କନକ ବ୍ୟୁରୋ: ନିକଟରେ ଶେଷ ହୋଇଥିବା ୧୯ ବର୍ଷରୁ କମ୍ ବିଶ୍ବକପ୍ ପରେ ଆଇସିସି ଶ୍ରେଷ୍ଠ ୧୨ ଜଣିଆ ଦଳ ଘୋଷଣା କରିଛି । ଆଇସିସି ୱେବ୍ସାଇଟ୍ରେ ରବିବାର ପ୍ରକାଶିତ ଦଳରେ ବିଜେତା ଭାରତରୁ ୩ ଜଣ ବୈଭବ ସୂର୍ଯ୍ୟବଂଶୀ, କନିଷ୍କ ଚୌହାନ ଓ ହେନିଲ ପଟେଲ ସ୍ଥାନ ପାଇଛନ୍ତି । ସୂର୍ଯ୍ୟବଂଶୀ ଫାଇନାଲ୍ରେ ଏକାଧିକ ରେକର୍ଡ ସହ ମାତ୍ର ୮୦ ବଲ୍ରୁ ୧୭୫ ରନ୍ ସଂଗ୍ରହ କରିଥିଲେ ଏବଂ ପ୍ରତିଯୋଗିତାରେ ମୋଟ ୪୩୯ ରନ୍ କରି ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । କନିଷ୍କ ଉଭୟ ବ୍ୟାଟ୍ ଓ ବଲ୍ରେ ନିଜର ଶ୍ରେଷ୍ଠ ଦେଇଥିଲା ବେଳେ ହେନିଲ ୫/୧୬ (ଆମେରିକା)ର ଶ୍ରେଷ୍ଠ ବୋଲିଂ ଚିିତ୍ର ସହ ମୋଟ ୧୧ ୱିକେଟ୍ ନେଇଥିଲେ । ସେହିପରି ଉବବିଜେତା ଇଂଲଣ୍ଡରୁ ମଧ୍ୟ ୩ ଜଣ ଥୋମାସ ରିଉ, ବେନ୍ ମାୟେଜ୍ ଓ ମନି ଲମ୍ସଡେନ୍ ଏହି ଦଳରେ ରହିଛନ୍ତି । ରିଉଙ୍କ ଦଳର ଅଧିନାୟକ ଓ ୱିକେଟ୍କିପର ଅଛନ୍ତି । ଆଫଗାନିସ୍ତାନର ଫୈଜଲ ଖାନ ସିନୋଜାଦା ଓ ନୂରିସ୍ତାନି ଓମାରଜାଇ, ଅଷ୍ଟ୍ରେଲିଆ ଅଧିନାୟକ ଓଲିଭର ପିକେ, ପାକିସ୍ତାନର ଅଲୀ ରାଜା ଓ ୱେଷ୍ଟଇଣ୍ଡିଜ୍ର ଭିତେଲ ଲୱେଜ୍ ଓ ଶ୍ରୀଲଙ୍କା ବୀରାନ ଚାମୁଦିତା ଏହି ଦଳରେ ସ୍ଥାନ ପାଇଛନ୍ତି । ଦଳ ଚୟନ କମିଟିରେ ଇଆନ୍ ବିଶପ, ଲିଡିଆ ଗ୍ରିନ୍ୱେ, ଆଣ୍ଡି ଫ୍ଲାୱାର ଓ ଟେଫର୍ଡ ଭାଇସ୍ ରହିଥିଲେ ।
ଏହା ବି ପଢ଼ନ୍ତୁ; ପାକିସ୍ତାନର ବିଶ୍ବକପ୍ ବର୍ଜନ ନେଇ ବଡ଼ ବୈଠକ, ଖ୍ୱାଜାଙ୍କୁ ମଧ୍ୟସ୍ତି ନିଯୁକ୍ତ କଲା ଆଇସିସି
Follow Us