GUN Photograph: (kanak news)
କନକ ବ୍ୟୁରୋ: ଅଳ୍ପଦିନ ବ୍ୟବଧାନରେ ପୁଣି କେନ୍ଦ୍ରାପଡ଼ାରେ କ୍ରାଇମ୍ ଆକ୍ଟିଭ୍ ହୋଇଛି । ପୁଲିସ୍ ପଞ୍ଝାରେ ୪ଟି ବେଆଇନ ବନ୍ଧୁକ ପଡ଼ିବା ପରେ ଏବେ ତୁଳସୀକ୍ଷେତ୍ରରେ ଭାଳେଣି ପଡ଼ିଛି । କାରଣ ସ୍କୁଲ ଛାତ୍ରଙ୍କ ଠାରୁ ଆରମ୍ଭ କରି ଯୁବକଙ୍କ ନିକଟରୁ ମିଳୁଛି ବନ୍ଧୁକ । ଚିନ୍ତାରେ ଲୋକେ, ଛାନଭିନ୍ କରୁଛି ପୁଲିସ । ଗତ ସୋମବାର ଦିନ କେନ୍ଦ୍ରାପଡ଼ା ନିକିରାଇ ଥାନା ବାରୁଅ ନିକଟରୁ ଦୃର୍ବୁତ୍ତକୁ ଗୋଡେଇ ମାଡ଼ି ବସିଲାଥିଲା ପୁଲିସ । ଆଉ ସେମାନଙ୍କଠୁ ବନ୍ଧୁକ ଓ ଅଫୁଟା, ଗୁଳି ଜବତ କରିଛି । ଗତ ମାସ ୨୬ ତାରିଖରେ ସଦର ଥାନା ଅଞ୍ଚଳରେ ଘଟିଥିବା ଏକ ଗଣ୍ଡଗୋଳ ପାଇଁ ଜଣେ ଦୃର୍ବୁତ୍ତକୁ କାବୁ କରିବା ସହ ପୁଲିସ ପଞ୍ଝାରେ ପଡ଼ିଥିଲା ବନ୍ଧୁକ ସହ ଗୁଳି । ସେହିପରି ଡିସେମ୍ବର ୧୩ ତାରିଖରେ କୁଦାନଗରି ଥାନା ଅଞ୍ଚଳରୁ ଜଣେ ନାବାଳକ ଛାତ୍ର ସ୍କୁଲକୁ ବନ୍ଧୁକ ନେଇ ଯାଇଥିଲେ । ଖବର ପାଇ ପୁଲିସ ବନ୍ଧୁକ ଜବତ କରି ତଦନ୍ତ କରୁଛି ।
ଖାଲି ଏତିକି ନୁହେଁ ସଦର ଥାନା ଅନ୍ତର୍ଗତ ଆୟେବା ଗ୍ରାମରେ ଗୋରୁ ଚାଲାଣକୁ ନେଇ ଗୁଳି କାଣ୍ଡ ଘଟଣା, ଏବଂ ପୂର୍ବରୁ ଟାଉନ ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରୁ ୩ ଟି ବନ୍ଧୁକ , ୫୦ ରୁ ଅଧିକ ଗୁଳି ଜବତ କରିଥିଲା ପୁଲିସ । ଆଉ ଏଭଳି ଘଟଣା ସ୍ପଷ୍ଟ କରୁଛି କେନ୍ଦ୍ରାପଡ଼ା ଏବେ ବନ୍ଧୁକ ମୟ । ଗୁଳିକାଣ୍ଡ ଘଟଣା, ଗ୍ୟାଙ୍ଗୱାର ଦର୍ଶାଉଛି ଯେ କେନ୍ଦ୍ରାପଡ଼ାର ଯୁବ ଗୋଷ୍ଠୀ ଏବେ ଅପରାଧ ଆଡ଼କୁ ମୁହାଉଁଛନ୍ତି । କେନ୍ଦ୍ରାପଡ଼ା ଏସପି ଏନେଇ କ’ଣ କହୁଛନ୍ତି ଶୁଣନ୍ତୁ । ମାଳମାଳ ବନ୍ଧୁକ ଆସୁଛି କେଉଁଠୁ, ଚାଲାଣ କରୁଛି କିଏ, ଏତେ ସଂଖ୍ୟକ ବନ୍ଧୁକ କିଏ ତିଆରି କରୁଛି ନା ବାହାରୁ ଆସୁଛି । ପୁଣି କିଏ କେନ୍ଦ୍ରାପଡ଼ାକୁ ଅଶାନ୍ତ କରିବାକୁ ଚାହୁଛି? ପୁଲିସ କେବେ ପହଞ୍ଚିବ ଏହି ଅପରାଧୀଙ୍କ ପାଖରେ? ତାହା ସବୁଠାରୁ ବଡ଼ ପ୍ରଶ୍ନ ...
ଅଧିକ ପଢ଼ନ୍ତୁ---ପିଲାଙ୍କ ଠାରୁ ମାଫିଆ ସମସ୍ତଙ୍କ ହାତରେ ବନ୍ଧୁକ
Follow Us