ଆଦିବାସୀଙ୍କୁ ଠକି ଅଫିମ ଚାଷ କରୁଛନ୍ତି ମାଫିଆ, ସରଳତାର ସୁଯୋଗ ନେଇ ବଢ଼ାଉଛନ୍ତି ନିଶା ସାମ୍ରାଜ୍ୟ

Advertisment

ନିଶା ମାଫିଆଙ୍କ ଟାର୍ଗେଟରେ ନିରୀହ ଆଦିବାସୀ । ଚାଇନା ଶାଗ ନାଁରେ ଏକର ଏକର ଜମିରେ ଚାଲିଥିଲା ଅଫିମ ଚାଷ । କେନ୍ଦୁଝର ବରଦାପାଳରେ ଫସଲ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ । ଏପଟେ ଓଡ଼ିଶାରେ ହାଉଜାଉ ବ୍ରାଉନସୁଗାର ବେପାରକୁ ନେଇ ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

ନିଶା ମାଫିଆଙ୍କ ଟାର୍ଗେଟରେ ନିରୀହ ଆଦିବାସୀ । ଚାଇନା ଶାଗ ନାଁରେ ଏକର ଏକର ଜମିରେ ଚାଲିଥିଲା ଅଫିମ ଚାଷ । କେନ୍ଦୁଝର ବରଦାପାଳରେ ଫସଲ ନଷ୍ଟ କଲା ପୁଲିସ ଓ ଅବକାରୀ ବିଭାଗ । ଏପଟେ ଓଡ଼ିଶାରେ ହାଉଜାଉ ବ୍ରାଉନସୁଗାର ବେପାରକୁ ନେଇ ବିଧାନସଭାରୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ ।

Afim Cultivation

କନକ ବ୍ୟୁରୋ: ଅଫିମ ମାଫିଆଙ୍କ ଟାର୍ଗେଟରେ ନିରୀହ ଆଦିବାସୀ । ସରଳ ଗାଉଁଲି ମଣିଷଙ୍କୁ ଠକି ବିଛାଉଛନ୍ତି ନିଶା  ସାମ୍ରାଜ୍ୟ । ଶହ ଶହ ଏକର ଜମିରେ ଅଫିମ ଚାଷ ହେଉଥିବା ସାମ୍ନାକୁ ଆସିବା ପରେ, ଏହାକୁ କିପରି ଅତି ଚତୁରତାର ସହ ବେଧଡ଼କ ଚାଷ କରାଯାଉଛି, ତାର ଫନ୍ଦି ସାମ୍ନାକୁ ଆସିଛି । କିଛି ସ୍ଥାନରେ ଲୋକଙ୍କୁ ସେମାନଙ୍କ ଅଜାଣତରେ ଅଫିମ ଚାଷରେ ନିୟୋଜିତ କରାଯାଉଥିବା ମଧ୍ୟ ନଜରକୁ ଆସିଛି ।

ଏହା ବି ପଢ଼ନ୍ତୁ: EXCLUSIVE: ଧରାପଡ଼ିଲା ପୋଷାକ ବଣ୍ଟାର ମିଛ, ପରୀକ୍ଷା ହେଲା ପଛେ ୟୁନିଫର୍ମ ମିଳିଲାନି

ଲୋକ ଭାବୁଥିଲେ ଗାଁ ପାଖରେ ଚାଷ ହେଉଛି ଚାଇନା ଶାଗ । ବିହାରରୁ ଆସିଛି ବିହନ । ସୁନ୍ଦର ଫୁଲ ଫୁଟିବା ଦେଖି ଚକିତ ବି ହେଉଥିଲେ । ଭାବୁଥିଲେ, ଆମେ ବି କରିବୁ ଏଇ ଚାଷ । ହେଲେ ସେତେବେଳେ ଗାଁଲୋକଙ୍କ ହୋସ୍ ଉଡ଼ିଗଲା, ଯେତେବେଳେ ଏଠି ଧାଡ଼ି ଧାଡ଼ି ହୋଇ ପହଞ୍ଚିଲା ସରକାରୀ ଗାଡ଼ି । ପୁଲିସ ଓ ଅବକାରୀ ଅଧିକାରୀ ଗାଡ଼ିରୁ ବାହାରିଲେ, ଆଉ କ୍ଷେତକୁ ମାଟିରେ ମିଶାଇ ଦେଇଗଲେ । ଏହା ଚାଇନା ଶାଗ ନୁହେଁ, ଅଫିମ ଚାଷ ବୋଲି ଜାଣିବା ପରେ କାବା ହୋଇଗଲେ ଲୋକେ । କାରଣ ମାସ ମାସ ଧରି ତାଙ୍କ ଆଖି ଆଗରେ ବେଆଇନ ଅଫିମ ଚାଷ ହେଉଥିଲେ ବି, ସେମାନେ ଜାଣିପାରୁନଥିଲେ । 

  • କେଉଁଠି ଚାଇନା ଶାଗ, କେଉଁଠି ପୋସ୍ତ ଚାଷ
  • ଆଦିବାସୀଙ୍କୁ ଠକି ଅଫିମ ଚାଷ କରୁଛନ୍ତି ମାଫିଆ
  • ସରଳତାର ସୁଯୋଗ ନେଇ ବଢ଼ାଉଛନ୍ତି ନିଶା ସାମ୍ରାଜ୍ୟ  

କେନ୍ଦୁଝରର ଆଦିବାସୀ ଗାଁ ବରଦାପାଳ ଜହ୍ଲାସାହିରେ ଲୋକଙ୍କ ଆଖି ସାମ୍ନାରେ ବେଆଇନ ଅଫିମ ଚାଷ ହେଉଥିଲା । ଧାଡ଼ି ଧାଡ଼ି ଗଛ ଲାଗିଥିଲା, ସିଆର କାଟି ପାଣି ମଡ଼ାଯାଉଥିଲା, ଧୂମକାଶା ନାଳରୁ ପାଣି ଆସୁଥିଲା । ଫୁଲ ଫୁଟି, ହୃଷ୍ଟପୁଷ୍ଟ ଫଳ ଫଳିବା ଆରମ୍ଭ କରିଥିଲା । ଆଉ କିଛି ଦିନ ପରେ ଏଥିରୁ ଅଫିମ ସଂଗ୍ରହ କରି ମାଲେମାଲ ହୋଇଥାନ୍ତେ ମାଫିଆ । ଖାଲି ଏତିକି ନୁହେଁ, ଏହି ଚାଇନା ଶାଗରେ ବିପୁଳ ରୋଜଗାରର ଲୋଭ ଦେଖାଇ, ଗାଁ ସାରା ମଞ୍ଜି ଯୋଗାଇବା ସହ ଚାଷ କରିବାକୁ ପ୍ରବର୍ତ୍ତା ଯାଉଥିବା ମଧ୍ୟ ସୂଚନା ମିଳିଛି । 
 
ରାଜ୍ୟର ବିଭିନ୍ନ ସ୍ଥାନରେ ଆଦିବାସୀ ଗାଁ ଓ ଜଙ୍ଗଲ ଜମି ଆଢୁଆଳରେ ଅଫିମ ଚାଷ ହେଉଥିବା ବେଳେ, ମାଫିଆଙ୍କ କବଳରୁ ନିରୀହ ଆଦିବାସୀଙ୍କୁ ରକ୍ଷା କରିବା ପାଇଁ ଅବକାରୀ ବିଭାଗ ବ୍ୟାପକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe