IAS କଲେ ତୃତୀୟ ବିବାହ ; ୩ଜଣ ପତ୍ନୀ IAS ,ଦୁଇ ଜଣ କଲେକ୍ଟର, ଅନ୍ୟ ଜଣେ ଡେପୁଟି ସେକ୍ରେଟାରି

Advertisment

ମଧ୍ୟପ୍ରଦେଶରେ ଏବେ ଆଇଏଏସ୍ ଅବି ପ୍ରସାଦଙ୍କୁ ନେଇ ଚର୍ଚ୍ଚା । କାରଣ ନିକଟରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ଅବି ପ୍ରସାଦ । ପୂର୍ବ ଦୁଇ ପତ୍ନୀଙ୍କଠାରୁ ଛାଡ଼ପତ୍ର ହେବା ପରେ ଏବେ ତୃତୀୟ ଥର ବିବାହ କରିଛନ୍ତି । ଖାସ୍  କଥା ହେଉଛି ତାଙ୍କର ତିନିଜଣଯାକ ପତ୍ନୀ ଆଇଏଏସ୍ । ସେଥିରୁ ଦୁଇ ଜଣ କଲେକ୍ଟର ଥିବାବେଳେ ତୃତୀୟ ଜଣକ ରାଜ୍ୟ ମନ୍ତ୍ରଣଳାୟର ଡେପୁଟି ସେକ୍ରେଟାରି ଅଛନ୍ତି । 

ମଧ୍ୟପ୍ରଦେଶରେ ଏବେ ଆଇଏଏସ୍ ଅବି ପ୍ରସାଦଙ୍କୁ ନେଇ ଚର୍ଚ୍ଚା । କାରଣ ନିକଟରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ଅବି ପ୍ରସାଦ । ପୂର୍ବ ଦୁଇ ପତ୍ନୀଙ୍କଠାରୁ ଛାଡ଼ପତ୍ର ହେବା ପରେ ଏବେ ତୃତୀୟ ଥର ବିବାହ କରିଛନ୍ତି । ଖାସ୍  କଥା ହେଉଛି ତାଙ୍କର ତିନିଜଣଯାକ ପତ୍ନୀ ଆଇଏଏସ୍ । ସେଥିରୁ ଦୁଇ ଜଣ କଲେକ୍ଟର ଥିବାବେଳେ ତୃତୀୟ ଜଣକ ରାଜ୍ୟ ମନ୍ତ୍ରଣଳାୟର ଡେପୁଟି ସେକ୍ରେଟାରି ଅଛନ୍ତି । 

IAS-marriage

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଏବେ ଆଇଏଏସ୍ ଅବି ପ୍ରସାଦଙ୍କୁ ନେଇ ଚର୍ଚ୍ଚା । କାରଣ ନିକଟରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ଅବି ପ୍ରସାଦ । ପୂର୍ବ ଦୁଇ ପତ୍ନୀଙ୍କଠାରୁ ଛାଡ଼ପତ୍ର ହେବା ପରେ ଏବେ ତୃତୀୟ ଥର ବିବାହ କରିଛନ୍ତି । ଖାସ୍  କଥା କ’ଣ ଜାଣନ୍ତି । ତାଙ୍କର ତିନିଜଣଯାକ ପତ୍ନୀ ଆଇଏଏସ୍ । ସେଥିରୁ ଦୁଇ ଜଣ କଲେକ୍ଟର ଥିବାବେଳେ ତୃତୀୟ ଜଣକ ରାଜ୍ୟ ମନ୍ତ୍ରଣଳାୟର ଡେପୁଟି ସେକ୍ରେଟାରି ଅଛନ୍ତି । 

ଅଧିକ ପଢ଼ନ୍ତୁ : ଶଙ୍କରାଚାର୍ଯ୍ୟଙ୍କ ନାଁରେ ଯୌନଶୋଷଣ ଅଭିଯୋଗ : ଥାନାରେ ଏତଲା ଦେଲେ ବ୍ୟକ୍ତି

ଅବି ପ୍ରସାଦଙ୍କ ପ୍ରଶାସନିକ କ୍ୟାରିୟର ଆରମ୍ଭରୁ ହିଁ ଚର୍ଚ୍ଚାରେ ରହିଆସିଛି । ୨୦୧୩ରେ ତାଙ୍କର ଚୟନ ହୋଇଥିଲା ଭାରତୀୟ ପୁଲିସ ସେବା ବା ଆଇପିଏସ୍ ଅଧିକାରୀ ଭାବେ କିନ୍ତୁ ସେ ଦ୍ବିତୀୟ ଥର UPSC  ପରୀକ୍ଷା ଦେଲେ । ୨୦୧୪ରେ ସର୍ବଭାରତୀୟ ସ୍ତରରେ ୧୪ ରାଙ୍କ ରଖିବା ପରେ ତାଙ୍କୁ IAS ଭାବେ ସ୍ଥାନ ମିଳିଲା। ତାଙ୍କରୀ ଏହି ଉପଲବ୍ଧି ତାଙ୍କୁ ନିଜ ବ୍ୟାଚରେ ପ୍ରତିଭାଶାଳୀ  ଅଧିକାରୀ ଭାବେ ପ୍ରତିଷ୍ଠିତ କରାଇଲା । ଅବି ପ୍ରସାଦ ଉତ୍ତରପ୍ରଦେଶ  ସୀତାପୁର ଜିଲ୍ଲାର । ପିଲାବେଳୁ ସେ ରାଜନୈତିକ ମାହୋଲରେ ବଢ଼ିଛନ୍ତି । ତାଙ୍କ ଜେଜେବାପା ଟମ୍ବେଶ୍ବର ପ୍ରସାଦ ଓରଫ୍ ବଚ୍ଚା ବାବୁ ଚୌଧରୀ ଚରଣ ସିଂହଙ୍କ ସରକାରରେ ମନ୍ତ୍ରୀ ଥିଲେ । ତେଣୁ ଶାସନ ଆଉ ପ୍ରଶାସନ  ଉପରେ ତାଙ୍କର ଜ୍ଞାନ ଓ ଧାରଣା ପିଲାବେଳୁ ହିଁ ଥିଲା। 

ଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାବେଳେ ଅବିଙ୍କର ଦେଖାହୋଇଥିଲା ରିଜୁ ବାଫନାଙ୍କ ସହ । ଦୁହିଁଙ୍କ ଭିତରେ ସମ୍ପର୍କ ଘନିଷ୍ଠ ହେବା ପରେ ବିବାହ ହେଲା । ରିଜୁ ବାଫନା ଏବେ ମଧ୍ୟପ୍ରଦେଶ ଶାଜୋପୁର ଜିଲ୍ଲାରେ କଲେକ୍ଟର ଅଛନ୍ତି । ପୂରା ରାଜ୍ୟରେ ଜଣେ ସକ୍ଷମ ଓ ଦକ୍ଷ ଆଇଏଏସ୍ ଭାବେ ଜଣାଶୁଣା ରିଜୁ ବାଫନା । କିନ୍ତୁ ଅବି ପ୍ରସାଦଙ୍କ ସହ ତାଙ୍କର ବୈବାହିକ ସମ୍ପର୍କ କିନ୍ତୁ ବେଶି  ଦିନ ଚାଲିପାରିଲାନାହିଁ । କିଛି ମାତ୍ର ବର୍ଷରେ ଦୁହିଁଙ୍କର ଛାଡ଼ପତ୍ର ହୋଇଗଲା । 

ପ୍ରଥମ ପତ୍ନୀଙ୍କଠାରୁ ଛାଡ଼ପତ୍ର ପରେ ଅବି ପ୍ରସାଦ ଦ୍ବିତୀୟ ବିବାହ କଲେ ଆନ୍ଧ୍ରପ୍ରଦେଶର ୨୦୧୬ ବ୍ୟାଚର ଆଇଏଏସ୍  ମିଶା ସିଂହଙ୍କ ସହ  । ବିବାହ ପରେ ମିଶା ମଧ୍ୟପ୍ରଦେଶ କ୍ୟାଡରକୁ ବଦଳିଲେ । ବର୍ତ୍ତମାନ ସେ ରତଲାମର କଲେକ୍ଟର ଅଛନ୍ତି । ବିକାଶମୂଳକ କାର୍ଯ୍ୟରେ ତାଙ୍କର ପ୍ରଶଂସନୀୟ କାର୍ଯ୍ୟ ରହିଛି । ହେଲେ ଅବି ପ୍ରସାଦ ଓ ମିଶାଙ୍କ ସମ୍ପର୍କ ବି ବେଶି ଦିନ ରହିଲାନି । 

ନିକଟରେ ଆଇଏଏସ୍ ଅବି ପସାଦ ତୃତୀୟ ଥର ପାଇଁ ବିବାହ କରିଛନ୍ତି । ୨୦୧୭ ବ୍ୟାଚର ଆଇଏଏସ୍ ଅଙ୍କିତା ଧାକରଙ୍କ ସହ ସହ ତାଙ୍କର ବିବାହ ହୋଇଛି । ଅଙ୍କିତା ଧାକରେ ଏବେ ରାଜ୍ୟ ମନ୍ତ୍ରଣାଳୟରେ ଡେପୁଟି ସେକ୍ରେଟାରି ଭାବେ କାର୍ଯ୍ୟରତ । ଦୁହିଁଙ୍କ ବିବାହ ଫେବ୍ରୁଆରି ୧୧ ତାରିଖରେ କୁନୋ ନ୍ୟାସନାଲ ପାର୍କରେ ହୋଇଛି । ବିବାହକୁ ନେଇ ଆଇଏଏସ୍ ଅବି ପ୍ରସାଦଙ୍କୁ ଅନେକ ସମାଲୋଚନା କରୁଥିଲେ ବି ଆଉ କିଛି ଲୋକ ଏହାକୁ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି କହି ସମାଲୋଚନାରୁ ଦୂରେଇ ରହିଛନ୍ତି । 

 ଆଇଏଏସ୍ ଅବି ପ୍ରସାଦ କେବଳ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚିତ ତାହା ନୁହେଁ ମଧ୍ୟପ୍ରଦେଶର ଜଣେ ବିଶ୍ବାସଯୋଗ୍ୟ ପ୍ରାଶାସନିକ ଅଧିକାରୀ ଭାବେ ମଧ୍ୟ ତାଙ୍କର ଦବଦବା ରହିଛି ।  ପୂରା ରାଜ୍ୟରେ ଅଙ୍ଗନବାଡ଼ି ନେଟୱର୍କର ସମୀକ୍ଷା , ସ୍ବାସ୍ଥ୍ୟ ବିଭାଗରେ ସମନ୍ବୟ ରକ୍ଷା ତଥା ରାଜ୍ୟରେ ସ୍ବାସ୍ଥ୍ୟ ସେବାକୁ ମଜବୁତ କରିବାରେ ବଡ଼ ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe