କନକ ବ୍ୟୁରୋ : ତାଳସାରୀ ମେରାଇନ ପୋଲିସ, ଖଣି ବିଭାଗ ମିଲି ଓ ବାଲି ମାଫିଆଙ୍କ ଭଗତରେ ଚାଲିଛି କି ପୋଡ଼ଶୀ ପଶ୍ଚିମବଙ୍ଗକୁ ବାଲି ଚାଲାଣ । ନା ଜାଣି ଶୁଣି ସ୍ଥାନୀୟ ପ୍ରଶାସନ ସୀମା ଡେଇଁବା ପାଇଁ ସୁଯୋଗ ଦେଉଛି । ଦିନ ହେଉକି ରାତି ଚାଲିଛି ବେଧକଡ଼ ବାଲି ଚାଲାଣ । ଭଦ୍ରକରୁ ଭୋଗରାଇ ପର୍ଯ୍ୟନ୍ତ ଲମ୍ବିଛି ବାଲି ମାଫିଆଙ୍କ ଚୋରା ଜାଲ । ଦିନ ରାତି ଭୋଗରାଇ ଦେଇ ଓଡିଶା ବଡ଼ର ସାହାବାଜିପୁର ପାର ହୋଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା ।

Advertisment

ହେଲେ ଜାଣି ଶୁଣି ଚୁପ ବସିଛି ପ୍ରଶାସନ । ସେପଟେ ସ୍ଥାନୀୟ ବାସୀ ସୀମାରେ ଗାଡି ଅଟକାଇ ପୋଲିସ ଓ ଖଣି ବିଭାଗକୁ ଖବର ଦେଲେ ବି ଘଟଣା ସ୍ଥଳକୁ ଆସୁ ନାହିଁନ୍ତି ଅଧିକାରୀ । ଗୋଟେ ପଟେ ସରକାର ଚୋରା ବାଲି ଉପରେ ଜିଲ୍ଲାପାଳ ମାନଙ୍କୁ ରୋକ ଲଗାଇବା ପାଇଁ ନିର୍ଦେଶ ଦେଇଥିବାବେଳେ ଏଠାରେ କେମିତି ଓଡିଶା ସୀମା ଡେଇଁ ପଶ୍ଚିମବଙ୍ଗ ବାଲି ଯାଉଛି ତାକୁ ନେଇ ପ୍ରଶ୍ନ । ତେବେ  ମୁକୁଳା ସୀମା ଦେଇ ସନ୍ଧ୍ୟାରୁ ସକାଳ ଯାଏଁ  ଓଡିଶା ପଟୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝଇ ଡମ୍ଫର ସହ ବିଭିନ୍ନ ଚୋରା ସାମଗ୍ରୀ ।

ଅଧିକ ପଢନ୍ତୁ : ଜଳେଶ୍ୱର ସୁବର୍ଣ୍ଣରେଖା ନଦୀରୁ ବେଆଇନ ବାଲି ଚାଲାଣ କରୁଥିଲେ ମାଫିଆ, ରାତି ଅଧରେ ଚଢାଉ କଲା ଖଣି ବିଭାଗ

ହେଲେ ସୀମାରେ ନା କୁ ମାତ୍ର ପଡି ରହିଛି ପୋଲିସର ତାଲା ଝୁଲା ନାକା ପୋଷ୍ଟ । ସୀମା ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଭୋଗରାଇର ସାହାବାଜିପୁର ବୋର୍ଡରେ ରହିଛି ନାକା ପୋଷ୍ଟ । ହେଲେ ଗ୍ରାଉଣ୍ଡ ଜିରୋର ସ୍ଥିତି କହୁଛି ନା କୁ ମାତ୍ର ପଡ଼ି ରହିଛି ଏହି ନାକା ପୋଷ୍ଟ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ଅନେକ ସୀମା ପୋଡ଼ଶୀ ପଶ୍ଚିମବଙ୍ଗକୁ ଲାଗି ରହିଛି । ହେଲେ ସାହାବାଜିପୁର ବୋର୍ଡରକୁ ଛାଡ଼ି ଦେଲେ ଅନ୍ୟ କୌଣସି ସୀମାରେ ପୋଲିସର ନାକା ପୋଷ୍ଟ ନାହିଁ । ଆଉ ଏହାର ଫାଇଦା ନେଇ ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି ।