Photograph: (Kanak News)
କନକ ବ୍ୟୁରୋ : ବେଧଡ଼କ ଚାଲିଛି ପଡ଼ୋଶୀ ରାଜ୍ୟକୁ ବାଲିଚାଲାଣ । ଦିନରେ ନୁହେଁ ରାତି ସକାଳ ପର୍ଯ୍ୟନ୍ତ ଚାଲିଛି ପଡ଼ୋଶୀ ପଶ୍ଚିମବଙ୍ଗକୁ ବାଲି ଚାଲାଣ । ଜଳେଶ୍ୱର -ଚନ୍ଦନେଶ୍ୱର ୫୭ ରାଜ୍ୟ ରାଜପଥର ସାହାବାଜିପୁର ସୀମା ଡେଇଁ ଯାଉଛି ବାଲି ବୋଝେଇ ହାଇୱା । ଚିର ନିଦ୍ରାରେ ଖଣି ବିଭାଗ ଓ ତାଳସାରି ସାମୁଦ୍ରିକ ପୁଲିସ । ତାଳସାରୀ ମେରାଇନ ପୁଲିସ, ଖଣି ବିଭାଗ ଓ ବାଲି ମାଫିଆଙ୍କ ମିଲିଭଗତରେ ଚାଲିଛି କି ପଡ଼ୋଶୀ ପଶ୍ଚିମବଙ୍ଗକୁ ବାଲି ଚାଲାଣ । ନା ଜାଣି ଶୁଣି ସ୍ଥାନୀୟ ପ୍ରଶାସନ ସୀମା ଡେଇଁବା ପାଇଁ ସୁଯୋଗ ଦେଉଛି । ସ୍ଥାନୀୟ ଲୋକେ ଗାଡ଼ି ଅଟକ ଖବର ଦେବା ପରେ ବି ଘଟଣା ସ୍ଥଳକୁ ନା ପୁଲିସ କି ଖଣି ବିଭାଗ ଆସୁନାହାନ୍ତି । ଦିନରାତି ଚାଲିଛି ବେଧକଡ଼ ବାଲି ଚାଲାଣ ।
ଭଦ୍ରକରୁ ଭୋଗରାଇ ପର୍ଯ୍ୟନ୍ତ ଲମ୍ବିଛି ବାଲି ମାଫିଆଙ୍କ ଚୋରା ଜାଲ । ଭୋଗରାଇ ଦେଇ ଓଡ଼ିଶା ବଡ଼ର ସାହାବାଜିପୁର ପାର ହୋଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା । ହେଲେ ଜାଣି ଶୁଣି ଚୁପ ବସିଛି ପ୍ରଶାସନ । ସେପଟେ ସ୍ଥାନୀୟ ବାସୀ ସୀମାରେ ଗାଡି ଅଟକାଇ ପୋଲିସ ଓ ଖଣି ବିଭାଗକୁ ଖବର ଦେଲେ ବି ଘଟଣା ସ୍ଥଳକୁ ଆସୁ ନାହାନ୍ତି ଅଧିକାରୀ । ଗୋଟେ ପଟେ ସରକାର ଚୋରା ବାଲି ଉପରେ ଜିଲ୍ଲାପାଳ ମାନଙ୍କୁ ରୋକ ଲଗାଇବା ପାଇଁ ନିର୍ଦେଶ ଦେଇଥିଲା ବେଳେ ଏଠାରେ କେମିତି ଓଡିଶା ସୀମା ଡେଇଁ ପଶ୍ଚିମବଙ୍ଗ ବାଲି ଯାଉଛି ତାକୁ ନେଇ ପ୍ରଶ୍ନ । ତେବେ ମୁକୁଳା ସୀମା ଦେଇ ସନ୍ଧ୍ୟାରୁ ସକାଳ ଯାଏଁ ଓଡିଶା ପଟୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝଇ ଡମ୍ପର ଓ ହାଇୱା । ହେଲେ ସୀମାରେ ନା କୁ ମାତ୍ର ପଡି ରହିଛି ପୋଲିସର ତାଲା ଝୁଲା ନାକା ପୋଷ୍ଟ ।
ଅଧିକ ପଢନ୍ତୁ : ଭୋଗରାଇ ସୀମାରେ ଚୋରା ବାଲି ଚାଲାଣ ଅଭିଯୋଗ ; ପଶ୍ଚିମବଙ୍ଗକୁ ରାତିଦିନ ଡମ୍ପର ଯାତାୟାତ
ସୀମା ସୁରକ୍ଷା ପାଇଁ ପୁଲିସ୍ ପକ୍ଷରୁ ଭୋଗରାଇର ସାହାବାଜିପୁର ବୋର୍ଡରେ ରହିଛି ନାକା ପୋଷ୍ଟ । ହେଲେ ଗ୍ରାଉଣ୍ଡ ଜିରୋର ସ୍ଥିତି କହୁଛି ନା କୁ ମାତ୍ର ପଡ଼ି ରହିଛି ଏହି ନାକା ପୋଷ୍ଟ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ଅନେକ ସୀମା ପୋଡ଼ଶୀ ପଶ୍ଚିମବଙ୍ଗକୁ ଲାଗି ରହିଛି । ହେଲେ ସାହାବାଜିପୁର ବର୍ଡରକୁ ଛାଡ଼ି ଦେଲେ ଅନ୍ୟ କୌଣସି ସୀମାରେ ପୋଲିସର ନାକା ପୋଷ୍ଟ ନାହିଁ । ଆଉ ଏହାର ଫାଇଦା ନେଇ ବାଲି ମାଫିଆମାନେ ସକ୍ରିୟ ହୋଇଉଠିଛନ୍ତି ।
Follow Us