କନକ ବ୍ୟୁରୋ : ଇବ୍ ନଦୀ କୂଳରୁ ବେଧଡକ ଭାବେ ବାଲି ଚୋରା ଚାଲାଣ ଖବର ପ୍ରସାରଣ ହୋଇଥିଲା । ଏବେ ବାଲି ଚାଲାଣ ବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି । ଜମେରା ବାଲିଘାଟରୁ ବାଲି ଚୋରା ଚାଲାଣରେ ବ୍ୟବହୃତ ଟ୍ରାକ୍ଟର ନମ୍ବର ନେଇ ଏକ ଠକେଇ ସାମ୍ନାକୁ ଆସିଛି । ଟ୍ରାକ୍ଟର ମାଲିକମାନେ ଚାଷ କାର୍ଯ୍ୟ ପାଇଁ ସବସିଡିରେ ଟ୍ରାକ୍ଟର କିଣିବା ସହ ସବ୍ସିଡିରେ ଆରଟିଓ ପଞ୍ଜିକରଣ କରିଛନ୍ତି । ତେବେ ସେହି ଟ୍ରାକ୍ଟର ଗୁଡ଼ିକ ବାଲି ଚୋରାଚାଲାଣରେ ବ୍ୟବହାର କରାଯାଉଛି । କୃଷିଭିତ୍ତିକ ବ୍ୟବହାର ଉଦ୍ଦେଶ୍ୟରେ କିଣାଯାଉଥିବା ଟ୍ରାକ୍ଟର ଗୁଡ଼ିକର କେବଳ ହେଡ୍ ବା ଇଞ୍ଜିନ ପଞ୍ଜିକୃତ ହେଉଥିବା ବେଳେ ସେଥିରେ ଟ୍ରଲିର ପଞ୍ଜିକରଣ ହୋଇନଥାଏ । ଟ୍ରଲି ଲଗାଇବା ମାତ୍ରେ ଉକ୍ତ ଟ୍ରାକ୍ଟରକୁ ବ୍ୟବସାୟିକ ଭିତ୍ତିରେ ପଞ୍ଜିକରଣ କରିବାକୁ ପଡ଼ିଥାଏ । ଯେଉଁଥିପାଇଁ ଟ୍ରାକ୍ଟର ମାଲିକଙ୍କୁ ପରମିଟ୍, ଟ୍ୟାକ୍ସ ବାବଦ ଟଙ୍କା ବି ପୈଠ କରିବାକୁ ପଡ଼େ । ମାତ୍ର ଏବେ ୯୦ ପ୍ରତିଶତ ଟ୍ରାକ୍ଟର କୃଷିଭିତ୍ତିକ ଉଦ୍ଦେଶ୍ୟରେ କିଣାଯାଇ ବାଲି ଚୋରାଚାଲାଣରେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ।
ଝାରସୁଗୁଡ଼ା ଇବ୍ ନଦୀରୁ ବେଧଡ଼କ ବାଲି ଚାଲାଣ ଘଟଣା : ଚାଲାଣରେ ବ୍ୟବହାର ହେଉଛି ସବ୍ସିଡି ଟ୍ରାକ୍ଟର
ଟ୍ରାକ୍ଟର ମାଲିକମାନେ ଚାଷ କାର୍ଯ୍ୟ ପାଇଁ ସବସିଡିରେ ଟ୍ରାକ୍ଟର କିଣିବା ସହ ସବ୍ସିଡିରେ ଆରଟିଓ ପଞ୍ଜିକରଣ କରିଛନ୍ତି । ତେବେ ସେହି ଟ୍ରାକ୍ଟର ଗୁଡ଼ିକ ବାଲି ଚୋରାଚାଲାଣରେ ବ୍ୟବହାର କରାଯାଉଛି ।
/kanak/media/media_files/2025/08/18/sand-2025-08-18-14-17-38.jpg)