କନକ ବ୍ୟୁରୋ: ଆଇପିଏଲ୍ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଶିକ୍ଷକ ମଣ୍ଡଳିରେ ପୂର୍ବତନ ଇଂଲଣ୍ଡ ବ୍ୟାଟର୍ ଇଆନ୍ ବେଲ୍ଙ୍କୁ ସାମିଲ କରିଛି । ତାଙ୍କୁ ସହଯୋଗୀ ପ୍ରଶିକ୍ଷକ ଭାବେ ନିଯୁକ୍ତି କରିଛି ବୋଲି କ୍ୟାପିଟାଲ୍ସ ମଙ୍ଗଳବାର ଘୋଷଣା କରିଛି । ୪୩ ବର୍ଷୀୟ ବେଲ୍ ମୁଖ୍ୟ ପ୍ରଶିକ୍ଷକ ହେମାଙ୍ଗ ବଦାନୀ, ସହଯୋଗୀ ପ୍ରଶିକ୍ଷକ ମାଥ୍ୟୁ ମଟ୍ ଓ ଦଳର ପରାମର୍ଶଦାତା କେଭିନ ପିଟରସନ୍ଙ୍କ ସହ କାର୍ଯ୍ୟ କରିବେ । କ୍ରିକେଟ୍ ନିର୍ଦେଶକ ବେଣୁଗୋପାଳ ରାଓ ଓ ବୋଲିଂ ପ୍ରଶିକ୍ଷକ ମୁନାଫ ପଟେଲ ମଧ୍ୟ ଏହି ଫ୍ରାଞ୍ଚାଇଜ୍ ସହ ଅଛନ୍ତି । ଇଂଲଣ୍ଡ ପକ୍ଷରୁ ବେଲ୍ ୧୧୮ ଟେଷ୍ଟ୍, ୧୬୧ ଦିନିକିଆ ଓ ୮ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲ୍ରେ ଯୋଗଦେବା ପୂର୍ବରୁ ସେ ଇଂଲଣ୍ଡ କନିଷ୍ଠ ଦଳର ପ୍ରଶିକ୍ଷକ ରହିଥିଲେ ।
ଏହା ବି ପଢ଼ନ୍ତୁ: ଭାରତୀୟ ବ୍ୟାଟର୍ମାନଙ୍କ ବ୍ୟାଟ୍ରେ ରବର ଲାଗିଛି : ଭାନୁକା ରାଜପକ୍ଷେ
Follow Us