପାସ କରାଉଥିଲେ ଅଭିଯୁକ୍ତ । ଓଡ଼ିଶାରେ ରହି ବେଆଇନ ଭାବେ ଆମେରିକା, ୟୁରୋପଠୁ ଆରମ୍ଭ କରି ଦେଶ ବାହାର ସହ ଯୋଗାଯୋଗ କରାଉଥିଲେ । ବେଆଇନ ଭାବେ ନେଟୱର୍କ ଜମ୍ପିଂ କରି ଟଙ୍କା ଲୁଟୁଥିଲେ । ଅଭିଯୁକ୍ତମାନେ ଭଡ଼ାରେ ରହି ସିମ୍ ବକ୍ସ ଅପରେଟ କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe