କନକ ବ୍ୟୁରୋ : ଭୁବନେଶ୍ୱରରେ ବେଆଇନ ସିମ୍ ବକ୍ସ । ଭୁବନେଶ୍ୱରରୁ ମିଳିଲା ୧୨ଟି ସିମ୍ ବକ୍ସ, ଶହେରୁ ଅଧିକ ସିମକାର୍ଡ । ରାଜଧାନୀର ଚନ୍ଦ୍ରଶେଖରପୁର ଥାନା ଓ ଇନଫୋସିଟି ଥାନା ଅଞ୍ଚଳରେ ଚଢ଼ାଉ । ସର୍ଭର ପାଇଁ ବ୍ୟବହାର ହେଉଥିବା ଲାପଟପ୍ ଓ ୱାଇଫାଇ ରାଉଟର ବି ଜବତ କରିଛି ପୁଲିସ । ସିମ କାର୍ଡଗୁଡିକର ଆସାମ ରେଜିଷ୍ଟେସନ ରହିଛି । ସମସ୍ତ ସିମକାର୍ଡ ବେଆଇନ । ମାମଲାରେ ଦୁଇ କେରଳି ଅଭିଯୁକ୍ତଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ୱାଡ୍ ଓ ସାଇବର ଥାନା ।
ବିଟେକ ଅଧାରୁ ଛାଡ଼ି, ବେଆଇନ କାର୍ଯ୍ୟକଳାପରେ ବ୍ୟସ୍ତ ରହିଥିଲେ ଅଭିଯୁକ୍ତ । VOS 3000 - ସଫ୍ଟୱେୟାରରେ ଚାଲୁଥିଲା ନେଟୱାର୍କ, ଯାହା ଆସିଥିଲା ବାଂଲାଦେଶରୁ । ହାର୍ଡୱେୟାର ଆସିଥିଲା ଚାଇନାରୁ । ଅପରେସନ ଚାଲିଥିଲା ଚନ୍ଦ୍ରଶେଖରପୁରରୁ । ସିମକାର୍ଡ ଆସିଥିଲା ଆସାମରୁ । ଭୁବନେଶ୍ୱରର ଏକ ବଏଜ୍ ହଷ୍ଟେଲରେ ଅତର୍କିତ ଚଢ଼ାଉ କରାଯାଇ ଏସବୁ ଜବତ କରାଯାଇଛି ।
ଅଧିକ ପଢ଼ନ୍ତୁ : ସୁନ୍ଦରଗଡ଼ରେ ବିଧବା ମହିଳାଙ୍କ ବିଭତ୍ସ ହତ୍ୟା ଘଟଣାର ପର୍ଦାଫାଶ, ପୁତୁରା ଗିରଫ
ଗିରଫ ଦୁଇ କେରଳ ଯୁବକ ହେଉଛନ୍ତି B.Tech ଡ୍ରପ ଆଉଟ । ଏହି ସିମ୍ ବକ୍ସ ମାଧ୍ୟମରେ ଇଣ୍ଟରନ୍ୟାସନାଲ କଲକୁ ବାଇପାସ କରାଉଥିଲେ ଅଭିଯୁକ୍ତ । ଓଡ଼ିଶାରେ ରହି ବେଆଇନ ଭାବେ ଆମେରିକା, ୟୁରୋପଠୁ ଆରମ୍ଭ କରି ଦେଶ ବାହାର ସହ ଯୋଗାଯୋଗ କରାଉଥିଲେ । ବେଆଇନ ଭାବେ ନେଟୱର୍କ ଜମ୍ପିଂ କରି ଟଙ୍କା ଲୁଟୁଥିଲେ । ଅଭିଯୁକ୍ତମାନେ ଭଡ଼ାରେ ରହି ସିମ୍ ବକ୍ସ ଅପରେଟ କରୁଥିବା ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/03/02/illegal-sim-box-2026-03-02-17-47-09.jpg)