କନକ ବ୍ୟୁରୋ: ମଧ୍ୟପ୍ରାଚୀ ଦେଶରେ ଚାଲିଥିବା ଯୁଦ୍ଧକୁ ନଜର ରଖି ଆଇସିସି ଚଳିତ ମାସ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ କତରର ଦୋହାରେ ହେବାକୁ ଥିବା ୩ଦିନିଆ ବୈଠକକୁ ସ୍ଥଗିତ ରଖିଛି । ଏହିଠାରେ ହିଁ ଆସନ୍ତା ମାସରେ ବୈଠକ କରାଯିବ ବୋଲି ସୂଚନା ମିଳୁଛି । ଏହି ବୈଠକରେ ଆଇସିସି ବୋର୍ଡ ନିର୍ଦେଶକ, ମୁଖ୍ୟକାର୍ଯ୍ୟନିର୍ବାହୀ, କମିଟି ସଦସ୍ୟ ଏବଂ ବରିଷ୍ଠ ନେତୃତ୍ବମଣ୍ଡଳି ଯୋଗ ଦେବାର ସମ୍ଭାବନା ଥିଲା । ଏଥିରେ କ୍ରିକେଟ୍ର ବିକାଶ ନେଇ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥାନ୍ତା । ରବିବାର ଭାରତ-ନ୍ୟୁଜିଲାଣ୍ଡ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ ପୂର୍ବ ଦିନ (ଶନିବାର) ଆଇସିସି ସଦସ୍ୟମାନେ ଆଲୋଚନା କରି ସୁରକ୍ଷାକୁ ନଜରରେ ରଖି ବୈଠକ ସ୍ଥଗିତ ଲାଗି ନିଷ୍ପତ୍ତି ନେଇଛନ୍ତି ।
ଏହା ବି ପଢ଼ନ୍ତୁ: ଆଜି ଟି-୨୦ ବିଶ୍ୱକପର ଫାଇନାଲ ମୁକାବିଲା, ଅହମ୍ମଦାବାଦରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଫାଇନାଲ ମ୍ୟାଚ
Follow Us