ଗଣତନ୍ତ୍ର ଦିବସରେ ଶତ୍ରୁକୁ ବାୟୁସେନାର ସିଧାବାର୍ତ୍ତା:  ପ୍ରସ୍ତୁତ ଅଛି ହତିଆର, ଭୁଲ୍ କଲେ ଶକ୍ତ ପ୍ରହାର

Advertisment

ବିଭିନ୍ନ ଲଢ଼ୁଆ ବିମାନର ନୂଆ ଭିଡିଓ ଜାରି କଲା ଭାରତୀୟ ବାୟୁସେନା । ଦେଖିବାକୁ ମିଳିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଓ ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ଯୁଦ୍ଧାସ୍ତ୍ର ।

ବିଭିନ୍ନ ଲଢ଼ୁଆ ବିମାନର ନୂଆ ଭିଡିଓ ଜାରି କଲା ଭାରତୀୟ ବାୟୁସେନା । ଦେଖିବାକୁ ମିଳିଲା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଓ ଅପରେସନ ସିନ୍ଦୂରରେ ବ୍ୟବହାର ହୋଇଥିବା ଯୁଦ୍ଧାସ୍ତ୍ର ।

Rafale Jet

Rafale Jet Photograph: (Google)

 କନକ ବ୍ୟୁରୋ;  ସାଧାରଣତନ୍ତ୍ର ଦିବସ ଅବସରରେ ଶତ୍ରୁକୁ ବାୟୁସେନାର ସିଧାବାର୍ତ୍ତା । ପ୍ରସ୍ତୁତ ଅଛି ହତିଆର, ଭୁଲ୍ କଲେ ଶକ୍ତ ପ୍ରହାର । ଭାରତୀୟ ବାୟୁସେନା ପକ୍ଷରୁ ବିଭିନ୍ନ ଲଢ଼ୁଆ ବିମାନର ନୂଆ ଭିଡିଓ ଜାରି ହୋଇଛି । ଯେଉଁଥିରେ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ଅନେକ ଏଭଳି ଯୁଦ୍ଧାସ୍ତ୍ର, ଯାହା ୨୦୧୯ ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଏବଂ ଗତବର୍ଷ ଅପରେସନ୍ ସିନ୍ଦୂରରେ ବ୍ୟବହାର ହୋଇଥିଲା । ଭିଡିଓରେ ଲଢ଼ୁଆ ବିମାନ ଗୁଡ଼ିକ ଶକ୍ତିଶାଳୀ ଯୁଦ୍ଧାସ୍ତ୍ରରେ ସଜ୍ଜିତ ଥିବା ଦେଖିବାକୁ ମିଳୁଛି । ଲଢ଼ୁଆ ବିମାନ ରାଫେଲ, ମିରାଜ ଓ ହାଲୁକା ଲଢ଼ୁଆ ବିମାନ ତେଜସରେ ଦୂରଗାମୀ ବାୟୁ ରୁ ବାୟୁ କ୍ଷେପଣାସ୍ତ୍ର ମିଟିଅର୍, ରାମ୍ପେଜ୍ ସହିତ ଅନ୍ୟ ମିସାଇଲ ଗୁଡ଼ିକ ଦେଖିବାକୁ ମିଳୁଛି । ସୁଖୋଇରେ ବ୍ରହ୍ମୋସ ଏବଂ ଅସ୍ତ୍ର କ୍ଷେପଣାସ୍ତ୍ରର ଭିଡିଓ ବି ଜାରି କରିଛି ବାୟୁସେନା । ସେପଟେ ଅପରେସନ୍ ସିନ୍ଦୂରରେ ପାକିସ୍ତାନ ମାତ୍ ଖାଇବାର କାରଣକୁ ନେଇ ୟୁରୋପୀୟ ସାମରିକ ବିଶ୍ଳେଷକ କରିଛନ୍ତି ବଡ଼ ଖୁଲାସା । 

ଅଧିକ ପଢନ୍ତୁ: ପ୍ରୟାଗରାଜରେ ବାୟୁସେନାର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ: ପୋଖରୀରେ ପଡ଼ିଲା ବିମାନ, ପାଇଲଟଙ୍କ ଜୀବନ ବଞ୍ଚାଇଲେ ସାହସୀ ଛାତ୍ର

ପାକିସ୍ତାନକୁ ଭୟଭୀତ କରିଥିଲା ଭାରତୀୟ ବାୟୁସେନାର ପରାକ୍ରମ
ଭାରତର ବାୟୁ ଶ୍ରେଷ୍ଠତା ଆଗରେ ଫିକା ପଡ଼ିଥିଲା ପାକିସ୍ତାନର ଶକ୍ତି 
ପାକିସ୍ତାନ ଯୁଦ୍ଧବିରାମ ପାଇଁ ଆହ୍ୱାନ ଦେବାକୁ ବାଧ୍ୟ ହୋଇଥିଲା 
୮୮ ଘଣ୍ଟାର ଅପରେସନ୍ ସିନ୍ଦୂରକୁ ନେଇ ୟୁରୋପୀୟ ବିଶ୍ଳେଷକଙ୍କ ରିପୋର୍ଟ
ନିରପେକ୍ଷ ସାମରିକ ବିଶ୍ଳେଷକ ଆଡ୍ରିଏମ୍ ଫୋଣ୍ଟାନିଲାଜଙ୍କ ରିପୋର୍ଟ  
ଭାରତ ନିଜର ପ୍ରାଧାନ୍ୟ ବଜାୟ ରଖି ବାୟୁ ପ୍ରତିରକ୍ଷାକୁ ସୁରକ୍ଷିତ ରଖିଥିଲା 
ଭାରତର ବାୟୁ ପ୍ରତିରକ୍ଷା ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇ ପାରି ନଥିଲା ପାକିସ୍ତାନ 
ଗୋଟିଏ ବି ଏସ୍-୪୦୦ କ୍ଷତିଗ୍ରସ୍ତ ହୋଇନଥିଲା
ପାକିସ୍ତାନର ଅଧିକାଂଶ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ 
ଭୟରେ ପାକିସ୍ତାନ ରାଡାର ବନ୍ଦ କରିଦେଇଥିଲା 
ପାକିସ୍ତାନର ବାୟୁ ଓ ଡ୍ରୋନ୍ ଆକ୍ରମଣରେ ସମନ୍ୱୟ ରହି ନଥିଲା
ଭାରତ ସମଗ୍ର ସଂଘର୍ଷରେ ନିୟନ୍ତ୍ରଣ ବଜାୟ ରଖିଥିଲା 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe